ETV Bharat / state

ଛାତ୍ରଙ୍କ ଅସ୍ୱାଭାବିକ ମୃତ୍ୟୁ, କୋଚିଂ ସେଣ୍ଟର ମାଲିକ ଓ ଦୁଇ ଛାତ୍ରଙ୍କ ନାଁରେ ହତ୍ୟା ମାମଲା - କୋଚିଂ ସେଣ୍ଟର ମାଲିକ ନାଁରେ ହତ୍ୟା ମାମଲା

ବିଳମ୍ବିତ ରାତିରେ ଘରୋଇ ହଷ୍ଟେଲରେ ଛାତ୍ରକୁ ହତ୍ୟା ଅଭିଯୋଗ । କୋଚିଂ ସେଣ୍ଟର ମାଲିକ ଓ ଦୁଇ ଛାତ୍ରଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ଅଧିକ ପଢ଼ନ୍ତୁ

ବିଳମ୍ବିତ ରାତିରେ ଘରୋଇ ହଷ୍ଟେଲରେ ଛାତ୍ରକୁ ହତ୍ୟା ଅଭିଯୋଗ

author img

By

Published : Mar 12, 2023, 4:19 PM IST

କେନ୍ଦ୍ରପଡା: ଘରୋଇ ହଷ୍ଟେଲରେ ଛାତ୍ରକୁ ହତ୍ୟା ଅଭିଯୋଗ । ଅଭିଯୋଗ ଆଣିଲେ ପରିବାର ଲୋକେ । ବିଳମ୍ବିତ ରାତିରେ ଛାତ୍ରର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାକୁ ହଷ୍ଟେଲର ସହପାଠୀ ମେଡିକାଲ ଆଣିଥିଲେ । ମେଡିକାଲ ଆଣିବା ପୂର୍ବରୁ ଛାତ୍ରର ମୃତ୍ୟୁଘଟିଥିବା ଡାକ୍ତର ପ୍ରକାଶ କରିଛନ୍ତି । ତେବେ ବିଳମ୍ବିତ ରାତିରେ ଛାତ୍ରର ମୃତ୍ୟୁ ଘଟିଥିବା ବେଳେ, ଏନେଇ ପରିବାର ଲୋକଙ୍କୁ ଖବର ନଦେଇ ମେଡିକାଲ ଆଣିବାକୁ ନେଇ ପରିବାର ଲୋକ ସନ୍ଦେହ ପ୍ରକଟ କରିଛନ୍ତି ।

ପରିବାର ଲୋକ ମେଡିକାଲରେ ପହଞ୍ଚିବା ପରେ ଘରୋଇ କୋଚିଂ ସେଣ୍ଟର ମାଲିକ ଓ ଦୁଇଛାତ୍ର ଘଟଣାସ୍ଥଳରୁ ଫେରାର ହୋଇଯିବା ନେଇ ବଢିଛି ସନ୍ଦେହ । ଯେଉଁଥିପାଇଁ କୋଚିଂ ସେଣ୍ଟର ମାଲିକ ଏବଂ ଦୁଇ ଛାତ୍ରଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଛନ୍ତି ଛାତ୍ରର ବାପା । ଅଭିଯୋଗ ଅନୁଯାୟୀ, କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଫୋରଡ଼ ଗାଁର ସୁବାଷ ଚନ୍ଦ୍ର ମୁଦୁଲିଙ୍କ ଏକମାତ୍ର ପୁଅ ସୁବ୍ରତ ମୁଦୁଲି ଯୁକ୍ତ ୨ ବିଜ୍ଞାନ ଉଚ୍ଚ ମାଧ୍ୟମିକ ଶିକ୍ଷାନୁଷ୍ଠାନରେ ଗତ ଦୁଇବର୍ଷ ହେବ ପାଠ ପଢି ଆସୁଥିଲେ ।

ବିଜ୍ଞାନରେ କୋଚିଂ ପାଇଁ ସୁବ୍ରତ ମୁଦୁଲି ପୁଅ ସୁବ୍ରତଙ୍କୁ କେନ୍ଦ୍ରାପଡ଼ା କଜଳା ସ୍ଥିତ କ୍ୟାରିଅର ପାୱାର ନାମକ ଶିକ୍ଷାନୁଷ୍ଠାନରେ ଭର୍ତ୍ତି କରିଥିଲେ । ବିଗତ ଦୁଇବର୍ଷ ମଧ୍ୟରେ ବିଭିନ୍ନ ସମୟରେ ପୁଅକୁ ହଇରାଣ କରାଯାଉଥିଲେ ମଧ୍ୟ ପାଠପଢା ଚାଲିଥିବାରୁ ସୁବାଷ କାହାକୁ କିଛି କହୁନଥିଲେ । ତେବେ ଗତକାଲି ପୁଅକୁ କୋଚିଂ ସେଣ୍ଟରରେ ସକାଳ ୮ରେ ଛାଡିଥିଲେ । ପରେ ପ୍ରାୟ ରାତି ୧୦ରେ ପତ୍ନୀଙ୍କ ଶରୀର ଅସୁସ୍ଥ ହେବାରୁ ସୁବାଷ ତାଙ୍କୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ।

ସେଠାରେ ତାଙ୍କ ପୁଅ ମେଡିକାଲ ଚେୟାରରେ ଶୋଇଥିବା ବେଳେ କୋଚିଂ ସେଣ୍ଟର ମାଲିକ ଆଶିଷ ସ୍ୱାଇଁ ଓ ଦୁଇଜଣ ଛାତ୍ର ସେଠାରେ ବସିଥିବା ଦେଖିବାକୁ ପାଇଥିଲେ । କାହାରିକୁ କିଛି ପଚାରିବା ପୁର୍ବରୁ ମାଲିକ ଆଶିଷ ସ୍ୱାଇଁ ଓ ଦୁଇଜଣ ଛାତ୍ର ମେଡିକାଲ ପରିସରରୁ ଦୌଡ଼ି ପଳାଇଥିଲେ । ପରେ ସୁବାଷ ଡାକ୍ତରଙ୍କୁ ଡାକି ପୁଅକୁ ଦେଖାଇବା ପରେ ଡାକ୍ତର ସୁବ୍ରତକୁ ସେଠାରେ ମୃତ ଘୋଷଣା କରିଥିଲେ । ଅନ୍ୟପଟେ ଗତକାଲି ରାତି ୧୨ରେ ଟାଉନ ଥାନାରେ ଏତଲା ଦେଇଥିଲେ ମଧ୍ୟ ଏହି କୋଚିଂ ସେଣ୍ଟର ଅବସ୍ଥାପିତ ଅଞ୍ଚଳଟି ଟାଉନ ଥାନା ଅଧିନରେ ଆସୁନଥିବାରୁ ଆଜି ପୂର୍ବାହ୍ନରେ ପୁନଃ ସଦର ଥାନାରେ ଅଭିଯୋଗ କରିଥିଲେ ସୁବ୍ରତଙ୍କ ବାପା ସୁବାଷ ମୁଦୁଲି । କୋଚିଂ ସେଣ୍ଟର ମାଲିକ ଆଶିଷ ସ୍ୱାଇଁ ସ୍ଥାନୀୟ କଜଳା ଅଞ୍ଚଳରେ ତିନି ତିନିଟା ସ୍ଥାନରେ ବେଆଇନ କୋଚିଂ ସେଣ୍ଟର ଖୋଲିଥିବା ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସଦର ପୋଲିସ ଏନେଇ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

ଇଟିଭି ଭାରତ, କେନ୍ଦ୍ରପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.