ETV Bharat / state

ଇସ୍କନ ନାଁରେ ଟଙ୍କା ଲୁଟୁଛନ୍ତି ରାଜନଗରର ଭଣ୍ଡ ବାବା ବ୍ରଜବନ୍ଧୁ - kendra pada fraud baba

ବାବା ନାଁରେ ଭଣ୍ଡାମି କରିଥିବା ଦୃଶ୍ୟ ଆମେ ଅନେକ ଦେଖିଛୁ କିନ୍ତୁ କେବଳ ଏଠି ଜଣେ ବାବା ନୁହଁନ୍ତି ମଠ ନାଁରେ ଚଞ୍ଚକତା କରି କୋଟିକୋଟି ଟଙ୍କା ଚଳୁ କରାଯାଇଛି ବୋଲି ଅଭିଯୋଗ ହୋଇଛି। କେନ୍ଦ୍ରାପଡାରୁ ଦେଖନ୍ତୁ ଏମିତି ଜଣେ ବାବାଙ୍କ କଳାକାରନାମା ରିପୋର୍ଟ ।

ଇସ୍କନ ନାଁରେ ଟଙ୍କା ଲୁଟୁଛନ୍ତି ରାଜନଗରର ଭଣ୍ଡ ବାବା ବ୍ରଜବନ୍ଧୁ

author img

By

Published : Nov 18, 2020, 8:37 PM IST

କେନ୍ଦ୍ରାପଡା: ସରକାର ବିଭିନ୍ନ ମଠ ଉଚ୍ଛେଦ କରିବା ସହ ବିଭିନ୍ନ କଟକଣା ଜାରି କରିଛନ୍ତି । ହେଲେ ଏମିତି କିଛି ଆତ୍ମଘୋଷିତ ବାବା ଅଛନ୍ତି, ଯେଉଁମାନେ ଏବେ ବି ମଠ ନାଁରେ ଚଞ୍ଚକତା କରି କୋଟି କୋଟି ଟଙ୍କା ହରିଲୁଟ କରୁଛନ୍ତି । ସେମିତି ଏକ ବାବା ହେଉଛନ୍ତି ରାଜନଗର ଥାନା ଅନ୍ତର୍ଗତ ଗଜରାଜପୁର ଗାଁର ବିକାଶ ମଲ୍ଲିକ । ଯିଏ କି ନିଜକୁ ବ୍ରଜବନ୍ଧୁ ଦାସ ବୋଲି ପରିଚୟ ଦିଅନ୍ତି ।

ଇସ୍କନ ନାଁରେ ଟଙ୍କା ଲୁଟୁଛନ୍ତି ରାଜନଗରର ଭଣ୍ଡ ବାବା ବ୍ରଜବନ୍ଧୁ

ଆଉ ନିଜକୁ ମଠର ମହନ୍ତ ବା ବାବା ବୋଲି ବୋଲାଉଛନ୍ତି । ସେ ୨୦୧୩ ମସିହାରେ ଜଗନ୍ନାଥଙ୍କ ବିଗ୍ରହ ପ୍ରତିଷ୍ଠା କରି ମନ୍ଦିର ଆରମ୍ଭ କଲେ । ଆଉ ସେ ମନ୍ଦିର "ଇସ୍କନ" ବୋଲି ପ୍ରଚାର କରିବା ସହିତ ଇସ୍କନ ମଠ ନାଁରେ ଟଙ୍କା ଆଦାୟ କରିବାକୁ ଲାଗିଲେ । ଇସ୍କନ ପ୍ରେମୀ ମଧ୍ୟ ବିନା ଦ୍ଵିଧାରେ ପର୍ଯ୍ୟାପ୍ତ ପରିମାଣର ଟଙ୍କା ବି ଦାନ କଲେ । ଆଉ ଖୁବ କମ ଦିନ ମଧ୍ୟରେ ଭବ୍ୟ ମନ୍ଦିର ମଧ୍ୟ ତୋଳାଗଲା । କୋଟିକୋଟି ଟଙ୍କା ଆଦାୟ କରିବା ସହିତ ନିଜକୁ ମଠ ମହନ୍ତ ଭାବେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କଲେ ବ୍ରଜବନ୍ଧୁ ଦାସ । ସେପଟେ ଚଳିତବର୍ଷ ଅକ୍ଟୋବର 10ରେ ଏହି ମଠ ଇସ୍କନ ଟ୍ରଷ୍ଟ ଅଧିନରେ ନାହିଁ ବୋଲି ସଫା ସଫା ମନା କରାଯାଇଥିଲା । ଏହି ମଠ ନାଁ ରୁ ଇସ୍କନ ହଟାଇବା ପାଇଁ ମଧ୍ୟ ଦାବି ହୋଇଛି । କେବଳ ଯେ ବାବାଙ୍କର ଏ ମଠ କେଳେଙ୍କାରୀ ତାହା ନୁହେଁ ବରଂ ବାବାଙ୍କ ନାଁରେ ଅନେକ ଅଭିଯୋଗ ଯାହା ଆମେ କହୁନାହୁଁ କହୁଛନ୍ତି ସେଠାକାର ସ୍ଥାନୀୟ ବାସିନ୍ଦା ।

ଏହି ତଥାକଥିତ "ଇସ୍କନ" ଆଶ୍ରମ ସମ୍ବନ୍ଧରେ ତାଙ୍କ ଅନୁଚରଙ୍କ କହିବାନୁଯାୟୀ ବାବା ଦାନ ଧର୍ମରେ ମନ୍ଦିର ତୋଳାଇଛନ୍ତି, କୌଣସି ଲୋକ ଅଭିଯୋଗ କରିବାର କୌଣସି ପ୍ରକାର ପ୍ରଶ୍ନ ଉଠୁନାହିଁ । ଯେଉଁମାନଙ୍କର ସ୍ବାର୍ଥରେ ଆଞ୍ଚ ଆସିଛି, ସେମାନେ ଏହି ମନ୍ଦିରକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି ଅନୁଗାମୀ । ତେବେ "ଇସ୍କନ" ଅନୁମୋଦିତ ନହୋଇ ମଧ୍ୟ "ଇସ୍କନ" ନାଁ ଲେଖିଥିବାରୁ କେବେ "ଇସ୍କନ" ସମିତି ଏହା ଉପରେ ପଦକ୍ଷେପ ନେବେ ତାହା ଦେଖିବାକୁ ବାକି ରହିଥିବା ବେଳେ ଉପ ଜିଲ୍ଲାପାଳ ଏହି ଘଟଣାକୁ ନେଇ ତଦନ୍ତ କରି ପଦକ୍ଷେପ ନେବେ ବୋଲି ପ୍ରତିକ୍ରିୟା ରଖିଛନ୍ତି । ସେପଟେ ବାବା ବ୍ରଜବନ୍ଧୁ ଓରଫ ବିକାଶ ମଲିକଙ୍କୁ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଉ ନଥିବା ଦେଖାଯାଇଛି।

ପୂର୍ରବରୁ ସାରଥୀ ବାବାଙ୍କ ପାଇଁ କେନ୍ଦ୍ରାପଡା ଚର୍ଚ୍ଚାରେ ଥିବାବେଳେ ଏବେ ପୁଣି ଜଣେ ଆତ୍ମଘୋଷିତ ବାବାଙ୍କ ପାଇଁ ସମଗ୍ର ସାଧୁସନ୍ୟାସ ବଦନାମ ହେବାକୁ ବସିଲେଣି। ଲୋକଙ୍କ ବିଶ୍ବାସରେ ଖେଳିବା ସହ ନିଜେ ମାଲାମାଲ ହେବା ସହିତ ଅଳ୍ପ ଦିନ ରେ ଅଧିକ ଟଙ୍କା ରୋଜଗାର କରିବା ଫନ୍ଦା ଆପଣେଇଲେଣି । ତେବେ ଏଭଳି ଭଣ୍ଡଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କେବେ ତାହା ଦେଖିବାର କଥା ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.