ETV Bharat / state

ବେଦପ୍ରକାଶଙ୍କ ଜନ୍ମଜୟନ୍ତୀରେ ରକ୍ତଦାନ ଶିବିର - ବେଦପ୍ରକାଶ ଅଗ୍ରୱାଲଙ୍କ ୮୫ତମ ଜନ୍ମଜୟନ୍ତୀ

ପୂର୍ବତନ ମନ୍ତ୍ରୀ ଏବଂ ପାଟକୁରାରୁ ଦୁଇଥର ନିର୍ବାଚିତ ହୋଇଥିବା ଦିବଂଗତ ନେତା ବେଦପ୍ରକାଶ ଅଗ୍ରୱାଲଙ୍କ ୮୫ତମ ଜନ୍ମଜୟନ୍ତୀ ଆଜି(ରବିବାର) ଛତାଛକ ସ୍ଥିତ ଜେ.କେ.ହାଉସ ମଣ୍ଡପରେ ପାଳିତ ହୋଇଯାଇଛି। ଅଧିକ ପଢନ୍ତୁ...

ଡେରାବିଶ ବେଦପ୍ରକାଶଙ୍କ ଜନ୍ମଜୟନ୍ତୀରେ ରକ୍ତଦାନ ଶିବିର

author img

By

Published : Dec 20, 2020, 5:39 PM IST

କେନ୍ଦ୍ରାପଡା : ୨୦୦୯ ମସିହାରେ ନବଗଠିତ ପାଟକୁରା ନିର୍ବାଚନ ମଣ୍ଡଳିର ବିନ୍ଧାଣୀ ତଥା ପୂର୍ବତନ ମନ୍ତ୍ରୀ ଏବଂ ପାଟକୁରାରୁ ଦୁଇଥର ନିର୍ବାଚିତ ହୋଇଥିବା ଦିବଂଗତ ନେତା ବେଦପ୍ରକାଶ ଅଗ୍ରୱାଲଙ୍କ ୮୫ତମ ଜନ୍ମଜୟନ୍ତୀ ଆଜି(ରବିବାର) ଛତାଛକ ସ୍ଥିତ ଜେ.କେ.ହାଉସ ମଣ୍ଡପରେ ପାଳିତ ହୋଇଯାଇଛି। ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇ ୧୪୮ୟୁନିଟ ରକ୍ତ ସଂଗ୍ରହ କରାଯାଇଛି ।

ଡେରାବିଶ ବେଦପ୍ରକାଶଙ୍କ ଜନ୍ମଜୟନ୍ତୀରେ ରକ୍ତଦାନ ଶିବିର

କାହାକୁ ବି ରକ୍ତର ଅଭାବ ଅନୁଭବ କରିବାକୁ ଦିଆଯିବ ନାହିଁ ଓ ସମସ୍ତ ଜନତା ଆମର ଭଉଣୀଭାଇ ହୋଇଥିବାରୁ ସମସ୍ତଙ୍କୁ ରକ୍ତଦାତା ଭାବେ ପରିଗଣିତ କରିବା ଆମର ଲକ୍ଷ୍ୟ ବୋଲି କହିଛନ୍ତି ଡେରାବିଶ ବ୍ଲକ ବିଜେଡି ସଭାପତି। ଏହି ରକ୍ତଦାନ ଶିବିରରେ ପାଟକୁରା ବିଧାୟିକା ତଥା ସ୍ବର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲ ଉପସ୍ଥିତ ରହି ବେଦପ୍ରକାଶଙ୍କ ସ୍ମୃତିଚାରଣ କରିବା ସହ ପାଟକୁରା ବିକାଶରେ ଶ୍ରୀ ଅଗ୍ରୱାଲଙ୍କ ଅବଦାନ ଅତୁଳନୀୟ ବୋଲି କହିଥିଲେ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.