ETV Bharat / state

କେନ୍ଦ୍ରାପଡା କୋଭିଡ ହସ୍ପିଟାଲରେ ମହାଦୁର୍ନୀତି; ଦେଢ କୋଟିରୁ କୋଟିଏ ଚଳୁ କଲେ ଯୋଦ୍ଧା

author img

By

Published : Nov 21, 2020, 4:52 PM IST

ଆରଟିଆଇର ବଡ ଖୁଲାସା । କୋଭିଡ ପରିଚାଳନାରେ ବ୍ୟାପକ ଘୋଟାଲା ଅଭିଯୋଗ । ଦେଢ କୋଟି ଟଙ୍କାରୁ କୋଟିଏ ଟଙ୍କା କେବଳ କୋରୋନା ଯୋଦ୍ଧା ଖାଦ୍ୟପେୟରେ ଖର୍ଚ୍ଚ କରିଛନ୍ତି । ଏନେଇ ଅଧିକ ପଢନ୍ତୁ...

କେନ୍ଦ୍ରାପଡା କୋଭିଡ ହସ୍ପିଟାଲରେ ମହାଦୁର୍ନୀତି

କେନ୍ଦ୍ରାପଡା: କୋରୋନା ମହାମାରୀ ସହ ଲଢେଇ କରିବାକୁ ରାଜ୍ୟ ସରକାର ଅନେକ ଅସ୍ଥାୟୀ କୋଭିଡ ହସ୍ପିଟାଲ ତିଆରି କରିଛନ୍ତି । ଡାକ୍ତର, ପାରାମେଡିକାଲ ଷ୍ଟାଫ, ଅନ୍ୟ ଷ୍ଟାଫଙ୍କ ସହ କଲ ସେଣ୍ଟର ଅନେକ କର୍ମଚାରୀଙ୍କୁ ବିଭିନ୍ନ ହସ୍ପିଟାଲରେ ନିଯୁକ୍ତ କରାଯାଇଛି । କୋରୋନା ମହାମାରୀ ସମୟରେ ରାଜ୍ୟ ସରକାରଙ୍କ ଆର୍ଥିକ ସ୍ଥିତିକୁ ବ୍ୟାପକ ପ୍ରଭାବିତ କରିଥିବେଳେ, ମହାଘୋଟଲାର ଅଭିଯୋଗ ଆଣିଛି ସୂଚନା ଅଧିକାର । କେନ୍ଦ୍ରାପଡା କୋଭିଡ ହସ୍ପିଟାଲରେ ପ୍ରାୟ ଦେଢ କୋଟି ଟଙ୍କାର ମହାଦୁର୍ନୀତ ହୋଇଥିବା ଅଭିଯୋଗ ହୋଇଛି । ଏହି ଦେଢ କୋଟିରୁ କେବଳ କୋଟିଏ ଟଙ୍କା କୋରୋନା ଯୋଦ୍ଧାଙ୍କ ଖାଦ୍ୟପେୟରେ ଖର୍ଚ୍ଚ କରାଯାଇଛି । ଯାହାକୁ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଡାକ୍ତର, ପାରାମେଡିକାଲ ଓ ଅନ୍ୟ ଷ୍ଟାଫ କେବଳ ଖାଇବାରେ ଖର୍ଚ୍ଚ କରିଛନ୍ତି 98 ଲକ୍ଷ 52 ହଜାର 530 ଟଙ୍କା । ଆଉ ଏହି ଖର୍ଚ୍ଚ ହେଇଛି ଏପ୍ରିଲରୁ ଜୁଲାଇ, ମାତ୍ର 4 ମାସରେ । ସେହିପରି ଆଉ ଏକ ଉଦବେଦଗର କଥା ହେଉଛି ଏହି ସମୟ ମଧ୍ୟରେ କେବଳ 16 ଲକ୍ଷ ଟଙ୍କା ପେଟ୍ରୋଲ ପାଇଁ ଖର୍ଚ୍ଚ କରିଛନ୍ତି ଡାକ୍ତର ବାବୁ । ଯଦି କୋଭିଡ ଯୋଦ୍ଧା 4 ମାସରେ 98 ଲକ୍ଷ ଟଙ୍କା ଖାଇବାରେ ଖର୍ଚ୍ଚ କରିଛନ୍ତି , ତେବେ ରାଜ୍ୟରେ କୋଭିଡ ସଂକ୍ରମିତ ଓ ପ୍ରବାସୀଙ୍କ ପାଇଁ ସରକାର କେତେ ଖର୍ଚ୍ଚ ହୋଇଥିବା ତାକୁ ନେଇ ଏବେ ପ୍ରଶ୍ନ ଉଠିଛି ।

ସୂଚନା ଅଧିକାର କର୍ମୀ ପ୍ରକାଶ ଚନ୍ଦ୍ର ଦାସ କୋଭିଡ ପରିଚାଳନାର ଖର୍ଚ୍ଚ ଉପରେ କେନ୍ଦ୍ରାପଡା ହସ୍ପିଟାଲକୁ ତଥ୍ୟ ମାଗିଥିଲେ । କେତେ ସଂକ୍ରମିତ ହୋଇଥିଲେ, କୋଭିଡ ଖର୍ଚ୍ଚ ବିଲ , ଭାଉଚର , ପେମେଣ୍ଟ ଉପରେ କୌଣସି ତଥ୍ୟ ମିଳିପାରିନଥିଲା । ଅନୁସନ୍ଧାନ ପରେ କାର୍ଯ୍ୟାଳୟ ପକ୍ଷରୁ କେବଳ ଖାଦ୍ୟପେୟରେ 98 ଲକ୍ଷ ରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିବା ଜାଣିବାକୁ ପାଇଥିଲେ ।

ସରକାରୀ ତଥ୍ୟ ଅନୁସାରେ ମାର୍ଚ୍ଚ 16 ରେ ରାଜ୍ୟରେ ପ୍ରଥମ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲା । ଏପ୍ରିଲ 1 ରେ ସାରା ରାଜ୍ୟରେ ଚିହ୍ନଟ ହୋଇଥିଲେ 18 ସଂକ୍ରମିତ । ସେହିଭଳି ମେ 1 ରେ ରାଜ୍ୟରେ ପଜିଟିଭ ଥିଲେ 159 ସେଥିମଧ୍ୟରୁ କେନ୍ଦ୍ରାପଡାରୁ ଥିଲେ 2 ଜଣ । ଜୁନ 1 ରେ ରାଜ୍ୟରେ ପଜିଟିଭ ସଂଖ୍ୟା ବୃଦ୍ଧି ପାଇ 2 ହଜାର 376 ହୋଇଥିଲା । ସେହି ଧାରାରେ କେନ୍ଦ୍ରାପଡାରେ ମଧ୍ୟ ସଂଖ୍ୟା ବୃଦ୍ଧି ପାଇ 160 ରେ ପହଞ୍ଚିଥିଲା । ଆଉ RTIରୁ ମିଳିଥିବା ତଥ୍ୟର ସମୟ ହେଉଛି ଏପ୍ରିଲରୁ ଜୁଲାଇ । ଅର୍ଥାତ ଜୁନ ଶେଷ ସୁଦ୍ଧା ଜିଲ୍ଲାରେ ଥିଲେ 160 ସଂକ୍ରମିତ ।ଏଠି ପ୍ରଶ୍ନ କୋଭିଡ ସଂକ୍ରମିତଙ୍କୁ ସେବା ଯୋଗାଇ ଦେବାପାଇଁ କେତେ ଡାକ୍ତର କର୍ମଚାରୀ ନିଯୁକ୍ତି ହୋଇଥିଲେ ? କେତେ ରୋଗୀଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି ?

ସେପଟେ RTIତଥ୍ୟକୁ ବାଏଁ ବାଏଁ ଉଡାଇ ଦେଇଛନ୍ତି ଉପ-ଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର । ମହାମାରୀ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ପଦକ୍ଷେପ ନେଇଛି । ଅନେକ ଅଭିଯୋଗ ଆସିବ । କିନ୍ତୁ ଅଭିଯୋଗର ସତ୍ୟାସତ୍ୟ ନେଇ ଆମେ ସମୀକ୍ଷା କରିବୁ ବୋଲି ଉପଜିଲ୍ଲାପାଳ କହିଛନ୍ତି । ସେହିଭଳି ଜିଲ୍ଲା କଂଗ୍ରେସ ଏହାକୁ ନେଇ କଡା ସମାଲୋଚନା କରିବା ସହ ଆନ୍ଦୋଳନର ଚେତାବନୀ ଦେଇଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.