ETV Bharat / state

ଧାନକଟା ମେସିନ ତଳେ ଚାପି ହୋଇ ଶିଶୁପୁତ୍ରର ମୃତ୍ୟୁ

କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇରେ ଅଭାବନୀୟ ଘଟଣା । ଧାନ କଟା ମେସିନ ଚଢ଼ିଯିବାରୁ 8 ବର୍ଷ ନାବାଳକର ମୃତ୍ୟୁ ହୋଇଛି । ଅଧିକ ପଢ଼ନ୍ତୁ

boy dies after hit by paddy cutting machine
ଧାନକଟା ମେସିନ ତଳେ ଚାପି ହୋଇ 8 ବର୍ଷ ପୁଅ ମୃତ
author img

By

Published : Dec 24, 2022, 9:27 PM IST

ଧାନକଟା ମେସିନ ତଳେ ଚାପି ହୋଇ 8 ବର୍ଷ ପୁଅ ମୃତ

କେନ୍ଦ୍ରାପଡ଼ା : ଧାନକଟା ମେସିନ ଚଢ଼ିଯିବାରୁ ଜଣେ ୮ ବର୍ଷ ନାବାଳକର ମୃତ୍ୟୁ ଘଟିଛି (boy dies after hit by paddy cutting machine ) । ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଖଡିଅଣ୍ଟା ଗାଁରେ। ମୃତ ନାବାଳକ ଜଣଙ୍କ ହେଲେ ଖଡିଅଣ୍ଟା ଗାଁର ସନ୍ନ୍ୟାସୀ ମଳିକଙ୍କ ପୁଅ ଶିବୁ ମଳିକ ।

ସୂଚନାନୁସାରେ ଗତକାଲି (ଶୁକ୍ରବାର) ଖଡିଅଣ୍ଟା ଗାଁ ନିକଟରେ ଥିବା ଭେଡ଼ାରେ ଧାନକଟା ମେସିନ ଦ୍ୱାରା ଧାନ ଅମଳ ହେଉଥିଲା । ସନ୍ନ୍ୟାସୀଙ୍କ ବିଲରେ ମେସିନ ଦ୍ୱାରା ଚାଳକ ଜଣକ ଧାନ କାଟୁଥିଲେ। ସେହି ସମୟରେ ସନ୍ନ୍ୟାସୀଙ୍କ ପୁଅ ଶିବୁ ମେସିନ ପଛେପଛେ ପଡ଼ିଥିବା ଧାନ ସାଉଁଣ୍ଟୁ ଥିଲେ ।

ହେଲେ ହଠାତ୍ କାଳଚକ୍ର ମେସିନଟି ପଛୁଆ ମାଡି ଆସିବାରୁ ଶିବୁ ମେସିନ ଭିତରେ ପଶି ଯାଇଥିଲା । ପରେ ଶିବୁଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି ପଟ୍ଟାମୁଣ୍ଡାଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ଶିବୁଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଡାକ୍ତରଖାନା ଯିବା ବାଟରେ ଶିବୁଙ୍କର ମୃତ୍ୟୁ ଘଟିଥିଲା ।

ନିଜର ଏକ ମାତ୍ର ପୁଅକୁ ହରାଇ ବାପାମାଆ ଭାଙ୍ଗି ପଡ଼ିଥିବା ବେଳେ ଗାଁରେ ମଧ୍ୟ ଶୋକର ଛାୟା ଖେଳିଯାଇଛି। ସେପଟେ ଧାନକଟା ମେସିନ ଚାଳକଙ୍କ ଅସାବଧାନତା ପାଇଁ ନିମିଷକ ମଧ୍ୟରେ ଏଭଳି ଏକ ବଡ଼ ଦୁର୍ଘଟଣା ଘଟିଥିଲା ବୋଲି ଆଲୋଚନା ହେଉଛି ।

ଅନ୍ୟପକ୍ଷରେ ଦୁର୍ଘଟଣା ଘଟାଇଥିବା ଧାନକଟା ମେସିନକୁ ପୋଲିସ ଜବତ କରିଥିବା ବେଳେ ଚାଳକ ମଧ୍ୟ ଫେରାର୍ ହୋଇଯାଇଛି । ଏନେଇ ପଟ୍ଟାମୁଣ୍ଡାଇ ଥାନାରେ ମୃତକର ବାପା ଏକ ଲିଖିତ ଏତଲା ଦେଇଥିବା ବେଳେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ଏହାମଧ୍ୟ ପଢ଼ନ୍ତୁ. AIIMS ଦେଲା ନୂଆ ଜୀବନ, ଧାନକଟା ମେସିନରେ କଟିଥିଲା ଯୁବତୀଙ୍କ ହାତ

ମୃତ୍ୟୁ ଏପରି ଏକ ଶବ୍ଦ ଯାହା ନାଁ ଶୁଣିଲେ ଭୟରେ ଛାତି ଥରି ଉଠେ । ଏହା କେତେବେଳେ କେଉଁ ରୂପରେ ଆଉ କାହା ପାଖକୁ ଆସିବ ତାହା କାହାକୁ ବି ଜଣାନଥାଏ । ଠିକ ଯେମିତି ଏହି 8 ବର୍ଷର ଛୋଟ ଛୁଆ ସହ ଘଟିଛି। ସେ ବା କେମିତି ଜାଣିବ ଯେ ଏହି ଧାନ କଟା ମେସିନ ଦ୍ବାରା ହିଁ ତାର ପ୍ରାଣ ଚାଲିଯିବ । ଖୁସିରେ ଖେଳି ଖେଳି ଧାନ ସାଉଁଣ୍ଟୁଥିଲା ଶିବୁ । ହେଲେ ତାକୁ ଜଣାନଥିଲା ଯେ ଏହି କାଳଚକ୍ର ମେମସି ତା ପାଖକୁ ମାଡ଼ି ଆସିବ ବୋଲି । ଖେଳୁ ଖେଳୁ ଯେ ସବୁ ଦିନ ପାଇଁ ଶୋଇଯିବ ତାହା ମଧ୍ୟ ଜାଣିନଥିଲେ ଶିବୁଙ୍କ ପରିବାର ଲୋକେ।

ପୁଅକୁ ହରାଇ ବାପା, ମାଆ ଦୁହେଁ ମୁକ ପାଲଟିଯାଇଛନ୍ତି । ମାଆ ପୁଅର କଥା ଭାବି ଭାବି ଚେତା ହରାଇ ବସୁଛି । ଆଉ ବାପା ନିଜକୁ ଦୋଷ ଦେଇ ମୁଣ୍ଡ ପିଟି ପିଟି କାନ୍ଦୁଛନ୍ତି । 3ଟି ଝିଅ ପରେ ପୁଅ ହୋଇଥିବାରୁ ଘରେ ଖୁସିର ମାହୋଲ ଥିଲା। ହେଲେ ଯମ ଦେବତା ଯେ ଏତେ ଶୀଘ୍ର ପୁଅକୁ ନେଇଯିବେ ତାହା ମଧ୍ୟ ଜାଣିନଥିଲେ ପରିବାର ଲୋକେ। ସେପଟେ ଦୁର୍ଘଟଣା ଘଟାଇଥିବା ଚାଳକ ଜଣକ ଫେରାର ହୋଇଯାଇଛି । ଏ ସମ୍ପର୍କରେ ପୋଲିସ ଏକ ମାମଲା ରୁଜୁ କରିଛି । ଏହାସହ ଚାଳକକୁ ଶୀଘ୍ର ଗିରଫ ପାଇଁ ମଧ୍ୟ ତଦନ୍ତ ଆରମ୍ଭ କରିଛି।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.