କେନ୍ଦ୍ରାପଡ଼ା: ଆଳି ବ୍ଲକ ଧୋୟାଞ୍ଚଳର ପେତପଡା ଗ୍ରାମରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ୩ ପରିବାରର ୪ ବଖରା ଘର ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ଘଟଣାରୁ ଜଣାପଡିଛି ଯେ,ପେତପଡା ଗ୍ରାମର ବାବୁରାମ ଦାସ,କେଶବ ଦାସ,ଦୂତୀ ପରିଡାଙ୍କର 8 ବଖରା ଘର ଆକସ୍ମିକ ଅଗ୍ନିକାଣ୍ଡରେ ପୋଡିଯାଇଛି।
ଘର ଭିତରେ ଥିବା ଧାନ,ଚାଉଳ,ଆସବାବପତ୍ର ସମେତ ସମସ୍ତ ସମ୍ପତ୍ତି ପୋଡି ନଷ୍ଟ ହୋଇଯାଇଛି।ରୋଷେଇ ସମୟରେ ଗ୍ୟାସ ଟାଙ୍କି ଫାଟି ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ତେବେ ଏହି ଗ୍ୟାସ ଟାଙ୍କି ଫାଟିବାର ଶବ୍ଦ ଏତେ ଥିଲା ଯେ କୌଣସି ଜିନିଷ ଉଦ୍ଧାର କରିବା ପାଇଁ କେହି ସାହସ କରି ଭିତରକୁ ଯାଇପାରିନଥିଲେ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ