ETV Bharat / state

କେନ୍ଦ୍ରାପଡାରେ ବ୍ୟବସାୟୀଙ୍କୁ ଗୁଳିମାଡ ଘଟଣା: 4 ଅଭିଯୁକ୍ତ ଗିରଫ, 4 ମୋବାଇଲ ଜବତ - police arrest 4 man in kendrapara murder

କେନ୍ଦ୍ରାପଡାରେ ଯୁବ ବ୍ୟବସାୟୀ ବିବେକାନନ୍ଦ ମହାରଣାଙ୍କୁ ଗୁଳିମାଡ ଘଟଣାରେ 4 ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏବେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ସମେତ ଅନ୍ୟ 3 ଜଣ ଫେରାର ଅଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Jul 22, 2019, 2:25 PM IST

Updated : Jul 22, 2019, 3:29 PM IST

କେନ୍ଦ୍ରାପଡା: ଗତ 13 ତାରିଖ ଦିନ କେନ୍ଦ୍ରାପଡାରେ ଯୁବ ବ୍ୟବସାୟୀ ତଥା ଧର୍ମ ରକ୍ଷା ସେନାର ସଭାପତି ବିବେକାନନ୍ଦ ମହାରଣାଙ୍କୁ ଗୁଳିମାଡ ଘଟଣାରେ 4 ଅଭିଯୁକ୍ତ ଗିରଫ ହୋଇଛନ୍ତି । ସେମାନଙ୍କ ନିକଟରୁ 4ଟି ମୋବାଇଲ ଫୋନ ଏବଂ 2ଟି ବାଇକ ମଧ୍ୟ ଜବତ କରିଛି କେନ୍ଦ୍ରାପଡା ପୋଲିସ । ସେପଟେ ଘଟଣାର ମୁଖ୍ୟ ଅଭିଯୁକ୍ତ ସମେତ ଅନ୍ୟ 3 ଜଣ ଏବେ ବି ଫେରାର ଥିବା କେନ୍ଦ୍ରାପଡା ପୋଲିସ ଅଧିକ୍ଷକ ନୀତିଶେଖର କହିଛନ୍ତି । ତେବେ ଘଟଣା ପଛରେ ଗ୍ୟାଙ୍ଗଷ୍ଟାର ଟିଟୋ, ତା'ର ଭାଇ ଜି.ବାବୁ ଓ ଚିତ୍ତୋର ହାତ ରହିଛି ବୋଲି ସ୍ପଷ୍ଟ କରିଛି ଜିଲ୍ଲା ପୋଲିସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ତେବେ ବିବେକାନନ୍ଦଙ୍କୁ ହତ୍ୟା କରିବାକୁ ସେମାନଙ୍କୁ 5 ଲକ୍ଷ ଟଙ୍କାର ସୁପାରି ମିଳିଥିବା ପୋଲିସ କହିଛି । ଗ୍ୟାଙ୍ଗଷ୍ଟାର ଟିଟୋ ସମେତ ତା'ର ସହଯୋଗୀଙ୍କୁ ଧରାଇବା ପାଇଁ ବିବେକାନନ୍ଦ ପୋଲିସ ଓ ଏସଟିଏଫକୁ ସୂଚନା ଦେଉଥିବା ସନ୍ଦେହ କରି ସେଖ ମହତାବକୁ ଏହି ସୁପାରି ଦିଆଯାଇଥିଲା । ତେବେ ଏହି ଘଟଣାକୁ ରୂପ ଦେବାପାଇଁ ଅଭିଯୁକ୍ତମାନେ ବାରମ୍ବାର ସହରର କଚେରୀ ଛକ ନିକଟସ୍ଥ ଏକ ସିନେମା ହଲ ପାଖକୁ ଯାଉଥିଲା । ଘଟଣାରେ ତିନୋଟି ବନ୍ଧୁକ ବ୍ୟବହାର ହୋଇଥିବା ସୂଚନା ମିଳିଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଆଲୋକ ମଲ୍ଲିକ, ସେକ ସାକିର, ତ୍ରିଲୋଚନ ମଲ୍ଲିକ ଓ ଶଙ୍କର ସେଠୀ ।

ସୂଚନାଯୋଗ୍ୟ ଯେ, ଜୁଲାଇ 13 ତାରିଖ ଦିନ ବିବେକାନନ୍ଦ ତିନି ମୁହାଣରୁ ନିଜ ଘରକୁ ଫେରୁଥିବାବେଳେ ଗୁଲନଗର ସ୍କୁଲ ଛକ ନିକଟରେ ଅଚାନକ ଜଣେ ଦୁର୍ବୃତ୍ତ ତାଙ୍କ ଉପରୁ ଗୁଳିମାଡ କରିଥିଲା । ଗୁଳିଟି ତାଙ୍କ ପେଟରେ ବାଜିଥିଲା । ଗୁଳିମାଡ ପରେ ଘଟଣାସ୍ଥଳରୁ ଦୁର୍ବୃତ୍ତ ଫେରାର ହୋଇଯାଇଥିଲା ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:Body:

BLANK

Conclusion:
Last Updated : Jul 22, 2019, 3:29 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.