ETV Bharat / state

ହାଇଦରକୁ ଗୁଳି ପରେ ବଢିଲା ସୁରକ୍ଷା, କେନ୍ଦ୍ରାପଡ଼ା ସହରରେ ୧୪୪ ଧାରା ଜାରି - କେନ୍ଦ୍ରାପଡ଼ାରେ ୪ ପ୍ଲାଟୁନ ପୋଲିସ ମୁତୟନ

ଅଶି ଦଶକରୁ ଆତଙ୍କ ଖେଳାଇଥିବା ଗ୍ୟାଙ୍ଗଷ୍ଟାର ହାଇଦର ଅଲ୍ଲୀର ନାଟକୀୟ ଅନ୍ତ ଘଟିଛି । ଚୌଦ୍ୱାରରୁ ବାରିପଦା କାରଗାରକୁ ସ୍ଥାନାନ୍ତର କରାଯାଉଥିବା ବେଳେ ବାଲେଶ୍ୱର ସିମୁଳିଆ ଥାନା ଅଧିନ ଏକ ସ୍ଥାନରେ ପୋଲିସ ଏନକାଉଣ୍ଟର କରିଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର । କେନ୍ଦ୍ରାପଡାରେ ୧୪୪ ଧାରା ଜାରି । ଅଧିକ ପଢନ୍ତୁ...

ହାଇଦର ଏନକାଉଣ୍ଟର ପରେ କେନ୍ଦ୍ରାପଡ଼ା ସହରରେ ୪ ପ୍ଲାଟୁନ ପୋଲିସ ମୁତୟନ

author img

By

Published : Jul 24, 2021, 10:01 PM IST

Updated : Jul 25, 2021, 9:20 AM IST

କେନ୍ଦ୍ରାପଡ଼ା: ଅଶି ଦଶକରୁ ଆତଙ୍କ ଖେଳାଇଥିବା ଗ୍ୟାଙ୍ଗଷ୍ଟାର ହାଇଦର ଅଲ୍ଲୀର ନାଟକୀୟ ଅନ୍ତ ଘଟିଛି । ଚୌଦ୍ୱାରରୁ ବାରିପଦା କାରଗାରକୁ ସ୍ଥାନାନ୍ତର କରାଯାଉଥିବା ବେଳେ ବାଲେଶ୍ୱର ସିମୁଳିଆ ଥାନା ଅଧିନ ଏକ ସ୍ଥାନରେ ପୋଲିସ ଏନକାଉଣ୍ଟର କରିଥିବା ସୂଚନା ଦେଇଛନ୍ତି ଟ୍ବିନ୍ ସିଟି ପୋଲିସ କମିଶନର ।

ହାଇଦର ଏନକାଉଣ୍ଟର ପରେ କେନ୍ଦ୍ରାପଡ଼ା ସହରରେ ୪ ପ୍ଲାଟୁନ ପୋଲିସ ମୁତୟନ

ଅନ୍ୟପଟେ ହାଇଦର ଅଲ୍ଲୀର ଜନ୍ମମାଟି କେନ୍ଦ୍ରାପଡ଼ା ଜିଲ୍ଲାରେ ଏନକାଉଣ୍ଟର ପରେ ଆଇନଶୃଙ୍ଖଳା ଦୃଷ୍ଟିରୁ ନିଆଯାଇଛି ବଡ଼ ପଦକ୍ଷେପ । କେନ୍ଦ୍ରାପଡ଼ା ସହରର ୨୧ଟି ୱାର୍ଡ ସମେତ କେନ୍ଦ୍ରାପଡ଼ା ବ୍ଲକର କପାଳେଶ୍ୱର,ଜମଧର ଓ ଗୁଲନଗର ସମେତ ଡେରାବିଶ୍ ବ୍ଲକର ବାରିମୂଳ ପଞ୍ଚୟତରେ ୧୪୪ ଧାରା ଜାରି କରାଯାଇଛି । ଏନେଇ ଶନିବାର ରାତି ୧୧ରୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଜାରି ରହିବ । ଏନେଇ ସୂଚନା ଦେଇଥିଲେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ଋତୁରାଜ।

କୁଖ୍ୟାତ ଅପରାଧି ତଥା ଗ୍ୟାଙ୍ଗଷ୍ଟାର ସେକ ହାଇଦର ଅଲ୍ଲିକୁ ଆଜି ପୋଲିସର ଏନକାଉଣ୍ଟର ପରେ କୌଣସି ପ୍ରକାର ବାଦବିବାଦ ଏବଂ ଶାନ୍ତିଶୃଙ୍ଖଳା ଭଙ୍ଗ ଆଶଙ୍କା କରି ଏପରି ନିଷ୍ପତ୍ତି ନିଆଯାଇଥିବା ଚିଠି ନଂ ୫୦୨/RPS ରେ ଉଲ୍ଲେଖ କରାଯାଇଛି। କର୍ଫ୍ୟୁ ଜାରୀ ସମୟରେ ଗୋଟିଏ ସ୍ଥାନରେ ୫ରୁ ଉର୍ଦ୍ଧ୍ବ ଲୋକଙ୍କ ସମାଗମକୁ ବାରଣ କରାଯାଇଛି । କର୍ଫ୍ୟୁ ସମୟରେ ଅର୍ଥାତ ଆସନ୍ତା ୩୦ତାରିଖ ପର୍ଯ୍ୟନ୍ତ କେବଳ ଗ୍ରୋସରୀ,ପନିପରିବା ଓ ମାଛମାଂସ ଦୋକାନ ସକାଳ ୭ରୁ ଦିନ ୧୧ ପର୍ଯ୍ୟନ୍ତ ଖୋଲା ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ରେଷ୍ଟୁରାଣ୍ଟ ମାନଙ୍କରୁ ଖାଦ୍ୟ କେବଳ ପାର୍ଶଲ ମାଧ୍ୟମରେ ନେଇଯିବା ପାଇଁ ନିର୍ଦ୍ଦେଶ ଥିବା ବେଳେ ଦିନ ୧୧ ପରେ କୌଣସି ପ୍ରକାର ଯାନବାହନ ସହର ମଧ୍ୟରେ ଯାତାୟାତ ପାଇଁ ବାରଣ କରାଯାଇଛି । ଏନେଇ କେନ୍ଦ୍ରାପଡ଼ା ଓ ତହସିଲଦାର ସମେତ ଟାଉନ ଥାନା ଅଧିକାରୀ ଏବଂ ସଦର ଥାନା ଅଧିକାରୀଙ୍କୁ ନିର୍ଦେଶ ପ୍ରଦାନ କରାଯାଇଛି।

ସହରର ପୁରୁଣା ବସଷ୍ଟାଣ୍ଡ, ନୂଆ ବସଷ୍ଟାଣ୍ଡ, ବଡହାଟ, ତିନିମୁହାଣୀ, ଗରାପୁର, ରଣପଡ଼ା, ପେଟ୍ରୋଲ ପମ୍ପ ଛକ ଆଦି ସ୍ଥାନରେ ଚାରି ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ପ୍ରତ୍ୟେକ ସ୍ଥାନରେ ଚେକିଂ ଚାଲୁ ରହିଥିବା ବେଳେ ପରିସ୍ଥିତି ଉପରେ କଡା ନଜର ରଖିଛି ପୋଲିସ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Jul 25, 2021, 9:20 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.