କେନ୍ଦ୍ରାପଡା : ମାର୍ଶାଘାଇ ଥାନା ଟିକରପଙ୍କା ଛକ ନିକଟରେ ଜଣେ ବାବାଜୀ ୪ ଜଣ ସ୍ଥାନୀୟ ଲୋକଙ୍କୁ ତ୍ରିଶୁଳରେ ଆକ୍ରମଣ କରି ଆହତ କରିଛନ୍ତି ।ଗୁରୁତର ଆହତ ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ଟିକରପଙ୍କା ନାରାୟଣପୁର ଗାଁର କୁଞ୍ଜ ମଲ୍ଲିକ ।
ସ୍ଥାନୀୟ ଲୋକମାନେ ଆହତ ବ୍ୟକ୍ତିଙ୍କୁ ପ୍ରଥମେ କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିବାବେଳେ ସେଠାରେ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ବାବାଜୀ ଜଣକ ଉତ୍ତର ପ୍ରଦେଶରୁ ଆସିଥିବା କହୁଥିଲେ ମଧ୍ୟ ତାଙ୍କର ପରିଚୟ ମିଳିପାରିନାହିଁ । ସ୍ଥାନୀୟ ଲୋକମାନେ ବାବାଜୀଙ୍କୁ ଧରି ମାର୍ଶାଘାଇ ପୋଲିସକୁ ଜିମା ଦେଇଛନ୍ତି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭ ଭାରତ