ETV Bharat / state

୩୦୦ ଲିଟରରୁ ଉର୍ଦ୍ଧ୍ବ ଦେଶୀ ରନ୍ଧାମଦ ଜବତ, ଦୁଇ ଗିରଫ

author img

By

Published : Nov 5, 2020, 11:06 AM IST

କେନ୍ଦ୍ରାପଡାରେ ବଢୁଛି ବେଆଇନ ମଦ କାରବାର । ଖବର ପାଇ ଅବକାରୀ ବିଭାଗ ଚଢାଉ କରି ୩୦୦ ଲିଟରରୁ ଉର୍ଦ୍ଧ୍ବ ଦେଶୀ ରନ୍ଧାମଦ ଜବତ ସହ ଦୁଇ ଜଣଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ...

୩୦୦ ଲିଟରରୁ ଉର୍ଦ୍ଧ୍ବ ଦେଶୀ ରନ୍ଧାମଦ ଜବତ, ଦୁଇ ଗିରଫ
୩୦୦ ଲିଟରରୁ ଉର୍ଦ୍ଧ୍ବ ଦେଶୀ ରନ୍ଧାମଦ ଜବତ, ଦୁଇ ଗିରଫ

କେନ୍ଦ୍ରାପଡା: ଅବକାରୀ ବିଭାଗକୁ ସଫଳତା । କେନ୍ଦ୍ରାପଡାରେ ଗଣପର୍ବ ଚାଲୁଥିବା ସମୟରେ ବଢୁଥିଲା ବେଆଇନ ମଦ କାରବାର । ଗୁରୁବାର ଅବକାରୀ ବିଭାଗ ଚଢାଉ କରି 300ଲିଟରରୁ ଅଧିକ ମଦ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ।

ଟାଉନ ଥାନା ଅନ୍ତର୍ଗତ ବଡହାଟ ଗାଁରେ ବେଆଇନ ମଦ ବ୍ୟବସାୟ ହେଉଥିବା ଖବର ପାଇଥିଲା ପୋଲିସ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ନିରୀକ୍ଷକ ରଜତ ପ୍ରହରାଜଙ୍କ ଦ୍ବାରା ଜିଲ୍ଲାରେ ବେଆଇନ ମଦ ବେପାର ଉପରେ ଗୁରୁବାର ଚଢ଼ାଉ କରାଯାଇଥିଲା ।

ଚଢାଉରେ 300ଲିଟରରୁ ଉର୍ଦ୍ଧ୍ବ ଦେଶୀ ରନ୍ଧାମଦ ଜବତ କରିଛି ଅବକାରୀ ବିଭାଗ । ଘଟଣାରେ ବ୍ୟବସାୟ କରୁଥିବା ଦୁଇଭାଇ ମାନା ଓ ଗେଲା ମହାରଣାକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତଙ୍କ ବିରୋଧରେ ଅବକାରୀ ମାମଲା ନଂ 23/2020ରେ ମାମଲା ରୁଜ୍ଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି କହିଛନ୍ତି ଅବକାରୀ ସବ୍ ଇନ୍ସପେକ୍ଟର ସରୋଜ ବାଗ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.