କେନ୍ଦ୍ରାପଡା: ୨୫ କିଲୋ ହରିଣ ମାଂସ ଜବତ କଲା ମହାକାଳପଡା ବନ ବିଭାଗ । ମହାକାଳପଡା ବନ୍ୟଜୀଵ ବନାଞ୍ଚଳ ଅଧିନରେ ଥିବା ବଉଳକଣି ପଞ୍ଚାୟତର ଲୁଣା ଘେରି ବାଟଦେଇ ଯାଉଥିବା ଏକ ଅଟୋକୁ କେନ୍ତିଆ ଛକ ନିକଟରେ ସ୍ଥାନୀୟ ଲୋକେ ଅଟୋରେ ହରିଣ ମାଂସ ଯାଉଛି ବୋଲି ଖବର ପାଇଥିଲେ । ଯାହାପରେ ଅଟୋକୁ ଅଟକ ରଖି ସ୍ଥାନୀୟ ଲୋକେ ମହାକାଳପଡା ବନାଞ୍ଚଳ ଅଧିକାରୀଙ୍କ ନିକଟକୁ ଫୋନ କରି ଏହାର ସୂଚନା ଦେଇଥିଲେ।
ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ୨୦ କେଜି ହରିଣ ମାଂସ ସହିତ ଅଟୋକୁ ଜବତ କରିବା ସହ ଅଟୋ ଡ୍ରାଇଭର ପ୍ରଦୀପ ଦାସକୁ ଗିରଫ କରିଛନ୍ତି । ଘଟଣାସ୍ଥଳରୁ ଆଉ ଦୁଇ ଜଣ ଖସି ପଳାଇଥିବା ଜଣାପଡିଛି । ୨୫ କେଜି ହରିଣ ମାଂସ ବାବଦରେ ମହାକାଳପଡା ବନାଞ୍ଚଳ ଅଧିକାରୀ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ