ETV Bharat / state

ଗ୍ୟାସ ଟାଙ୍କି ଫାଟି 2 ମୃତ - ଗ୍ୟାସ ସିଲିଣ୍ଡର

ଗ୍ୟାସ ସିଲିଣ୍ଡର ଫାଟି 2 ବୋଟ ଡ୍ରାଇଭରଙ୍କ ମୃତ୍ୟୁ । ମୃତକ ଦ୍ବୟ ଆଠଗଡର  ପ୍ରକାଶ ସାମନ୍ତରାୟ ଓ ଗଞ୍ଜାମର ସୁବାଷ ସାହୁ । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନୀତିଶେଖରଙ୍କ ତଦନ୍ତ ଜାରି ।

ଡିଜାଇନ ଫଟୋ
author img

By

Published : Sep 1, 2019, 12:20 PM IST

Updated : Sep 1, 2019, 2:56 PM IST

କେନ୍ଦ୍ରାପଡ଼ା: ଗ୍ୟାସ ସିଲିଣ୍ଡର ଫାଟି 2 ବୋଟ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । କେନ୍ଦ୍ରାପଡା ଜମ୍ବୁ ମେରାଇନ ଥାନା ଅନ୍ତର୍ଗତ ଖରିନାସୀ ଠାରେ ଏହି ଅଭାବନୀୟ ଘଟଣା ଘଟିଛି । ତେବେ ମୃତକ ଦ୍ବୟ ଆଠଗଡର ପ୍ରକାଶ ସାମନ୍ତରାୟ ଓ ଗଞ୍ଜାମର ସୁବାଷ ସାହୁ ବୋଲି ଜଣାପଡିଛି ।

ସୂଚନାନୁଯାୟୀ, ମୃତକ ଦୁହେଁ ପୁର୍ବରୁ ନୌସେନା ବିଭାଗରେ କାର୍ଯ୍ୟରତ ଥିଲେ । ଅବସର ପରେ ରାଜ୍ୟ ସରକାରଙ୍କ ସାମୁଦ୍ରିକ ଥାନାରେ ସମୁଦ୍ର ମଧ୍ୟରେ ତଟରକ୍ଷକ ଭାବରେ ନିଯୁକ୍ତି ପାଇ ଏମାନେ ତଟରକ୍ଷୀ ବିଭାଗର ତଥା ଜମ୍ବୁ ସାମୁଦ୍ରିକ ଥାନାରେ ବୋଟ ଚାଳକ ଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ଆଜି ସକାଳ ୮ଟା ରେ ପ୍ରକାଶ ସାମନ୍ତରାୟ ରୋଷେଇ କରିବାକୁ ଯାଇଥିବା ବେଳେ କୌଣସି କାରଣରୁ ଷ୍ଟୋଭରେ ନିଆଁ ଲାଗିଯାଇଥିଲା । ରୋଷେଇ ଘରେ ପେଟ୍ରୋଲ ଓ ଡିଜେଲ ଥିବାରୁ ଏହା ସମଗ୍ର କୋଠରୀକୁ ବ୍ୟାପି ଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ପ୍ରକାଶଙ୍କ ମୃତ୍ୟୁ ଘଟିଛି । ସେହିପରି ସୁବାଷ ସାହୁ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଉଥିବା ସମୟରେ ବାଟରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ସୂଚନା ପାଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନୀତିଶେଖର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇ ଥିବା ଜଣାପଡିଛି ।

ଏଠାରେ ପ୍ରଶ୍ନ ଉଠୁଛି ଯେ ରୋଷେଇ ଘରେ ପେଟ୍ରୋଲ ଓ ଡିଜେଲ କେଉଁ କାରଣରୁ ରଖାଯାଇଥିଲା । ତେବେ ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ଏଠାରେ ପ୍ରଥମ ଥର ନୁହେଁ ବାରମ୍ବାର ଏଭଳି ଅଘଟଣ ଘଟୁଛି । ପୋଲିସ କି ଅଗ୍ନିଶମ ବିଭାଗକୁ ମଧ୍ୟ ସୂଚନା ଦେଲେ ସେମାନେ ବିଳମ୍ବରେ ଆସୁଛନ୍ତି ।

କେନ୍ଦ୍ରାପାଡରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:01.09.2019
Radhakanta Mohanty,Kendrapada
Slug-od_kpr_01_blast_script_7204459
Anchor-କେନ୍ଦ୍ରାପଡ଼ା ଜମ୍ବୁ ମେରାଇନ ଥାନା ଅନ୍ତର୍ଗତ ଖରିନାସୀ ଠାରେ ରୋଷେଇ ଘରେ ବିସ୍ଫୋରଣ ଘଟି ଦୁଇ ମୃତ।ମୃତକ ମାନେ ହେଲେ ପ୍ରକାଶ ସାମନ୍ତରାୟ ଓ ସୁବାଷ ସାହୁ।ମୃତକ ଦୁହେଁ ପୁର୍ବରୁ ଜଳସେନା ବିଭାଗରେ କାର୍ଯ୍ୟରତ ଥିଲେ।ଅବସର ପରେ ରାଜ୍ୟ ସରକାରଙ୍କ ସାମୁଦ୍ରିକ ଥାନାରେ ସମୁଦ୍ର ମଧ୍ୟରେ ତଟରକ୍ଷକ ଭାବରେ ନିଯୁକ୍ତି ପାଇ ଏମାନେ ତଟରକ୍ଷୀ ବିଭାଗର ତଥା ଜମ୍ବୁ ସାମୁଦ୍ରିକ ଥାନାରେ ବୋଟ ଚାଳକ ଥିଲେ।ଆଜି ସକାଳ ୮ ଘଟିକା ସମୟରେ ପ୍ରକାଶ ସାମନ୍ତରାୟ ରୋଷେଇ କରିବାକୁ ଯାଇଥିବା ବେଳେ କୌଣସି କାରଣରୁ ଷ୍ଟୋଭରେ ନିଆଁ ଲାଗିଯାଇଥିଲା।ଉକ୍ତ ରୋଷେଇ ଘରେ ପେଟ୍ରୋଲ ଓ ଡିଜେଲ ଗଛିତ ଥିବାରୁ ଏହା ସମଗ୍ର କୋଠରୀକୁ ବ୍ୟାପିଯାଇଥିଲା।ଘଟଣାସ୍ଥଳରେ ପ୍ରକାଶଙ୍କ ମୃତ୍ୟୁ ଘଟିଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଗୁରୁତର ଅବସ୍ଥାରେ ସୁବାଷଙ୍କୁ ନିଆଯାଇଥିଲା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଛି।ସୂଚନା ପାଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନୀତିଶେଖର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି।Body:2Conclusion:3
Last Updated : Sep 1, 2019, 2:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.