ETV Bharat / state

ସନ୍ଦେହ ଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ଜନିତ ମୃତ୍ୟୁ ଅନୁମାନ - ବରଗଛରେ ଝୁଲନ୍ତା ମୃତଦେହ ଆତ୍ମହତ୍ୟା ସନ୍ଦେହ

ବରଗଛରୁ ଉଦ୍ଧାର ହେଲା ଝୁଲନ୍ତା ମୃତ ଦେହ । ପୋଲିସ ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ଜଣାପଡିଛି । ଅଧିର ପଢନ୍ତୁ

ବରଗଛରୁ ଝୁଲନ୍ତା ମୃତଦେହ ଉଦ୍ଧାର , ଆତ୍ମହତ୍ୟା ସନ୍ଦେହ !

author img

By ETV Bharat Odisha Team

Published : Oct 8, 2023, 7:18 AM IST

ବରଗଛରୁ ଝୁଲନ୍ତା ମୃତଦେହ ଉଦ୍ଧାର , ଆତ୍ମହତ୍ୟା ସନ୍ଦେହ !

ଫୁଲବାଣୀ: ଜି ଉଦୟଗିରି ଥାନା ଅନ୍ତର୍ଗତ ଗଡ଼ାବିସା ଛକରେ ଥିବା ଏକ ବରଗଛରୁ ଏକ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ । ପାରିପାର୍ଶ୍ୱିକ ପରିସ୍ଥିତି ଦେଖିବା ପରେ ପୋଲିସ ଏହା ଏକ ଆତ୍ମହତ୍ୟା ଜନିତ ମୃତ୍ୟୁ ବୋଲି ସନ୍ଦେହ କରୁଛି । ମୃତକ ଗ୍ରାଇଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ କାକାମାହା ଗ୍ରାମର ୬୫ ବର୍ଷୀୟ ସୁରେନ୍ଦ୍ର ବିନ୍ଧାଣି ବୋଲି ଜଣା ପଡ଼ିଛି । ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡ଼ିବ ବୋଲି ପୋଲିସ କହିଛି ।

କାକାମାହା ଗ୍ରାମର ସୁରେନ୍ଦ୍ର ବିନ୍ଧାଣି ଅବିବାହିତ ରହିଥିଲେ । ପରିବାର କହିଲେ ତାଙ୍କର କେବଳ ଜଣେ ବଡ଼ ଭଉଣୀ ଅଛନ୍ତି । ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବା ପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପାରିପାର୍ଶ୍ୱିକ ପରିସ୍ଥିତି ଦେଖିବା ପରେ ଏହା ଏକ ଆତ୍ମହତ୍ୟା ଜନିତ ମୃତ୍ୟୁ ବୋଲି ପୋଲିସ ସନ୍ଦେହ କରିଛି । ଯଦି ସେ ଏଭଳି କିଛି ଚରଣ ନିଷ୍ପତ୍ତି ନେଇଛନ୍ତି ତାହାର କାରଣ ଖୋଜିବାରେ ଲାଗିଛି ପୋଲିସ । ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି ପୋଲିସ ।

ଘଟଣା ସ୍ଥଳରେ ଜି ଉଦୟଗିରି ଥାନା ଅଧିକାରୀ ଅଜୟ କୁମାର ସ୍ୱାଇଁ ଏବଂ ଏ ଏସ ଆଇ ବିନୟ କୁମାର୍ ମହାରଣା ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଆଜି ବ୍ୟବଚ୍ଛେଦ ପରେ ତାଙ୍କ ବଡ ଭଉଣୀଙ୍କୁ ମୃତଦେହକୁ ହସ୍ତାନ୍ତତର କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ...ପୁରୀରେ ଗଡିଲା ମୁଣ୍ଡ, ଜମିବାଡ଼ି ବିବାଦରୁ ଦାଦାକୁ ହାଣିଲା ପୁତୁରା !

ଏହା ପୂର୍ବରୁ ମୟୂରଭଞ୍ଜର ପିଆରଏମ ମେଡ଼ିକାଲ କଲେଜରୁ ଡାକ୍ତରୀ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ମୃତ ଡାକ୍ତରୀ ଛାତ୍ର ଜଣକ ଡ.ସଚିନ ସାହୁ ବୋଲି ଜଣାପଡିଥିଲା । ତାଙ୍କ ଘର କେନ୍ଦୁଝର ଜିଲ୍ଲାରେ ହୋଇଥିବା ବେଳେ ସେ ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲରେ ହାଉସ ସର୍ଜନ ଭାବେ କାର୍ଯ୍ୟ କରୁଥିଲେ ।

ସୂଚନା ଅନୁଯାୟୀ, ଡ.ସଚିନ ସାହୁ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଡ୍ୟୁଟି ସାରି ନିଜ ରୁମକୁ ଫେରିଥିଲେ । ହେଲେ ତା ପର ଦିନ ଦୀର୍ଘ ସମୟ ଧରି ସେ କବାଟ ନ ଖୋଲିବାରୁ ଅନ୍ୟ ଛାତ୍ରମାନେ କୌଣସି ଅଘଟଣ ଘଟିଥିବା ଆଶଙ୍କାରେ କବାଟଟି ଭାଙ୍ଗି ଦେଇଥିଲେ । ଉକ୍ତ ଗୃହ ଭିତରୁ ସଚିନଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ଉଦ୍ଧାର କରି ତାଙ୍କୁ ପିଆରଏମ ମେଡିକାଲକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.