ETV Bharat / state

ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି - phiringia police

ଜଙ୍ଗଲରୁ ନିଖୋଜ ଯୁବକଙ୍କ ସନ୍ଦେହଜନକ ଭାବେ ମୃତଦେହ ଉଦ୍ଧାର । ଫିରିଙ୍ଗିଆ ପୋଲିସ ମୃତଦେବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଅଧିକ ପଢନ୍ତୁ

ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧର , ପୋଲିସର ତଦନ୍ତ ଜାରି

author img

By ETV Bharat Odisha Team

Published : Nov 26, 2023, 10:12 PM IST

ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧର , ପୋଲିସର ତଦନ୍ତ ଜାରି

ଫୁଲବାଣୀ: ଜଙ୍ଗଲରୁ ନିଖୋଜ ଯୁବକଙ୍କ ସନ୍ଦେହଜନକ ଭାବେ ମୃତଦେହ ଉଦ୍ଧାର । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା କେଳାପଡା ପଞ୍ଚାୟତ ଗୁରୁପଡା ଗାଁ ପଛପଟେ ଥିବା କଡୀସରୁ ଜଙ୍ଗଲରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତ ଯୁବକ ଜଣକ ହେଲେ କେଳାପଡା ବିଶିସାହିର ସ୍ୱର୍ଗତ ମହିକର୍ଣ ବେହେରାଙ୍କ ପୁଅ କୁନାଲ ବେହେରା ଓରଫ ପକୁଡି ବୋଲି ଜଣାପଡିଛି ।

ସୂଚନା ଅନୁସାରେ ଗତ ୯ ତାରିଖ ଦିନ ମୃତ ଯୁବକ ନିଜ ମାଆକୁ କିଛି ଟଙ୍କା ମାଗିଥିଲେ । ମାଆ ଟଙ୍କା ନଦେବାରୁ ରାତିରେ ଘରୁ କେଉଁଆଡେ ଚାଲିଯାଇଥିଲେ । ପରେ ପରିବାର ଲୋକେ ଯୁବକଙ୍କୁ ବହୁ ଖୋଜାଖୋଜି କରିଥିଲେ ମଧ୍ୟ୍ୟ ଯୁବକର କୌଣସି ସନ୍ଧାନ ପାଇନଥିଲେ । ଘଟଣାର ୫ଦିନ ପରେ ବାଧ୍ୟ ହୋଇ ପରିବାର ଲୋକେ ଫିରିଙ୍ଗିଆ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଫିରିଙ୍ଗିଆ ପୋଲିସ ୧୬/୨୩ ରେ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲେ ।

ତେବେ ଘଟଣାର ୨୦ ଦିନ ପରେ ଅର୍ଥାତ ଗତକାଲି(ଶନିବାର) ସକାଳୁ ଗୁରୁପଡା ଗାଁ ପଛପଟେ ଥିବା କଡ଼ିସରୁ ପାହାଡ଼କୁ କିଛିଲୋକ କୌଣସି କାର୍ଯ୍ୟରେ ଯାଇଥିବାବେଳେ ସେମାନେ ଯୁବକ ଜଣଙ୍କୁ ଏକ ସାହାଡ଼ା ଗଛରେ ଝୁଲନ୍ତା ଅବସ୍ଥାରେ ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ପରେ ଘଟଣା ବିଷୟରେ ଖବର ପାଇ ଫିରିଙ୍ଗିଆ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ଏସଆଇ ଅଜୟ କୁମାର ସାହୁ, ଏଏସଆଇ ପ୍ରିୟରଞ୍ଜନ ନାଏକ ପହଞ୍ଚି ପରିବାର ଲୋକଙ୍କ ଉପସ୍ଥିତିରେ ମୃତଦେହକୁ ଉଦ୍ଧାର କରିଥିଲେ ।

ଏହା ମଧ୍ୟ ପଢନ୍ତୁ....ଯୁବତୀଙ୍କୁ ପ୍ରେମିକ ୩୧ ଖଣ୍ଡ କରିବା ଘଟଣାର ପର୍ଦ୍ଦାଫାସ, ୨ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ପୋଲିସକୁ ମୃତଦେବକୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ପଠାଇଥିବା ଜଣାପଡିଛି । କେଉଁ କାରଣରୁ ଯୁବକ ଜଣକ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି, ବିଭିନ୍ନ ଦିନକୁ ନେଇ ପୋଲିସ ତହନ୍ତ ଆରମ୍ଭ କରିଛି ।ଏହାସହ ଫିରିଙ୍ଗିଆ ପୋଲିସ ୧୦/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରଥିବା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ସୂଚନା ଦେଇଛନ୍ତି ।

ଏହା ପୂର୍ବରୁ ଅକ୍ଟୋବର ମାସରେ ଫୁଲବାଣୀ ସଦର ଥାନା ଅନ୍ତର୍ଗତ ରୁଜାଙ୍ଗି ଅଞ୍ଚଳରେ ଜଣେ ଅବସର ପ୍ରାପ୍ତ ହାବିଲଦାରଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।ମୃତକ ଜଣକ ହେଲେ ରୁଜାଙ୍ଗି ଗ୍ରାମର ପୀତବାସ ଦିଗାଲ(୬୧)। ମୃତ୍ୟୁର କାରଣ ଜଣା ପଡି ନଥିବାବେଳେ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ ।

ଏହା ମଧ୍ୟ ପଢନ୍ତୁ....ରକ୍ତମୁଖା ସ୍ବାମୀ; ସ୍ତ୍ରୀକୁ ଜୀଅଁନ୍ତା ଜାଳିଲା, ଶ୍ବଶୁରକୁ ପଥରରେ ଛେଚି ହତ୍ୟା କଲା

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.