ଫୁଲବାଣୀ: ସ୍କୁଲ ଓ ହଷ୍ଟେଲମାନଙ୍କରେ ଦିନକୁ ଦିନ ବଢିବାରେ ଲାଗିଛି ଅସଦାଚରଣ । ଶିକ୍ଷକଙ୍କର ଏପରି କାଣ୍ଡ ଦ୍ବାରା ଦୂଷିତ ହେବାରେ ଲାଗିଛି ବିଦ୍ୟାଳୟର ସ୍ବଚ୍ଛ ପରିବେଶ । ଯାହାର ଦୃଢ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ସ୍ଥାନୀୟ ମହିଳା ସଂଘ ।
ସୂଚନା ଅନୁଯାୟୀ ଫୁଲବାଣୀ ମାଦିକୁନ୍ଦା ଛକରୁ ଏକ ବିରାଟ ଶୋଭାଯାତ୍ରାରେ ଆସି ମହିଳାମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତେବେ ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଏହି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ମହିଳା ସଂଘ । ଏଥିସହ ଏପରି ଅସଦାଚରଣ ଓ ଦୁର୍ବ୍ୟବହାର ବନ୍ଦ କରିବାକୁ ଦାବି କରିଛନ୍ତି ମହିଳା ସଂଘ ।
ଏପରି ଘଟଣା ଯେପରି ଭବିଷ୍ୟତରେ ବନ୍ଦ ହେବ, ସେ ନେଇ ସରକାର ପଦକ୍ଷେପ ନେବାକୁ ମଧ୍ୟ ଆହ୍ବାନ ଦେଇଛନ୍ତି ମହିଳାମାନେ ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ