ETV Bharat / state

Encounter In Kandhamal: ଯବାନଙ୍କ ଗୁଳିରେ ମହିଳା ମାଓବାଦୀ ନିହତ

author img

By

Published : Oct 11, 2022, 9:32 PM IST

Updated : Oct 12, 2022, 10:19 AM IST

ବାଲିଗୁଡା ଥାନା ଅଞ୍ଚଳର ପୋଖରୀବନ୍ଧ ସଂରକ୍ଷିତ ଜଙ୍ଗଲରେ ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ଜଣେ ମହିଳା ମାଓବାଦୀ ନିହତ । ଅଧିକ ପଢନ୍ତୁ

Encounter In Kandhamal
Encounter In Kandhamal

ଫୁଲବାଣୀ: ସୁରକ୍ଷା କର୍ମୀଙ୍କୁ ସଫଳତା । କନ୍ଧମାଳ ଜିଲ୍ଲାରେ ଯବାନ ଏବଂ ମାଓବାଦୀ ମୁହାଁମୁହିଁ । ଏସ୍‌ଓଜି ଯବାନଙ୍କ ଗୁଳିରେ ଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା । ମୃତ ମାଓବାଦୀଙ୍କ ପରିଚୟ ମିଳିପାରିନଥିବା ବେଳେ କେହି ଯବାନ ଆହତ ହୋଇନଥିବା ଏସ୍‌ପି ଭିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଅର୍ଚ୍ଚନାଙ୍କ ଓକିଲ ହେଲେ ଦେବାଶିଷ, ଭିଡି଼ଓ କନଫେରନ୍ସଂରେ ଓକିଲ ଚୟନ କଲେ ଅର୍ଚ୍ଚନା

ମିଳିଥିବା ସୂଚନା ଅନୁୟାୟୀ ବାଲିଗୁଡା ଥାନା ଅଞ୍ଚଳର ପୋଖରୀବନ୍ଧ ସଂରକ୍ଷିତ ଜଙ୍ଗଲରେ ମଙ୍ଗଳବାର ଉଭୟ ଏସ୍‌ଓଜି ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଯବାନଙ୍କ ଗୁଳିରେ ଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା । ମାଓବାଦୀଙ୍କ ପକ୍ଷରୁ ଜଣେ ମହିଳା ନେତୃତ୍ୱ ନେଉଥିବା ଜଣାପଡିଛି । କ୍ୟାମ୍ପରେ ୨୦ରୁ ଊର୍ଦ୍ଧ୍ବ ମାଓବାଦୀ ଥିବା ଅନୁମାନ କରାଯାଉଛି । ମାଓବାଦୀ ଛତ୍ରଭଙ୍ଗ ଦେଇଥିବାରୁ କୁମ୍ବିଂ ଅପରେସନକୁ ଜୋରଦାର କରିବା ପାଇଁ ଅଧିକ ଫୋର୍ସ ପଠା ଯାଇଥିବା ସୂଚନା ମିଳିଛି । ସେହିପରି ସର୍ଚ୍ଚ ଅପରେସନକୁ ମଧ୍ୟ ଜୋରଦାର କରାଯାଇଛି । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ଇଟିଭି ଭାରତ, କନ୍ଧମାଳ

Last Updated : Oct 12, 2022, 10:19 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.