ETV Bharat / state

କନ୍ଧମାଳରେ ପହିଲି ଶୀତ

author img

By

Published : Oct 22, 2022, 4:36 PM IST

କନ୍ଧମାଳରେ ପହିଲି ଶୀତ । କନ୍ଧମାଳରେ ପହିଲି ଶୀତ ଅନୁଭୂତ ହେବାକୁ ଲାଗିଲାଣି । ପହିଲି ଶୀତର ସ୍ପର୍ଶରେ ପୁଲକିତ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ । ଅଧିକ ପଢନ୍ତୁ

କନ୍ଧମାଳରେ ପହିଲି ଶୀତ
କନ୍ଧମାଳରେ ପହିଲି ଶୀତ

ଫୁଲବାଣୀ: ଖସୁଛି ପାରଦ ବଢୁଛି ଶୀତ । ରାଜ୍ୟରେ ଧିରେ ଧୀରେ ବୃଦ୍ଧି ପାଉଛି ଶୀତ ଲହରି । ଏହାରି ମଧ୍ୟରେ କନ୍ଧମାଳରେ ପହିଲି ଶୀତ ଅନୁଭୂତ ହେବାକୁ ଲାଗିଲାଣି । ପହିଲି ଶୀତର ସ୍ପର୍ଶରେ ପୁଲକିତ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ । ସୁଲୁସୁଲିଆ ପବନ ସାଙ୍ଗକୁ କୁହୁଡିର ଘନ ଆସ୍ତରଣ । ବଦଳି ଯାଇଛି କନ୍ଧମାଳର ରୂପ ଲାବଣ୍ୟ । ଚାରିଆଡେ ଘନ କୁହୁଡି । ଘାସ ଗାଲିଚାରେ ପଡିଛି କାକର ବୁନ୍ଦା । ଜିଲ୍ଲାର ଫୁଲବାଣୀ ସହରରେ କୁହୁଡି ସାଙ୍ଗକୁ ଶୀତର ଲହରି ଆରମ୍ଭ ହୋଇଥିବା ବେଳେ ବାଲିଗୁଡ଼ା, ଦାରିଙ୍ଗବାଡ଼ି, ରାଇକିଆ, ବେଲଘର ଆଦି ସବୁ ଅଞ୍ଚଳରେ ଘନ କୁହୁଡ଼ି ସାଙ୍ଗକୁ ଶୀତ ଅନୁଭୂତ ହେଉଛି ।

କନ୍ଧମାଳରେ ପହିଲି ଶୀତ

ଆଉ ଶୀତ ଦିନରେ ନିଜକୁ ଫିଟ ରଖିବା ପାଇଁ ସକାଳୁ ସକାଳୁ ସହର ଯୁବକ ଏବଂ ବୟସ୍କ ମାନେ ରାସ୍ତାରେ ଓ ଖାଲି ପଡିଆରେ ବାୟ୍ୟାମ କରୁଥିବା ଦେଖିବାକୁ ମିଳିଥିଲା । ଗତ ତିନି ଦିନ ହେଲା ହାଲକା ଶୀତ ଅନୁଭୂତ ହେଉଥିବା ବେଳେ ଆଜି(ଶନିବାର) ସକାଳୁ ଶୀତର ମାତ୍ର ଟିକେ ବୃଦ୍ଧି ପାଇଛି । ଚଳିତ ବର୍ଷ ଫୁଲବାଣୀ ରେ ଆଜି ୧୫.୦୮ ତାପମାତ୍ରା ରହିଥିବା ବେଳେ ଓଡ଼ିଶାର କାଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡିରେ ୧୬.୦୫ ତାପମାତ୍ରା ରହିଛି । ଧୀରେ ଧୀରେ ତାପମାତ୍ରା କମିବା ସାଙ୍ଗକୁ ଶୀତ ବଢ଼ିବାରେ ଲାଗିଛି l

ଏହା ମଦ୍ୟ ପଢନ୍ତୁ-CYCLONE UPDATE: ଅବପାତରେ ପରିଣତ ହେଲା ଲଘୁଚାପ, କାଲିଠୁ ବର୍ଷା !

ପାଣିପାଗ ପର୍ଯ୍ୟବେକ୍ଷକ ଜିତେନ୍ଦ୍ର ସ୍ୱାଇଁ କହିଛନ୍ତି ଯେ, ''ଶନିବାର ଠାରୁ କନ୍ଧମାଳରେ ଶୀତ ସାମାନ୍ୟ ବୃଦ୍ଧି ହୋଇଛି । ଗତକାଲି ୧୯.୦୫ ତାପମାତ୍ରା ଥିବା ବେଳେ ଆଜି(ଶନିବାର) ୧୫.୦୮ ତାପମାତ୍ରା ରହିଛି । ସେହିପରି ଦାରିଙ୍ଗବାଡିରେ ତାପମାତ୍ରା ୧୬.୦୫ ରହିଛି । ଜିଲ୍ଲାରେ କୁହୁଡିର ପ୍ରଭାବ ମଧ୍ୟ ଦେଖିବାକୁ ମିଳୁଛି । ଯଦି ଆଗକୁ ବର୍ଷା ନହୁଏ ତେବେ ଶୀତ ଆହୁରି ବଢିବ ।'' ତେବେ ପ୍ରତ୍ୟେକ ବର୍ଷ ଶୀତ ଦିନରେ କନ୍ଧମାଳ ଜିଲ୍ଲାରେ ଅଧିକ ଶୀତ ଅନୁଭୂତ ହୋଇଥାଏ । ଶୀତର ପ୍ରକୋପ ଏତେ ମାତ୍ରାରେ ଥାଏ ଯେ, ଲୋକେ ଘର ବାହାରକୁ ବାହାରିବାକୁ ମଧ୍ୟ ଇଚ୍ଛା ପ୍ରକାଶ କରି ନଥାନ୍ତି । ସକାଳ ୯ଟା ପର୍ଯ୍ୟନ୍ତ କନ୍ଧମାଳ ପୁରା କୁହୁଡି ଚାଦରରେ ଢାଙ୍କି ହୋଇ ରହିଥାଏ । କୁହୁଡି ଯୋଗୁଁ ଯାତାୟତରେ ମଧ୍ୟ ବାଧା ସୃଷ୍ଟି ହୋଇଥାଏ ।

କନ୍ଧମାଳ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.