ETV Bharat / state

କୋରୋନା ମୁକାବିଲା ପାଇଁ ପୋଲିସଙ୍କୁ ସାହାଯ୍ୟ କରୁଛନ୍ତି ସ୍ବେଚ୍ଛାସେବୀ

author img

By

Published : Apr 13, 2020, 7:27 AM IST

Updated : Apr 13, 2020, 5:26 PM IST

ମହାମାରୀ କୋରୋନାର ମୁକାବିଲା ପାଇଁ ଦିନ ରାତି ଏକ କରି ଦାୟିତ୍ବ ସମ୍ପାଦନ କରି ଚାଲିଛି ଜିଲ୍ଲା ପୋଲିସ । କେବଳ ପୋଲିସର ଏକାନ୍ତ ଉଦ୍ୟମରେ ପରିସ୍ଥିତିର ମୁକାବିଲା କରିବା ସମ୍ଭବ ନୁହେଁ । ଏମିତିରେ କନ୍ଧମାଳ ପୋଲିସ ଆପଣାଇଛି ନୂଆ ଉପାୟ।

corona fight in kandhamal, kandhmal latest news, police volunteer in kandhamal, police volunteer, kandhamal lockdown, କନ୍ଧମାଳରେ କୋରୋନା ମୁକାବିଲା, ପୋଲିସ ଭଲ୍ୟୁଣ୍ଟିୟର, କନ୍ଧମାଳରେ ପୋଲିସ ଭଲ୍ୟୁଣ୍ଟିୟର, କନ୍ଧମାଳ ଲାଟେଷ୍ଟ ନ୍ୟୁଜ୍‌, କନ୍ଧମାଳ ଲକଡାଉନ
କୋରୋନା ମୁକାବିଲା ପାଇଁ ପୋଲିସଙ୍କୁ ସାହାଯ୍ୟ କରୁଛନ୍ତି ସ୍ବେଚ୍ଛାସେବୀ

ଫୁଲବାଣୀ: କୋରୋନା ଲକ ଡାଉନର ବିଷମ ପରିସ୍ଥିତିରେ ସହାୟତାର ହାତ ବଢାଇଛନ୍ତି ଅନେକ ସ୍ବେଚ୍ଛାସେବୀ ଓ ସ୍ବେଚ୍ଛାସେବୀ ସଂଗଠନ। ଏହି ବିଷମ ପରିସ୍ଥିତିର ମୁକାବିଲାରେ କିଛି ସ୍ବେଚ୍ଛାସେବୀଙ୍କ ସହାୟତାରେ କନ୍ଧମାଳ ଜିଲ୍ଲା ପୋଲିସ ପ୍ରଶାସନ ଆରମ୍ଭ କରିଛି ନୂଆ ପ୍ରୟାସ ‘ପୋଲିସ ଭଲ୍ୟୁଣ୍ଟିୟର ନିଯୁକ୍ତ କରି’ । ଟ୍ରାଫିକ ନିୟନ୍ତ୍ରଣ, କୋରୋନା ସଚେତନତା ସହିତ ଅନ୍ୟାନ୍ୟ କାର୍ଯ୍ୟରେ ସଫଳତାର ସହିତ ନିୟୋଜିତ ହୋଇଛନ୍ତି ଏହି ଗୋଷ୍ଠୀ ।

ମହାମାରୀ କୋରୋନାର ମୁକାବିଲା ପାଇଁ ଦିନ ରାତି ଏକ କରି ଦାୟିତ୍ବ ସମ୍ପାଦନ କରି ଚାଲିଛି ଜିଲ୍ଲା ପୋଲିସ । ତେବେ କେବଳ ପୋଲିସର ଏକାନ୍ତ ଉଦ୍ୟମରେ ପରିସ୍ଥିତିର ମୁକାବିଲା କରିବା ସମ୍ଭବ ନୁହେଁ । ଏମିତିରେ କନ୍ଧମାଳ ପୋଲିସ ଆପଣାଇଛି ନୂଆ ଉପାୟ। ସାରା ଜିଲ୍ଲାରେ ସ୍ବେଚ୍ଛାସେବୀଙ୍କୁ ଏହି ମୁକାବିଲାରେ ନିୟୋଜିତ କରି ଆରମ୍ଭ ହୋଇଛି ‘ପୋଲିସ ଭଲ୍ୟୁଣ୍ଟିୟର’ ବା ‘ସ୍ବେଚ୍ଛାସେବୀ ନିଯୁକ୍ତି ବ୍ୟବସ୍ଥା’।

ବର୍ତ୍ତମାନ ଫୁଲବାଣୀରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ 40ରୁ ଅଧିକ ଏପରି ପୋଲିସ ସ୍ବେଚ୍ଛାସେବୀ ନିୟୋଜିତ ହୋଇଛନ୍ତି । ଏହା ସହିତ ଲୋକଙ୍କୁ କୋରୋନା ସମ୍ପର୍କରେ ସଚେତନ କରୁଛନ୍ତି ଏହି ସ୍ବେଚ୍ଛାସେବୀ । ମାସ୍କ ବ୍ୟବହାର, ସାମାଜିକ ଦୂରତ୍ବ ଓ ଘରେ ହିଁ ରହିବାକୁ ପରାମର୍ଶ ଦେବା ସହିତ ଲୋକଙ୍କୁ ସଚେତନ ରହିବାକୁ ଏମାନେ ବୁଝାଉଛନ୍ତି । ଏଥିପାଇଁ ଜିଲ୍ଲାରେ ଟିମ ହ୍ୟୁମାନିଟି ସଂଗଠନର ସଦସ୍ୟଙ୍କୁ ପୋଲିସ ଭଲ୍ୟୁଣ୍ଟିୟର କରାଯାଇଛି ।

ସକାଳ 7ରୁ ଦିନ 11ଟା ମଧ୍ୟରେ ଲୋକେ ଜରୁରି ଜିନିଷ, ପନିପରିବା, ଗ୍ରୋସରୀ ଆଣିବା ପାଇଁ କୋହଳ କରାଯାଉଛି କଟକଣା। ସେହି ସମୟରେ ନିୟୋଜିତ ହେଉଛନ୍ତି ଏହି ଭଲ୍ୟୁଣ୍ଟିୟର। ଫଳରେ ପରିସ୍ଥିତି ସମ୍ଭାଳିବାରେ ପୋଲିସକୁ ମଧ୍ୟ ମିଳିଯାଉଛି କିଛି ସହାୟତା । ଜିଲ୍ଲାର ବାଲିଗୁଡା, ରାଇକିଆ, ଟିକାବାଲି, ଦାରିଙ୍ଗବାଡି ପ୍ରଭୃତି ବିଭିନ୍ନ ଥାନା ଅଞ୍ଚଳରେ ପୋଲିସକୁ ଏବଂ ଜନତାଙ୍କୁ ସାହାଯ୍ୟ କରିବା ପାଇଁ ଏହି ପୋଲିସ ସ୍ବେଚ୍ଛାସେବୀମାନଙ୍କୁ ନିୟୋଜିତ କରାଯାଇଛି । ଯାହା ଫଳରେ ଏବେ ପୋଲିସ ଲୋକଙ୍କ ଅଧିକ ନିକଟତର ହୋଇପାରିଛି।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Last Updated : Apr 13, 2020, 5:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.