ETV Bharat / state

ମୋବାଇଲ ଟାଓ୍ବାର ସ୍ଥାପନ ଦାବି, ସମାଧାନ ନହେଲେ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ଧାରଣା

ମୋବାଇଲ ଟାୱାର ସ୍ଥାପନା ପାଇଁ ପଞ୍ଚାୟତ ଅଫିସରେ ତାଲା ପକାଇଲେ ଗ୍ରାମବାସୀ । ୪୮ ଘଣ୍ଟା ମଧ୍ୟରେ ସମସ୍ୟା ସମାଧାନ ନ ହେଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ଦେବାକୁ ଚେତାବନୀ । ଅଧିକ ପଢନ୍ତୁ

author img

By

Published : Mar 14, 2023, 5:00 PM IST

ମୋବାଇଲ ଟାଓ୍ବାର ସ୍ଥାପନ ପାଇଁ ଦାବି
installation of mobile tower

ଫୁଲବାଣୀ: ମୋବାଇଲ ଟାଓ୍ବାର ସ୍ଥାପନ ପାଇଁ ଗ୍ରାମବାସୀଙ୍କ ଦାବି। ଏନେଇ ପଞ୍ଚାୟତ ଅଫିସରେ ତାଲା ପକାଇଲେ ଗ୍ରାମବାସୀ। ତେବେ ମୋବାଇଲ ଟାଓ୍ବାର ଦାବିରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିମିରିଗୁଡା ପଞ୍ଚାୟତବାସୀ ଆଜକୁ ଦୀର୍ଘ ଦିନ ହେବ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି । ହେଲେ ସମସ୍ୟା ସମାଧାନ ପାଇଁ ପ୍ରଶାସନ ଆନ୍ତରିକତା ନ ଦେଖାଇବାରୁ ଗ୍ରାମବାସୀ ସୋମବାର ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ତେବେ ୪୮ ଘଣ୍ଟା ମଧ୍ୟରେ ସମସ୍ୟା ସମାଧାନ ନ ହେଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ।

ଏନେଇ ଗ୍ରାମବାସୀ କହିଛନ୍ତି ଯେ ମୁଖ୍ୟାଳୟରେ ମୋବାଇଲ ନେଟୱାର୍କ ସ୍ଥାପନ କରିବାକୁ ବହୁ ବର୍ଷ ହେଲା ଦାବି କରି ଆସୁଛୁ । ଗତ ସାଧାରଣ ନିର୍ବାଚନ ସମୟରେ ନେତାମାନେ ଆସି ଭୋଟ ଦେଲେ ଆମେ ତମ ଗାଁ ରେ ନେଟୱାର୍କ ବସାଇବାକୁ କହିଥିଲେ । ହେଲେ ଜିତିଲା ପରେ କିଛି ପଦକ୍ଷେପ ନେଲେ ନାହିଁ । ଗ୍ରାମବାସୀଙ୍କ ଦାବି ଯୋଗୁଁ ବର୍ତ୍ତମାନର ସରପଞ୍ଚ ବିଭିନ୍ନ ଅଫିସ୍ ଯାଇ ଜଣାଇଥିଲେ ମଧ୍ୟ କେହି ଶୁଣିଲେ ନାହିଁ । ଏନେଇ ଗତ ନଭେମ୍ବରରେ ଏହାର ପ୍ରତିବାଦରେ ପଞ୍ଚାୟତ ଅଫିସ୍‌ରେ ତାଲା ପକାଇଥିଲୁ ।

ଏହା ମଧ୍ୟ ପଢନ୍ତୁ-ଭୋପାଳ ଗ୍ୟାସ୍ ଟ୍ରାଜେଡି: ପୀଡିତଙ୍କୁ ଅଧିକ କ୍ଷତିପୂରଣ ପାଇଁ କେନ୍ଦ୍ରର କ୍ୟୁରେଟିଭ ପିଟିସନ ଖାରଜ

ସେହିପରି କିଛି ଦିନ ପରେ ସ୍ଥାନୀୟ ବିଡିଓ ଏବଂ ତହସିଲଦାର ଆସି ଫେବୃଆରି ଶେଷ ସୁଦ୍ଧା ଗାଁରେ ଟାୱାର ବସି ନେଟୱାର୍କ ସମସ୍ୟା ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହା ପରେ ପଞ୍ଚାୟତ କାର୍ଯ୍ୟାଳୟରୁ ତାଲା ଫିଟା ଯାଇଥିଲା । କିନ୍ତୁ ଆଜି ଯାଏଁ ଏହି ସମସ୍ୟାର ସମାଧାନ ହେଲା ନାହିଁ । ତେଣୁ ଆମେ ବାଧ୍ୟ ହୋଇ ଗତ ୧ ତାରିଖରୁ ପୁଣି ବିକ୍ଷୋଭକୁ ଓହ୍ଲାଇ ପଞ୍ଚାୟତ କାର୍ଯ୍ୟାଳୟ ତାଲା ପକାଇଥିଲୁ । ତଥାପି କେହି ପ୍ରଶାସନିକ ଅଧିକାରୀ ଆସିଲେ ନାହିଁ କି ସମସ୍ୟାର ସମାଧାନ ହେଲାନି । ତେଣୁ ବାଧ୍ୟ ହୋଇ ଆଜି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛୁ । ଦାବି ପୂରଣ ନ ହେଲେ ବୁଧବାରରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେବୁ ବୋଲି ରଘୁପତି କହଁର, ମାନସ କୁମାର ଦିଗାଲ, ମିଲନ ଦିଗାଲ, ଚିତରଂଜନ ଦିଗାଲ ପ୍ରମୁଖ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.