ETV Bharat / state

ପୋଲ ଓ ରାସ୍ତା ଉନ୍ନତିକରଣ ପାଇଁ ଦାବି, ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ଧାରଣା

author img

By ETV Bharat Odisha Team

Published : Nov 22, 2023, 10:01 AM IST

କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଦୁଡୁକି ପଞ୍ଚାୟତର ଗ୍ରାମବାସୀଙ୍କ ପୋଲ ନିର୍ମାଣ ଓ ରାସ୍ତା ଉନ୍ନତିକରଣ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ଅଧିକ ପଢନ୍ତୁ

villagers protest
villagers protest
villagers protest

ଫୁଲବାଣୀ: ପୋଲ ଓ ରାସ୍ତା ଉନ୍ନତିକରଣ ପାଇଁ ଦାବି । ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ଧାରଣା । କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଦୁଡୁକି ପଞ୍ଚାୟତ ଅନ୍ତର୍ଗତ କୁସୁମ ବାଟା, ମୁଣ୍ଡୁମାସ୍କା, ପାଜି ଗୁଡା ଏବଂ ସଲାଗୁଡ଼ା ଆଦି ୪ଟି ଗ୍ରାମର ଗ୍ରାମବାସୀ ଭଲ ରାସ୍ତା ନଥିବାରୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ରାସ୍ତାର ଉନ୍ନତିକରଣ ଏବଂ ନୂତନ ପୋଲ ନିର୍ମାଣ ପାଇଁ ଦାବି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ଗ୍ରାମବାସୀ ।

ତେବେ ପ୍ରାୟ 47 ବର୍ଷ ପୂର୍ବେ କୁସୁମବାଟା ଠାରୁ ମୁଣ୍ଡୁମାସ୍କl ରାସ୍ତା ଉପରେ ପୋଲ ନିର୍ମାଣ ହୋଇଥିଲା । ଯାହା 22 ହେଲା ସମ୍ପୂର୍ଣ୍ଣ ଭାଙ୍ଗିଯାଇ ବର୍ଷାରେ ଧୋଇ ହୋଇଯାଇଛି । ଫଳରେ ଉକ୍ତ ରାସ୍ତା ଦେଇ ଯାତାୟତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ପୋଲ ନ ଥିବାରୁ ଚାରିଖଣ୍ଡ ଗ୍ରାମର ଗ୍ରାମବାସୀ ଭଙ୍ଗା ପୋଲ ଭିତରେ ପଶି ଯାତାୟତ କରୁଛନ୍ତି । ଆଉ ବର୍ଷା ଦିନ ଆସିଲେ ଯାତାୟତ ଠପ ହୋଇଯାଉଛି । ଏନେଇ ସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀଠାରୁ ଆରମ୍ଭ କରି ଚାଷ କାର୍ଯ୍ୟ ରେ ମଧ୍ୟ ବିଶେଷ ସମସ୍ୟା ଉପୁଜୁଛି ।

ଏହା ମଧ୍ୟ ପଢନ୍ତୁ- Pradhan Mantri Gram Sadak Yojana: ରାସ୍ତା ମରାମତି ପାଇଁ ଆସିଥିବା ଅର୍ଥ ହରିଲୁଟ, ଭିଜିଲାନ୍ସ ତଦନ୍ତ ଦାବି

ସେହିପରି ଦୈନନ୍ଦିନ ସାମଗ୍ରୀ ହେଉ କିମ୍ବା ପଞ୍ଚାୟତ କାର୍ଯ୍ୟାଳୟକୁ ଯିବା ଆସିବା ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏହି 4 ଗୋଟି ଗ୍ରାମର ଗ୍ରାମବାସୀ । ତେବେ ଏହି ସମସ୍ୟାର ସମାଧାନ ପାଇଁ ବିଡିଓ, ପିଡି ଡିଆରଡିଏ, ପିଏ ଆଇ ଟି ଡି ଏ, ଏଡିଏମଓ, ଜିଲାପାଳଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ବିଧାୟକଙ୍କୁ ଭେଟି 40 ଥର ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ସୁଫଳ ନମିଳିବାରୁ ଧାରଣାରେ ବସିଥିବା କହିଛନ୍ତି ଗ୍ରାମବାସୀ । ତେବେ ଆଗାମୀ ଦିନରେ ପୋଲ ଏବଂ ରାସ୍ତା ନିର୍ମାଣ ନହେଲେ କୋଠର ପଦକ୍ଷେପ ନେବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ଅନ୍ୟପଟେ ଗ୍ରାମବାସୀଙ୍କ ଦାବିକୁ ସହମତି ଜଣାଇ କନ୍ଧମାଳ ପିପୁଲ୍ସ ଫୋରମ ମଧ୍ୟ ଧାରଣାରେ ସାମିଲ ହୋଇଛି ।

ଇଟିଭି ଭାରତ, ଫୁଲବାଣୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.