ଫୁଲବାଣୀ: ଆକ୍ସନ ମୁଡରେ ଭିଜିଲାନ୍ସ ବିଭାଗ । ଦିନକୁ ଦିନ ଦୁର୍ନୀତି ଗ୍ରସ୍ତ ଲୋକଙ୍କ ଦମନ ପାଇଁ ଜୋସରେ ଆସିଛି ଭିଜିଲାନ୍ସ ଟିମ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିଛନ୍ତି କନ୍ଧମାଳ ଜିଲ୍ଲା କ. ନୂଆଗାଁ ବନ ବିଭାଗ ରେଞ୍ଜର ବୈରାଗୀ ଚରଣ ବେହେରା । ଏକକାଳୀନ 3ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ ଟିମ୍ ।
କନ୍ଧମାଳ, ବୌଦ୍ଧ, ଗଞ୍ଜାମର ୭ଟି ସ୍ଥାନରେ ଚଢାଉ କରିଛି କରାଯାଇଛି । ଚଢାଉରେ ଭିଜିଲାନ୍ସ ଟିମରେ ୪ ଡିଏସପି, ୭ ଇନସିପେକ୍ଟର ଓ ଅନ୍ୟାନ୍ୟ କର୍ମଚାରୀ ରହିଛନ୍ତି । କ.ନୂଆଗାଁ ରେଞ୍ଜରଙ୍କ ସରକାରୀ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ ।
ରେଞ୍ଜରଙ୍କ ସମେତ ତାଙ୍କ ସମ୍ପର୍କୀୟଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ହୋଇଥିବା ଜଣାପଡିଛି । ଫୁଲବାଣୀ ଭିଜିଲାନ୍ସ ଜଜ୍ଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢାଉ କରା ଯାଇଥିଲା । ବେହେରାଙ୍କ ନାମରେ ପୂର୍ବରୁ ଦୁର୍ନୀତି ଅଭିଯୋଗ ରହିଥିଲା । ଆଜି(ଗୁରୁବାର) ସକାଳେ ଭିଜିଲାନ୍ସର ଟିମ୍ କ.ନୂଆଗାଁ ସ୍ଥିତ ତାଙ୍କ ସରକାରୀ କାର୍ଯ୍ୟାଳୟ ଓ ବାସଭବନରେ ଚଢ଼ାଉ କରିଥିଲା ଭିଜିଲାନ୍ସ ।
ସେହିପରି ଆଉ ଏକ ଟିମ୍ ବୌଦ୍ଧ ବୁଟୁପାଲିରେ ଥିବା ଘର, ଭଞ୍ଜନଗର ଲଣ୍ଡେଇ ସାହିରେ ଥିବା ଘର, ଦଦରାଲୁଣ୍ଡାରେ ଥିବା କୁକୁଡା ଫାର୍ମ ସମେତ ଦୁଇଜଣ ସମ୍ପର୍କୀୟଙ୍କ ବାସ ଭବନରେ ଚଢାଉ କରିଥିଲେ । ଆକଳନ ବେଳେ ବୈରାଗୀ ଓ ତାଙ୍କ ସମ୍ପର୍କୀୟଙ୍କ ନାମରେ ୧ କୋଟି ୪ ଲକ୍ଷ ୭୧ ହଜାର ୪୯୦ ଟଙ୍କାର ଆୟବହିର୍ଭୂତ ସମ୍ପତ୍ତି ଜବତ କରାଯାଇଛି ।
ଏହା ବି ପଢନ୍ତୁ...Vigilance Raid: ଭିଜିଲାନ୍ସ ପଞ୍ଝାରେ ଓମଫେଡ ଡେପୁଟି ଜେନେରାଲ ମ୍ୟାନେଜର
ସେହିପରି ଭଞ୍ଜନଗର ଲଣ୍ଡେଇ ସାହିରେ ୫୬ ଲକ୍ଷ ୭୫ ହାଜର ୬୪୫ ଟଙ୍କାର ଏକ ତିନି ମହଲା କୋଠା, ବୌଦ୍ଧର ବୁଟୁପାଲିଠାରେ ୯ ଲକ୍ଷ ୭୨ ହଜାର ୯୨ ଟଙ୍କାର ଏକ ଘର ସହିତ ଭଞ୍ଜନଗର ଠାରେ ଏକ କୁକୁଡା ଫାର୍ମ ୨ ଲକ୍ଷ ୮୦ ହଜାର ୪୦୦ ଟଙ୍କା ରହିଛି । ଏତଦବ୍ୟତୀତ ରେଞ୍ଜର ଓ ତାଙ୍କ ପରିବାର ଲୋକଙ୍କ ନାମରେ ଭଞ୍ଜନଗର, ବ୍ରହ୍ମପୁରଠାରେ ଜାଗା, ୫ ଲକ୍ଷ ୫୨ ହଜାର ୩୭୫ ଟଙ୍କାର ସୁନା ଗହଣା ଓ ୯ ଲକ୍ଷ ୪୨ ହଜାର ୩୯୨ ଟଙ୍କାର ଜୀବନବୀମା ପଲିସି ଥିବା ବେଳେ ବ୍ୟାଙ୍କରେ ୭ ଲକ୍ଷ ୭୬ ହଜାର ୩୩୫ ଟଙ୍କା ଜମା ରହିଛି ।
ଖବର ଲେଖାଯିବା ସୁଦ୍ଧା ସମ୍ପତି ଆକଳନ ଜାରି ରହିଥିଲା । ଚଢ଼ାଉରେ ଦୁର୍ନୀତି ନିବାରଣ ବିଭାଗର ୪ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ । ତେବେ ରେଞ୍ଜର ବୈରାଗୀ ୧୯୮୭ ମସିହାରେ ବନ ବିଭଗରେ ଫରେଷ୍ଟ ଗାର୍ଡ ଭାବେ ନିଯୁକ୍ତି ପାଇଥିଲେ । ଏହାପରେ ପଦୋନ୍ନତି ପାଇ ରେଞ୍ଜର ହୋଇଥିଲେ । କିଛି ଦିନ ହେବ ସେ କ.ନୂଆଗାଁ ରେଞ୍ଜର ଭାବେ ଯୋଗ ଦେଇଥିଲେ ।
କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ