ETV Bharat / state

ଆରଟିଓ ଗଣେଶ୍ବର କହଁରଙ୍କ ଘରେ ଭିଜିଲାନ୍ସର ଛାନଭିନ

କନ୍ଧମାଳ ଜିଲ୍ଲା ନିବାସୀ ବରିଷ୍ଠ ଓଏଏସ ଅଧିକାରୀ ନବରଙ୍ଗପୁରରେ ଅବସ୍ଥାପିତ ଆରଟିଓ ଗଣେଶ୍ବର କହଁରଙ୍କ ଫୁଲବାଣୀ ଘରେ ଶୁକ୍ରବାର ଦିନତମାମ ଭିଜିଲାନ୍ସ ଛାନଭିନ କରିଛି । ଅଧିକ ପଢନ୍ତୁ...

author img

By

Published : Mar 7, 2020, 2:06 AM IST

ଆରଟିଓ ଗଣେଶ୍ବର କହଁରଙ୍କ ଘରେ ଭିଜିଲାନ୍ସର ଛାନଭିନ
ଆରଟିଓ ଗଣେଶ୍ବର କହଁରଙ୍କ ଘରେ ଭିଜିଲାନ୍ସର ଛାନଭିନ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ନିବାସୀ ବରିଷ୍ଠ ଓଏଏସ ଅଧିକାରୀ ନବରଙ୍ଗପୁରରେ ଅବସ୍ଥାପିତ ଆରଟିଓ ଗଣେଶ୍ବର କହଁରଙ୍କ ଫୁଲବାଣୀ ଘରେ ଶୁକ୍ରବାର ଦିନତମାମ ଭିଜିଲାନ୍ସ ଛାନଭିନ କରିଛି । ତାଙ୍କ ବିରୋଧରେ ଥିବା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ଭିଜିଲାନ୍ସ ୟୁନିଟ ଫୁଲବାଣୀରେ ପହଞ୍ଚି ଯାଞ୍ଚ କରିଛନ୍ତି ।

ଯାଞ୍ଚ ବେଳେ ଅନେକ ଜମିବାଡ଼ି କାଗଜପତ୍ର ଓ ବ୍ୟାଙ୍କ ଖାତା ମିଳିଥିବା ସୂଚନା ମିଳିଛି । ସେଗୁଡିକୁ ତର୍ଜମା କରାଯାଉଛି ଏବଂ ଆକଳନ କରାଯାଉଛି ବୋଲି ସୂଚନା ଦିଆଯାଇଛି । ଭବାନୀପାଟଣା ଭିଜିଲାନ୍ସ ଡ଼ିଏସପିଙ୍କ ନେତୃତ୍ବରେ ଇନପେକ୍ଟର କଳାବତୀ କର ନାୟକ, ଇନ୍ସପେକ୍ଟର ବି କେ ରାୟଙ୍କ ସହିତ 2ଟି ଟିମ ଫୁଲବାଣୀ ଏଫସିଆଇରେ ଥିବା ଆରଟିଓ କହଁରଙ୍କ ଘରେ ଚଢ଼ାଉ କରିଥିଲେ ।

ସେଠାରେ ଥିବା ପୁରୁଣା ଘର ସହିତ ନିର୍ମାଣାଧୀନ ବହୁତଳ କୋଠାର ଯାଞ୍ଚ କରିଥିଲେ । ଏହାସହିତ ଏକ ମାର୍କେଟ କମ୍ପ୍ଲେକ୍ସର ଆକଳନ କରିଥିଲେ । ଦୀର୍ଘ ସମୟ ଧରି ଯାଞ୍ଚ ଜାରି ରଖିଥିବା ବେଳେ ସମ୍ପତ୍ତିର ଆକଳନ କରୁଛନ୍ତି ବୋଲି କହିଛନ୍ତି ଡିଏସପି ।

ଆରଟିଓ କହଁରଙ୍କ ବହୁ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଥିବା ଅଭିଯୋଗ ଭିତ୍ତିରେ କୋର୍ଟଙ୍କ ଆଦେଶ ବଳରେ ସର୍ଚ୍ଚ ଜାରିରହିଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.