ETV Bharat / state

ଦୁର୍ଗମରେ ଦୁର୍ଦ୍ଦଶା, ଖଟିଆରେ ବୁହା ହେଲେ 2 ଗର୍ଭବତୀ

କନ୍ଧମାଳରେ ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା। 24 ଘଣ୍ଟା ଭିତରେ ଦୁଇ ଦୁଇ ଜଣ ଗର୍ଭବତୀଙ୍କୁ ଖଟିଆରେ ବୁହା ହୋଇ ନିଆ ଯାଇଛି। ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Sep 13, 2023, 6:33 PM IST

pregnant women carried on cot
ଖଟିଆରେ ବୁହା ହେଲେ 2 ଗର୍ଭବତୀ
ଖଟିଆରେ ବୁହା ହେଲେ 2 ଗର୍ଭବତୀ

ଫୁଲବାଣୀ: ଜିଲ୍ଲାରେ ରାସ୍ତାଘାଟ ଅଭାବରୁ ବାରମ୍ବାର ଦେଖିବାକୁ ମିଳୁଛି ଜନନୀ ଯନ୍ତ୍ରଣାର କରୁଣ ଚିତ୍ର । ଯନ୍ତ୍ରଣାରେ ଛଟପଟ ହେଉଥିବା ଆସନ୍ନ ପ୍ରସବାଙ୍କୁ ଖଟିଆରେ ବୁହା ହୋଇ ନିଆଯାଇଛି । ପୁଣି ଥରେ ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଫିରିଙ୍ଗିଆ ବ୍ଲକ ଲୁଇସିଙ୍ଗି ପଞ୍ଚାୟତ ଡାଙ୍ଗଣମା ଗ୍ରାମରେ । ଏହି ଗ୍ରାମର ଲକ୍ଷ୍ମଣ ମଲ୍ଲିକଙ୍କ ସ୍ତ୍ରୀ ରିପୁଙ୍ଗୀଙ୍କର ବିଳମ୍ବିତ ରାତିରେ ପ୍ରସବ ବେଦନା ହେବାରୁ ଆମ୍ବୁଲାନ୍ସକୁ ଖବର ଦେଇଥିଲେ ସମ୍ପର୍କୀୟ । ହେଲେ ରାସ୍ତା ଅତ୍ୟନ୍ତ ଖରାପ ଥିବା କାରଣରୁ ଆମ୍ବୁଲାନ୍ସ ଅଧା ବାଟରେ ଅଟକି ରହିଥିଲା । ଡାକ୍ତରଖାନା ନେବା ପାଇଁ କୌଣସି ଉପାୟ ନପାଇ ଶେଷରେ ପରିବାରଲୋକେ ଏକ ଖଟିଆରେ ବୋହି ତାଙ୍କୁ 2 କିଲୋମିଟର ଦୂର କୁମେଲଶିଙ୍ଗ ନେଇଥିଲେ । ସେଠାରୁ ଅଟୋରେ ବାଲନ୍ଦାପଡ଼ା ମେଡିକାଲକୁ ଆଣିବା ପରେ ତାଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

କନ୍ଧମାଳ ଜିଲ୍ଲାରେ ବାରମ୍ବାର ଦେଖିବାକୁ ମିଳୁଛି ଜନନୀ ଯନ୍ତ୍ରଣାର ନଗ୍ନ ଚିତ୍ର । ରାସ୍ତାଘାଟର ସମସ୍ୟା କାରଣରୁ ଦୀର୍ଘ କିଲୋମିଟର କିଲୋମିଟର ଧରି ଗର୍ଭବତୀମାନଙ୍କୁ ଖଟିଆରେ ବୁହା ହେଉଛି । ଏପରିକି ଅନେକ ସମୟରେ ଗର୍ଭବତୀମାନେ ରାସ୍ତା କଡ଼ରେ ପ୍ରସବ କରୁଛନ୍ତି । ତଥାପି ଏଭଳି ଘଟଣା ଉପରେ ରାଜ୍ଯ ସରକାରଙ୍କ ଦୃଷ୍ଟି ପଡ଼ୁନି। ତେଣୁ ପ୍ରସବ ବେଦନା ହେଲେ ଗର୍ଭବତୀଙ୍କୁ ଖଟିଆରେ ବୁହା ହୋଇ ଅଣାଯାଉଛି । ଏଭଳି ଘଟଣା ଅଞ୍ଚଳ ପାଇଁ ନିତିଦିନିଆ ହୋଇଯାଇଥିବା ବେଳେ 24 ଘଣ୍ଟା ମଧ୍ୟରେ ଏହିଭଳି ଦୁଇ ଦୁଇଟି ଘଟଣା ନଜରକୁ ଆସିଛି ।

ଲକ୍ଷ୍ମଣ ମଲ୍ଲିକଙ୍କ ସ୍ତ୍ରୀ ରିପୁଙ୍ଗୀଙ୍କୁ ଖଟିଆରେ ବୁହା ହେବା ଘଟଣାକୁ 24ଘଣ୍ଟା ନପୁରୁଣୁ ଫିରିଙ୍ଗିଆ ବ୍ଲକ ଗୋଛାପଡ଼ା ପଞ୍ଚାୟତ ମୁଣ୍ଡା ପଦର ଗ୍ରାମରୁ ସମାନ ଘଟଣା ନଜରକୁ ଆସିଛି । ବିଶ୍ଵାମିତ୍ର କହଁରଙ୍କ ସ୍ତ୍ରୀ ନିରୁ କହଁରଙ୍କ ପ୍ରସବ ବେଦନା ହୋଇଥିଲା। ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଗାଁଠାରୁ ପ୍ରାୟ 1 କିଲୋମିଟର ଦୂରରେ ରହିଥିଲା । ଆଶାକର୍ମୀ ମାଳତି କହଁରଙ୍କ ସହାୟତାରେ ନିରୁଙ୍କୁ ଏକ ଖଟିଆରେ ବୋହି ବୋହି ଆଣିଥିଲେ ପରିବାର ଲୋକେ । ଦୀର୍ଘ 1 କିଲୋମିଟର ପରେ ଅପେକ୍ଷା କରିଥିବା ଆମ୍ବୁଲାନ୍ସ ଯୋଗେ ଗୋଛାପଡା ଡାକ୍ତରଖାନା ନିଆଯାଇଛି। ଡାକ୍ତରଖାନାରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିବା ବେଳେ ଉଭୟ ସୁସ୍ଥ ରହିଛନ୍ତି ।

ଏହା ବି ପଢନ୍ତୁ...ଗାଁକୁ ନାହିଁ ରାସ୍ତା, ଅନ୍ଧାର ରାସ୍ତାରେ 1.5KM ଖଟିଆରେ ବୁହାହେଲେ ଗର୍ଭବତୀ

ତେବେ ଦେଶ ସ୍ୱାଧୀନତାର ଦୀର୍ଘ ବର୍ଷ ବିତି ଯାଇଥିଲେ ସୁଦ୍ଧା ଚିକିତ୍ସା ଭଳି ମୌଳିକ ସୁବିଧାରୁ ବଞ୍ଚିତ ଦୁର୍ଗମ ଅଞ୍ଚଳର ଲୋକେ। ଗର୍ଭବତୀ ମହିଳାମାନଙ୍କୁ ଜୀବନ ମରଣ ସହ ସଂଘର୍ଷ କରିବାକୁ ପଡ଼ୁଛି । ଉଭୟ ଗ୍ରାମକୁ ନିତିଦିନିଆ ରାସ୍ତା ନିର୍ମାଣ କରିବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.