ETV Bharat / state

ଆତ୍ମସମର୍ପଣ କଲେ KKBN ସଂଗଠନର ୨ ମାଓବାଦୀ

2 Hardcore Maoists Surrendered: KKBN ସଂଗଠନର ଦୁଇ ମାଓବାଦୀ ଆଜି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସେମାନେ ହେଲେ ରଣଜିତ ନାୟିତମ ଓରଫ ଭୁଟୁଲୁ ଏବଂ ଉଙ୍ଗା ପୋୟମ ଓରଫ ରାଜେଶ ।

author img

By ETV Bharat Odisha Team

Published : Dec 14, 2023, 7:32 PM IST

two maoists surrendered
ଆତ୍ମସମର୍ପଣ କଲେ 2 ମାଓବାଦୀ
ଆତ୍ମସମର୍ପଣ କଲେ 2 ମାଓବାଦୀ

ଫୁଲବାଣୀ: ଆତ୍ମସମର୍ପଣ କଲେ ୨ ମାଓବାଦୀ । KKBN ସଂଗଠନର ଦୁଇ ମାଓବାଦୀ ଆଜି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସେମାନେ ହେଲେ ରଣଜିତ ନାୟିତମ ଓରଫ ଭୁଟୁଲୁ ଏବଂ ଉଙ୍ଗା ପୋୟମ ଓରଫ ରାଜେଶ । ଏନେଇ କନ୍ଧମାଳ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡିଜିପି ସୁନୀଲ ବଂଶଲ ସୂଚନା ଦେଇଛନ୍ତି । ଉଭୟ ମାଓବାଦୀ ଆଞ୍ଚଳିକ କମିଟିର ସଭ୍ୟ ହୋଇଥିବା ସୂଚନା ଦେଇଛି ପୋଲିସ ।

ସେମାନେ ଭା.କ.ପା. ମାଓବାଦୀ KKBN ଡିଭିଜନରେ କାର୍ଯ୍ୟ କରି ଆସୁଥିଲେ । ଆତ୍ମସମର୍ପଣ କରିଥିବା ଉଭୟ ମାଓବାଦୀ ଛତିଶଗଡ ଅଞ୍ଚଳର ହୋଇଥିବା ଜଣାପଡିଛି । ସେମାନେ ଉତ୍ତର ଦକ୍ଷିଣ କରିଡର ଝାଡଖଣ୍ଡ, ଛତିଶଗଡ ଅଞ୍ଚଳକୁ ଦକ୍ଷିଣ କେନ୍ଦ୍ର ଓଡିଶା ଦେଇ ସଂଯୋଗ କାର୍ଯ୍ୟରେ ନିୟୋଜିତ ଥିଲେ । ସେମାନେ ଛତିଶଗଡ ଏବଂ ଓଡିଶାରେ ଅନେକ ହିଂସା କାର୍ଯ୍ୟକଳାପରେ ମଧ୍ୟ ଲିପ୍ତ ଥିଲେ ବୋଲି ଜଣାପଡିଛି l

ସୂଚନା ଅନୁସାରେ, ରଣଜିତ ନାୟିତମ ଓ ଉଙ୍ଗା ପୋୟମ ଆତ୍ମ ସମର୍ପଣ କରିବା ପାଇଁ ବୌଦ୍ଧ ଏସପିଙ୍କୁ ଯୋଗାଯୋଗ କରିଥିଲେ । ସରକାରଙ୍କ ଥଇଥାନ ନୀତି ଅନୁସାରେ ସେମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ଡିଜିପି ପ୍ରକାଶ କରିଛନ୍ତି । ମାଓବାଦୀମାନେ ହିଂସା ପଥ ଛାଡି ମୁଖ୍ୟସ୍ରୋତରେ ସାମିଲ ହେବାକୁ ମଧ୍ୟ ଡିଜିପି ଆହ୍ୱାନ ଦେଇଛନ୍ତି । ସେହିପରି ମାଓ ପ୍ରଭାବିତ ଅଞ୍ଚଳରେ କୁମ୍ବିଂ ଅପରେସନ ଜୋରଦାର ହେବ ବୋଲି କହିଛନ୍ତି ଡିଜିପି ।

ଏହା ବି ପଢନ୍ତୁ...ମାଲକାନଗିରିରେ ଗଡୁଛି ମାଓଗଡ, ପୋଲିସ ନିକଟରେ 500 ମିଲିସିଆଙ୍କ ଆତ୍ମ ସମର୍ପଣ

ଏହା ବି ପଢନ୍ତୁ...ବନ୍ଧୁକ ଛାଡି ନାଇଲେ ଶଙ୍ଖା ସିନ୍ଦୂର, ବଧୂ ସାଜିଲେ ଦୁଇ ମହିଳା ମାଓବାଦୀ

ଆତ୍ମସମର୍ପଣ କରିଥିବା ମାଓବାଦୀ କହିଛନ୍ତି, "ମହିଳା କ୍ୟାଡ଼ରମାନଙ୍କୁ ଯୌନ ଶୋଷଣ, ଭୟ ପ୍ରଦର୍ଶନ କରି ଚାନ୍ଦା ଆଦାୟ କରିବା ଏବଂ ଯୁବକ ଯୁବତୀମାନଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ସଂଗଠନରେ ସାମିଲ କରିବା ଇତ୍ୟାଦି କାର୍ଯ୍ୟରେ ଅସନ୍ତୁଷ୍ଟ ଥିଲୁ । ବରିଷ୍ଠ କ୍ୟାଡ଼ରମାନଙ୍କର ମନମୁଖୀ କାର୍ଯ୍ୟ ଏବଂ ରୁକ୍ଷ ବ୍ୟବହାର ପାଇଁ ସଂଗଠନ ଛାଡିବା ପାଇଁ ନିଷ୍ପତ୍ତି ନେଇଥିଲୁ। ଆଦିବାସୀମାନଙ୍କ ପାଇଁ ଉଦ୍ଦିଷ୍ଟ ଉନ୍ନତି ମୂଳକ କାର୍ଯ୍ୟ ଏବଂ ସରକାରଙ୍କ ଦ୍ବାରା କରାଯାଉଥିବା ବିକାଶମୂଳକ ଯୋଜନା ଗୁଡିକ ପ୍ରତି ଆକୃଷ୍ଟ ହୋଇ ଆମେ ଆତ୍ମ ସମର୍ପଣ କରିଛୁ ।" ମାଓନେତା ଦଶ୍ରୁଙ୍କ ନେତୃତ୍ବରେ କାମ କରୁଥିଲୁ ବୋଲି ଉଭୟ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.