ETV Bharat / state

କନ୍ଧମାଳ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ବଦଳି ଦାବିରେ ଶୋଭାଯାତ୍ରା - ପାରମ୍ପରିକ ଲୋକ କଳାକାର ସଂଘର ପ୍ରତିବାଦ

କନ୍ଧମାଳ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକଳାପକୁ ବିରୋଧ । ସଂସ୍କୃତି ଅଧିକାରୀଙ୍କୁ ବଦଳି ଦାବିରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କଲା ପାରମ୍ପରିକ ଲୋକ କଳାକାର ସଂଘ । ଅଧିକ ପଢନ୍ତୁ

କନ୍ଧମାଳ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକଳାପକୁ ବିରୋଧ କଲେ କଳାକାର

author img

By

Published : Jul 29, 2022, 3:22 PM IST

ଫୁଲବାଣୀ: ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକଳାପକୁ ବିରୋଧ । ସଂସ୍କୃତି ଅଧିକାରୀ କଳାକାରଙ୍କୁ ଗାଳିଗୁଲଜ କରିବା ସହ ଅସମ୍ମାନ କରୁଥିବା ନେଇ ସଙ୍ଗୀନ ଅଭିଯୋଗ ଆଣିଛି ଜିଲ୍ଲା ପାରମ୍ପରିକ ଲୋକ କଳାକାର ସଂଘ । ଏହାର ପ୍ରତିବାଦରେ କଳାକାରମାନେ ପାରମ୍ପରିକ ବେଶ ପୋଷାକ ପିନ୍ଧି ମାଦିକୁନ୍ଦା ଛକରୁ ଏକ ଶୋଭାଯାତ୍ରାରେ ବାହାରି ଜଲ୍ଲାପାଳଙ୍କ କାର୍ଯାଳୟ ପର୍ଯ୍ୟନ୍ତ ଯାଇଥିଲେ । ଏହି ଅବସରରେ କଳାକାର ସଂଘ ଜିଲ୍ଲାପାଳଙ୍କୁ ଭେଟି ଛଅଦଫା ଦାବି ପତ୍ର ପ୍ରଦାନ କରିଛନ୍ତି ।

କନ୍ଧମାଳ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକଳାପକୁ ବିରୋଧ କଲେ କଳାକାର

ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ତୁରନ୍ତ ବଦଳି କରାଯିବା ନେଇ ଦାବି ଜଣାଇଛନ୍ତି । ସେହିପରି ଲୋକ କଳାକାର ସଂକିର୍ତ୍ତନ ମଣ୍ଡଳୀକୁ ତୁରନ୍ତ ସାମିଲ କରାଯାଉ । ଭାଗବତ ଟୁଙ୍ଗୀର ପୁନଃ ଉଦ୍ଧାର କରାଯାଉ । କଳାକାରଙ୍କୁ ଶୀଘ୍ର ପେନସନ ଦିଆଯିବାର ବ୍ୟବସ୍ଥା କରାଯାଉ l ବିଶ୍ବ ମହାମାରୀ କୋରୋନାରେ କ୍ଷତିଗ୍ରସ୍ତ ପେସାଦାର କଳାକାରଙ୍କୁ ସଚେତନତା କାର୍ଯ୍ୟକ୍ରମ ଦିଆଯାଉ । ଏବଂ ସ୍ବାଭିମାନ କଳାକାରଙ୍କୁ ଉପଯୁକ୍ତ ସମ୍ମାନ ଦିଆଯିବା ନିମନ୍ତେ ସଂଘ ପକ୍ଷରୁ ଦାବି କରାଯାଇଛି l

ଜିଲ୍ଲା ପାରମ୍ପରିକ ଲୋକକଳା ସଂଘର ଉପ ସଭାପତି ଅକ୍ଷୟ କର୍ଣ୍ଣଙ୍କ ନେତୃତ୍ବରେ ସମସ୍ତ ବ୍ଲକର କର୍ମକର୍ତ୍ତା ସମେତ ବହୁ ସଂଖ୍ୟାରେ କଳାକାର ମାନେ ଯୋଗଦେଇ ଥିଲେ । ଜିଲ୍ଲା ପ୍ରଶାସନ ଦାବି ପୂରଣ ଦିଗରେ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଲୋକ କଳାକାର ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.