ETV Bharat / state

କାଳ ହେଲା ପାହାଡ ଉପରେ ମୋବାଇଲରେ ପାଠ ପଢା, ବଜ୍ରାଘାତରେ ୩ ଗୁରୁତର - କାଳ ହେଲା ପାହାଜ ଉପରେ ମୋବାଇଲେ ପାଠ ପଢା

ପାଠ ପଢିବା ପାଇଁ ମୋବାଇଲରେ ନେଟଓ୍ବାର୍କ ଖୋଜୁଥିବା ବେଳେ ବଜ୍ରପାତ । ତିନି ଗୁରୁତର ହୋଇଥିବା ସୂଚନା । ଅଧିକ ପଢନ୍ତୁ

କାଳ ହେଲା ପାହାଡ ଉପରେ ମୋବାଇଲେ ପାଠ ପଢା, ବଜ୍ରପାତ ଘଟି ୩ ଗୁରୁତର

author img

By

Published : Oct 6, 2022, 8:13 PM IST

Updated : Oct 7, 2022, 9:43 AM IST

ଫୁଲବାଣୀ: ପାହାଡରେ ପାଠ ପଢିବା ହେଲା କାଳ । ପାଠ ପଢିବା ପାଇଁ ମୋବାଇଲରେ ନେଟଓ୍ବାର୍କ ଖୋଜୁଥିବା ବେଳେ ଆକାଶରୁ ଖସିଲା ବଜ୍ରାଘାତ । ଏଥି ଯୋଗୁଁ ୩ଜଣ ଗୁରୁତର ହୋଇଥିବା ସୂଚନା । ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଚକାପାଦ ଅଞ୍ଚଳରେ । ତିନି ଗୁରୁତର ହେଉଛନ୍ତି ମୁଣ୍ଡାଗାଁର ଧୀରେନ ଦିଗାଲ, ପିଙ୍କୁ ମଲ୍ଲିକ ଓ ପଞ୍ଚାନନ ବେହେରା ।

କାଳ ହେଲା ପାହାଡ ଉପରେ ମୋବାଇଲରେ ପାଠ ପଢା

ଏହା ମଧ୍ୟ ପଢନ୍ତୁ-ସମୁଦ୍ରରେ ଅଗ୍ନିକାଣ୍ଡ ଘଟି ବୁଡିଗଲା ଟ୍ରଲର, ଅଳ୍ପକେ ବର୍ତ୍ତିଲେ ୧୦ ମତ୍ସ୍ୟଜୀବୀ

ମିଳିଥିବା ସୂଚନା ଅନୁଯାୟୀ, ମୋବାଇଲରେ ପାଠ ପଢିବା ପାଇଁ ତଳେ ନେଟଓ୍ବାର୍କ ନଆସିବାରୁ ତିନି ଗୁରୁତର ଧୀରେନ, ପିଙ୍କୁ ଓ ପଞ୍ଚାନନ ଆଜି(ଗୁରୁବାର) ନିକଟସ୍ଥ ପାହାଡ ଉପରକୁ ଯାଇଥିଲେ । ସେଠାରେ ମୋବାଇଲରେ ଇଣ୍ଟରନେଟରେ ସର୍ଚ୍ଚ କରୁଥିବା ସମୟରେ ହଠାତ ବର୍ଷା ସହ ବଜ୍ରାଘାତ (Lighting)ହୋଇଥିଲା । ଫଳରେ ଘଟଣା ସ୍ଥଳରେ ତିନିଜଣ ଛାତ୍ର ଆହତ ହୋଇଥିଲେ । ଏନେଇ ଖବର ପାଇଁ ଘଟଣାସ୍ଥଳରେ ଗ୍ରାମବାସୀ ପାହଡ ଉପରେ ପହଞ୍ଚି ତିନି ଜଣଙ୍କୁ ଉଦ୍ଧାର କରି ବ୍ରାହ୍ମଣପାଦ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପଞ୍ଚାନନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ବେଳେ ଅଧିକ ଚିକିତ୍ସା ପାଇଁ ଧୀରେନ ଓ ପିଙ୍କୁଙ୍କୁ ଫୁଲବାଣୀ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଧିରେନ ଯୁକ୍ତ ତିନିର ଛାତ୍ର ହୋଇଥିବା ବେଳେ ପଞ୍ଜାନନ ଅଷ୍ଟମ ଶ୍ରେଣୀର ଛାତ୍ର ।

ଏନେଇ ଗ୍ରାମବାସୀ ରେଜିନ ଦିଗାଲ କହିଛନ୍ତି, ''ଗ୍ରାମରେ ନେଟଓ୍ବାର୍କ ବ୍ୟବସ୍ଥା ନଥିବାରୁ ପିଲାଙ୍କର ପାଠପଢାରେ ଅସୁବିଧା ହେଉଛି, ସେଥି ପାଇଁ ପିଲାମାନେ ପାହାଡ ଉପରୁ ମୋବାଇଲେ ପାଠ ପଢିବାକୁ ଯାଇଥିଲେ । ସେଠାରେ ପାଠ ପଢିବା ସମୟରେ ବଜ୍ରପାତ ହେବାରୁ ତିନି ଜଣ ଗୁରୁତର ହୋଇଥିଲେ, ଏନେଇ ଗ୍ରାମବାସୀ ଖବର ପାଇବା ପରେ ସେଠାରୁ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲକୁ ନେଇଥିଲେ ।''

ଏହା ପୂର୍ବରୁ ବାଲେଶ୍ବରରେ ବଜ୍ରପାତ ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ଖଇରା ଥାନା କଅଁଳଖୁଣ୍ଟା ଗ୍ରାମର ବିବେକାନନ୍ଦ ଖୁଣ୍ଟିଆ ଓ ତାଙ୍କ ବଡ଼ଭାଇ ସମ୍ବୁନାଥ ଖୁଣ୍ଟିଆ ଚାଷ କାମ କରିବା ପାଇଁ ବିଲକୁ ଯାଇଥିବା ସମୟରେ ବଜ୍ରପାତ ଘଟିଥିଲା । ଏଥିରେ ବିବେକାନନ୍ଦ ବିଲରେ ଟଳି ପଡ଼ିଥିଲେ। ସେଠାରେ କାମ କରୁଥିବା ଶମ୍ବୁନାଥ ଏହାଦେଖି ଗ୍ରାମବାସୀଙ୍କୁ ଡାକିଥିଲେ। ପରେ ଗ୍ରାମବାସୀଙ୍କ ସହଯୋଗରର ବିବେକାନନ୍ଦଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଖଇରା ମେଡ଼ିକାଲ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ସେପ୍ଟେମ୍ବର ୨୦ତାରିଖରେ ବଜ୍ରପାତ ଯୋଗୁଁ କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ଫଟାପଡା ଗ୍ରାମର ୪ ଜଣ ମହିଳା ଗୁରୁତର ହୋଇଥିଲେ ।

Last Updated : Oct 7, 2022, 9:43 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.