ETV Bharat / state

ଶ୍ମଶାନ ସଫେଇ କାର୍ଯ୍ୟରେ ଟିମ ହ୍ୟୁମାନିଟିର ଯୁବବର୍ଗ - ଟିମ ହ୍ୟୁମାନିଟି

କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ସମସ୍ତ ଶ୍ମଶାନର ସଫେଇ କଲେ ଟିମ ହ୍ୟୁମାନିଟିର ଯୁବବର୍ଗ । ଅଧିକ ପଢନ୍ତୁ...

ଶ୍ମଶାନର ସଫେଇ କାର୍ଯ୍ୟରେ ଟିମ ହ୍ୟୁମାନିଟିର ଯୁବବର୍ଗ

author img

By

Published : Mar 2, 2021, 8:19 AM IST

ଫୁଲବାଣୀ : ଟିମ ହ୍ୟୁମାନିଟିର ପ୍ରଶଂସନୀୟ କାର୍ଯ୍ୟ । ସହରର ବିଭିନ୍ନ ଶ୍ମଶାନକୁ ପରିମଳ କଲେ ଟିମ ହ୍ୟୁମାନିଟିର ଯୁବ ବର୍ଗ । ଶ୍ମଶାନ ନାଁ ଶୁଣିଲେ ଲୋକଙ୍କ ମନରେ ଅଜଣା ଭୟ ମନ ଦେଖାଦିଏ । ତେଣୁ ପ୍ରାୟ ସମୟ ଶ୍ମଶାନଗୁଡିକ ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଯାଏ । ହେଲେ ଯୁବବର୍ଗ ଅଦ୍ୟମ ସାହସ ଦେଖାଇ ସହରର ବିଭିନ୍ନ ଶ୍ମଶାନଗୁଡିକର ସଫେଇ କରିଛନ୍ତି ।

ଶ୍ମଶାନର ସଫେଇ କାର୍ଯ୍ୟରେ ଟିମ ହ୍ୟୁମାନିଟିର ଯୁବବର୍ଗ

ଶ୍ମଶାନଗୁଡିକ ନିୟମିତ ସଫା ନ କରାଯିବାରୁ ଅଳିଆ ଆବର୍ଜନା ସାଙ୍ଗକୁ ବର୍ଜ୍ୟ ବସ୍ତୁରେ ପରିପୂର୍ଣ୍ଣ ହୋଇଯାଏ। ଏହାକୁ ଦୃଷ୍ଟିରେ ରଖି ଫୁଲବାଣୀ ସହରରେ ଥିବା ଅଗ୍ରଣୀ ସମାଜ ସେବୀ ସଙ୍ଗଠନ ଟିମ ହ୍ୟୁମାନିଟିର ସଦସ୍ୟ ଓ ସଦସ୍ୟାମାନେ ମିଳିମିଶି ସଫାସୁତୁରା କରିଥିଲେ । ଟିମ ହ୍ୟୁମାନିଟିର ଏଭଳି କାର୍ଯ୍ୟକୁ ସାଧାରଣରେ ବେଶ ପ୍ରଂଶସା କରାଯାଇଛି ।

ଏହି ସଙ୍ଗଠନ କୋରୋନା ମୁକାବିଲା ଠୁ ଆରମ୍ଭ କରି ଟ୍ରାଫିକ ସଚେତନତା, ରାସ୍ତା ଦୁର୍ଘଟଣାରେ ଆହତମାନଙ୍କୁ ମେଡିକାଲରେ ପହଞ୍ଚାଇବା, ଅନାଥ ଓ ଅସହାୟ ଲୋକଙ୍କୁ ସହାୟତାର ହାତ ବଢାଇଆସିଛି । କେବଳ ସେତିକି ନୁହେଁ ମୃତଦେହ ସତ୍କାର କାର୍ଯ୍ୟ ମଧ୍ୟ ଏହି ଅନୁଷ୍ଠାନ କରିଥାଏ ବୋଲି ଜଣାପଡିଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.