ETV Bharat / state

ଜ୍ୱାଇଁର ଛୁରାମାଡ଼ରେ ଶ୍ବଶୁର ମୃତ, ଅଭିଯୁକ୍ତ ଗିରଫ - ପାରିବାରିକ କଳହର କରୁଣ ପରିଣତି

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଗୁଳିମରା ସାହିରେ ଜ୍ୱାଇଁର ଛୁରାମାଡ଼ରେ ଶ୍ବଶୁର ମୃତ । ଅଧିକ ପଢନ୍ତୁ

ଜ୍ୱାଇଁର ଛୁରୀ ମାଡ଼ରେ ଶ୍ବଶୁର ମୃତ
ଜ୍ୱାଇଁର ଛୁରୀ ମାଡ଼ରେ ଶ୍ବଶୁର ମୃତ
author img

By

Published : Jan 20, 2023, 10:56 AM IST

ଫୁଲବାଣୀ: ପାରିବାରିକ କଳହର କରୁଣ ପରିଣତି । ଜ୍ୱାଇଁର ଛୁରାମାଡ଼ରେ ଶ୍ବଶୁର ମୃତ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଗୁଳିମରା ସାହିରେ ଏଭଳି ଜଘଂନ୍ୟ ହତ୍ୟାକାଣ୍ଡ ଘଟିଛି । ଏନେଇ ହତ୍ୟାକାରୀ ଜ୍ୱାଇଁକୁ ଥାନାରେ ଅଟକ ରଖିଛି ପୋଲିସ୍ । ତେବେ ମୃତକ ଗୁଳିମରା ସାହିର ଟୁନା ପ୍ରଧାନ ହୋଇଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ଟୁନା ପ୍ରଧାନଙ୍କ ଝିଅ ସୁଭଦ୍ରାକୁ ବ୍ରହ୍ମପୁରର ସିମାଞ୍ଚଳ ଚୌଧୁରୀ ୧୨ ବର୍ଷ ତଳେ ପ୍ରେମ ବିବାହ କରିଥିଲା । କିନ୍ତୁ ସବୁବେଳେ ସୁଭଦ୍ରାକୁ ମାନସିକ ଓ ଶାରିରୀକ ନିର୍ଯାତନା ଦେବା ସହ ଜୀବନରେ ମାରିଦେବାକୁ ଧମକ ଦେଇ ଆସୁଥିଲା ସ୍ୱାମୀ ସିମାଞ୍ଚଳ । ତେବେ କିଛି ଦିନ ହେବ ସୁଭଦ୍ରା ବାଲିଗୁଡ଼ା ସ୍ଥିତ ନିଜ ବାପ ଘରକୁ ଆସିଥିବା ବେଳେ ଆଜି ସିମାଞ୍ଚଳ ବାଲିଗୁଡ଼ାରେ ପହଞ୍ଚି ପୁଣି ଝଗଡ଼ା କରିଥିଲା । ଏନେଇ ଉତକ୍ଷିପ୍ତ ହୋଇ ନିଜ ଶ୍ବଶୁରଙ୍କୁ ଛୁରୀରେ ଏକାଧିକ ଥର ଆକ୍ରମଣ କରିଥିଲା । ଖବରପାଇ ବାଲିଗୁଡ଼ା ଥାନା ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଗୁରୁତର ଅବସ୍ଥାରେ ଟୁନା ପ୍ରଧାନଙ୍କୁ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା ।

ହେଲେ ଡାକ୍ତରଖାନାରେ ଗୁରୁତର ଟୁନା ପ୍ରଧାନଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଏଥିସହ ସିମାଞ୍ଚଳକୁ ଥାନାରେ ଅଟକ ରଖି ପଚାରଉଚରା କରିବା ପରେ ଗିରଫ କରିଥିଲା । ଅନ୍ୟପଟେ ପୋଲିସ ଏହି ଘଟଣାକୁ ନେଇ ଏକ ମାମଲା ୦୮/୨୦୨୩ ରୁଜୁ କରି ଅଭିଯୁକ୍ତକୁ କୋର୍ଟଚାଲାଣ କରିଥିବା କହିଛନ୍ତି ବାଲିଗୁଡା ଥାନା ଅଧିକାରୀ ବାବା ଶଙ୍କର ସରଫ୍ । ତେବେ ଏହି ଘଟଣାକୁ ନେଇ ବାଲିଗୁଡ଼ା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.