ETV Bharat / state

ପାରିବାରିକ କଳହର କରୁଣ ପରିଣତି, ବାପାର ବେକ କାଟିଲା ପୁଅ - କନ୍ଧମାଳ ବାପାର ବେକ କାଟିଲା ପୁଅ

ପାରିବାରିକ କଳହକୁ କେନ୍ଦ୍ର କରି ଧାରୁଆ ଅସ୍ତ୍ରରେ ବାପାର ବେକ କାଟିଲା ନୃଶଂସ ପୁଅ । ଅଧିକ ପଢ଼ନ୍ତୁ

son attack on father in kandhamal
ପାରିବାରିକ କଳହର କରୁଣ ପରିଣତି, ଧାରୁଆ ଅସ୍ତ୍ରରେ ବାପାର ବେକ କାଟିଲା ପୁଅ
author img

By

Published : Aug 3, 2022, 10:12 PM IST

ଫୁଲବାଣୀ: ସୈତାନ ସାଜିଲା ପୁଅ । ଧାରୁଆ ଅସ୍ତ୍ରରେ ବାପା ବେକ କାଟିଲା ନୃଶଂସ ପୁଅ । କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ଡିମିରିଗୁଡା ପଞ୍ଚାୟତ ଗଦଡି ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ପୁଅ ନିଜ ବାପାଙ୍କ ବେକକୁ ଏକ ଧାରୁଆ ଅସ୍ତ୍ରରେ କାଟି ଦେଇଛି ।

ବାପାଙ୍କୁ ଗରୁତର ଅବସ୍ଥାରେ ପ୍ରଥମେ ଫିରିଙ୍ଗିଆ ଓ ପରେ ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ତାଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ସମ୍ପୃକ୍ତ ବାପା ଜଣକ ହେଲେ ପାଲେନା ବିନ୍ଧାଣୀ । ମିଳିଥିବା ସୂଚନା ଅନୁସାରେ ଗ୍ରାମର ପାଲେନାଙ୍କ ବଡ ପୁଅ ନଟବର ଜଣେ ଭିନ୍ନକ୍ଷମ ଅଟନ୍ତି । ସକାଳେ କୌଣସି କଥାକୁ ନେଇ ବାପା ପୁଅଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା । ପ୍ରଥମେ ନଟବର ନିଜ ଆଶା ବାଡିରେ ବାପାଙ୍କୁ ଆକ୍ରମଣ କରିଥିଲା । ବାପା ତଳେ ପଡି ଯିବାରୁ ଏକ ଧାରୁଆ ଅସ୍ତ୍ରରେ ବେକକୁ କାଟି ଦେଇଥିଲା ପୁଅ । ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ଥାନା ଅଧିକାରୀ ପି.ଶ୍ୟାମସୁନ୍ଦର ରାଓ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.