ଫୁଲବାଣୀ: ଜିଲ୍ଲାରେ ଗତ କିଛି ଦିନ ଧରି ଲାଗି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ । ବୁଧବାର (ଆଜି) ଫୁଲବାଣୀର ତାପମାତ୍ରା ରେକର୍ଡ କରିଛି । ଫୁଲବାଣୀର ତାପମାତ୍ରା ରହିଛି 42 ଡିଗ୍ରୀ ସେଲସିୟସ । ସାରା ଜିଲ୍ଲାରେ ହାରାହାରି ତାପମାତ୍ରା 40 ଡିଗ୍ରୀକୁ ଛୁଇଁଛି ।
ପ୍ରବଳ ଝାଞ୍ଜି ସହିତ ଗୁଳୁଗୁଳି ଯୋଗୁଁ ଅସ୍ତବ୍ୟସ୍ତ ହୋଇଯାଉଛି ଜନଜୀବନ । ଦିନତମାମ ପ୍ରବଳ ଖରା ଯୋଗୁଁ ରାସ୍ତାଘାଟ ମଧ୍ୟ ଜନଶୂନ୍ୟ ହେଉଛି ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ