ETV Bharat / state

ଜୁନିୟର ଛାତ୍ରଙ୍କୁ ଫିଲ୍ମ ଷ୍ଟାଇଲରେ ମାଡ ମାରିଲେ ସିନିୟର, ଭିଡିଓ ଭାଇରାଲ - ଛାତ୍ରାବାସରେ ଛାତ୍ରଙ୍କୁ ରାଗିଂ

ଜୁନିୟର ଛାତ୍ରଙ୍କୁ ଫିଲ୍ମ ଷ୍ଟାଇଲରେ ମାଡ ମାରିଲେ ସିନିୟର । ମଙ୍ଗଳ ବିଭାଗର ଏକ ଉଚ୍ଚ ବିଦ୍ୟାଳୟ ଛାତ୍ରାବାସରେ ସପ୍ତମ ଶ୍ରେଣୀର ଛାତ୍ରଙ୍କୁ ମାଡ ମାରିଲେ ଦଶମ ଶ୍ରେଣୀର ଛାତ୍ର । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ । ଅଧିକ ପଢନ୍ତୁ

ଜୁନିୟର ଛାତ୍ରଙ୍କୁ ହିରୋଙ୍କ ଷ୍ଟାଇଲରେ ମାଡ ମାରିଲେ ସିନିୟର

author img

By

Published : Nov 11, 2022, 10:02 PM IST

ଫୁଲବାଣୀ: ଦ୍ୟାଳୟର ଛାତ୍ରାବାସରେ ଛାତ୍ରଙ୍କୁ ରାଗିଂ, ସପ୍ତମ ଶ୍ରେଣୀର ଛାତ୍ରଙ୍କୁ ମାଡ ମାରିଲେ ଦଶମ ଶ୍ରେଣୀର ଛାତ୍ର, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହୋଇଥିବା ଭିଡିଓରେ ଜଣେ ଦଶମ ଶ୍ରେଣୀର ଛାତ୍ର ଛାତ୍ରାବାସର ଏକ ରୁମରେ ଜଣେ ସପ୍ତମ ଶ୍ରେଣୀର ଛାତ୍ରଙ୍କୁ ଅତ୍ୟନ୍ତ ଅମାନୁଷିକ ଭାବେ ମାଡ ମାରୁଥିବା ଦେଖିବାକୁ ମିଳିଛି । ସେହିପରି ଆଉ ଏକ ଦୃଶ୍ୟରେ ୨ଜଣ ଦଶମ ଶ୍ରେଣୀର ଛାତ୍ର ୪ ଜଣ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ମାଡ ମାରୁଥିବା ଦେଖିବାକୁ ମିଳିଛି ।

ଭାଇରାଲ ଭିଡିଓରେ ପୁରା ହିରୋଙ୍କ ଷ୍ଟାଇଲରେ ସିନିୟର ଛାତ୍ର ଜୁନିୟରଙ୍କୁ ମାଡ ମାରୁଥିବା ଦେଖିବାକୁ ମିଳିଛି । କେତେବେଳେ ଗୋଡରେ ତ କେତେବେଳେ ହାତରେ ପୁଣି କେତେବେଳେ ବାଡିରେ ମାଡ ମାରୁଛନ୍ତି । ଭାଇରାଲ ହୋଇଥିବା ଏହି ଭିଡିଓ ହେଉଛି ଦାରିଙ୍ଗବାଡି ବ୍ଲକ ଗ୍ରୀନବାଡିରେ ଥିବା ମଙ୍ଗଳ ବିଭାଗର ଏକ ଉଚ୍ଚ ବିଦ୍ୟାଳୟ ଛାତ୍ରାବାସର । ଗତ ମଙ୍ଗଳବାର ଜୁନିୟର ଛାତ୍ରଙ୍କୁ ଏପରି ମାଡ ମାରିଥିଲେ ସିନିୟର ଛାତ୍ର ।

ଏହି ଘଟଣାରେ ଉତ୍ତେଜନା ପ୍ରକାଶ ପାଇବା ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଛାତ୍ରାବାସରୁ ଦଶମ ଶ୍ରେଣୀର ଦୁଇ ଛାତ୍ରଙ୍କୁ ଏକ ସ୍ବତନ୍ତ୍ର ଟିମ ମାଧ୍ୟମରେ ସେମାନଙ୍କ ଗ୍ରାମକୁ ପଠାଇ ଦିଆଯାଇଥିବା ବେଳେ ମାଡ଼ ଖାଇଥିବା ସପ୍ତମ ଶ୍ରେଣୀ ଛାତ୍ର ମାନଙ୍କର ମାନସିକ ଅବସ୍ଥା ଭଲ ନଥିବାରୁ ସେମାନଙ୍କୁ ବୁଝାସୁଝା କରାଯାଉଛି । ତେବେ ଦଶମ ଶ୍ରେଣୀର ଛାତ୍ର ମାନେ କିଛି ବେଆଇନ କାର୍ଯ୍ୟ କରୁଥିବା ବେଳେ ସପ୍ତମ ଶ୍ରେଣୀ ଛାତ୍ର ଏହା ଦେଖି ଦେଇଥିଲେ, ଏ ସମ୍ପର୍କରେ କାହାରିକୁ ନକହିବା ପାଇଁ ଧମକ ଚମକ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ ସିନିୟର ଛାତ୍ର । ଭିଡିଓଟିକୁ ଦଶମ ଶ୍ରେଣୀର ଛାତ୍ର ମାନେ ମାଡ ମାରୁଥିବା ସମୟରେ ନିଜେ ସୁଟିଂ କରି ଭାଇରାଲ କରିଥିବା ଶୁଣିବାକୁ ମିଳୁଛି l ତେବେ ପିଲାଙ୍କ ଦାୟିତ୍ୱରେ ଶିକ୍ଷକ ଶିକ୍ଷୟିତ୍ରୀ, ସୁପରିଟେଣ୍ଡେଣ୍ଟ ଥିଲେ ମଧ୍ୟ ଏଭଳି ଅମାନୁଷିକ ଘଟଣା କିଭଳି ଘଟିଲା ଆଉ ପାଖରେ ମୋବାଇଲ ରଖି ପିଲା ମାନେ କିପରି ଭିଡିଓ ସୁଟିଂ କଲେ ସେନେଇ ଅଭିଭାବକ ମାନେ ପ୍ରଶ୍ନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଯାଜପୁରରୁ ବିରଳ ପ୍ରଜାତିର କଇଁଛ ଉଦ୍ଧାର, ପଠାଗଲା ନନ୍ଦନକାନ

ଦାୟିତ୍ୱରେ ଥିବା ଶିକ୍ଷକ ଓ ପ୍ରଧାନ ଶିକ୍ଷକଙ୍କ ଦାୟିତ୍ୱ ହୀନତା, ବେପରୁଆ ମନୋବୃତ୍ତି ଯୋଗୁଁ ବିଭିନ୍ନ ସମୟରେ ଏଭଳି ସମ୍ବେଦନଶୀଳ ଘଟଣା ମାନ ଘଟୁଛି ବୋଲି ଅଭିଭାବକ ମାନେ ଅଭିଯୋଗ କରିଛନ୍ତି । ଦାରିଙ୍ଗବାଡି ବ୍ଲକ ମଙ୍ଗଳ ଅଧିକାରୀ ବୁରୁ ମାଝୀ ପାଡ୍ରା ସ୍କୁଲକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ସେହିପରି ଅଭିଯୋଗ ପାଇବା ପରେ ଜିଲ୍ଲାମଙ୍ଗଳ ଅଧିକାରୀ ସିମାଞ୍ଚଳ ବେହେରା ନିଜେ ତଦନ୍ତ କରୁଥିବା କହିଛନ୍ତି । ତଦନ୍ତ ପରେ ଆବଶ୍ୟକ ପଡିଲେ ଥାନାରେ ଏତଲା ଦିଆଯିବ ବୋଲି ମତ ରଖିଛନ୍ତି । ଏଥିସହ ଦାୟିତ୍ବରେ ଅବହେଳା ପ୍ରଦର୍ଶନ କରିଥିବା କର୍ମଚାରୀ ଓ ଶିକ୍ଷକଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନଗ୍ରହଣ କରାଯିବ ବୋଲି ସିମାଞ୍ଚଳ ବେହେରା ସୂଚନା ଦେଇଛନ୍ତି ।

ତେବେ ମାଡ଼ ମାରୁଥିବା ଓ ମାଡ଼ ଖାଉଥିବା ଛାତ୍ରମାନେ ନାବାଳକ ଥିବାର ଜଣାପଡିଛି । ଆମ ନିକଟରେ ଏହି ଭାଇରାଲ ଭିଡିଓ ରହିଛି । ତେବେ ଏକ ଦାୟିତ୍ବବାନ ଗଣମାଧ୍ୟମ ଭାବେ ଆମେ ଏହି ଭାଇରାଲ ଭିଡିଓକୁ ପ୍ରସାରଣ କରୁନାହୁଁ ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.