ETV Bharat / state

ସ୍କୁଲ ମିଶ୍ରଣ ପ୍ରଭାବ: ପାଠପଢାରେ ଡୋରି, ଅନ୍ଧାରରେ 22 ପିଲାଙ୍କ ସୁନେଲି ଭବିଷ୍ୟତ

author img

By

Published : Jul 17, 2022, 1:40 PM IST

ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସୁରକ୍ଷା ପାଇଁ ସରକାର ପ୍ରଣୟନ କରୁଛନ୍ତି ପୁଳା ପୁଳା ଯୋଜନା । ହେଲେ ସ୍କୁଲ ମିଶ୍ରଣ ଯୋଗୁଁ ଭୁଶୁଡି ପଡିଛି ଶିକ୍ଷା ବ୍ୟବସ୍ଥା । କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ କଞ୍ଜାମାଇଁ ପ୍ରାଥମିକ ବିଦ୍ୟାଳୟରେ ସ୍କୁଲ ବନ୍ଦ ଯୋଗୁଁ ଘରେ ବସିଛନ୍ତି ୨୨ ଛାତ୍ରଛାତ୍ରୀ । ଅନ୍ଧାରରେ ସେମାନଙ୍କ ଭବିଷ୍ୟତ । ଦେଖନ୍ତୁ ଏହି ରିପୋର୍ଟ

ସ୍କୁଲ ମିଶ୍ରଣରୁ ବନ୍ଦ ହେଲା ସ୍କୁଲ, ଅନ୍ଧାରରେ ୨୨ ପିଲାଙ୍କ ସୁନେଲୀ ଭବିଷ୍ୟତ

ଫୁଲବାଣୀ: ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସୁରକ୍ଷା ପାଇଁ ସରକାର ପ୍ରଣୟନ କରୁଛନ୍ତି ପୁଳା ପୁଳା ଯୋଜନା । ହେଲେ ସ୍କୁଲ ମିଶ୍ରଣ ଯୋଗୁଁ ଭୁଶୁଡି ପଡିଛି ଶିକ୍ଷା ବ୍ୟବସ୍ଥା । ସ୍କୁଲ ରହିଛି ହେଲେ ସ୍କୁଲ ମିଶ୍ରଣ ଯୋଗୁଁ ଆସୁନାହାନ୍ତି ଶିକ୍ଷକ ଶିକ୍ଷୟିତ୍ରୀ । ଫଳରେ ବିନା ଅଧ୍ୟୟନରେ ସ୍କୁଲରେ ବସି ବସି ଘରକୁ ଫେରୁଛନ୍ତି ଛାତ୍ରଛାତ୍ରୀ । ଶିକ୍ଷାର ଏଭଳି ବିକଳ ଚିତ୍ର ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କାଞ୍ଜାମାଇଁ ପ୍ରାଥମିକ ବିଦ୍ୟାଳୟରେ ।

ସ୍କୁଲ ମିଶ୍ରଣରୁ ବନ୍ଦ ହେଲା ସ୍କୁଲ

୧୯୭୮ ମସିହାରେ ସ୍ଥାପିତ ହୋଇଥିଲା କଞ୍ଜାମାଇଁ ସରକାରୀ ପ୍ରାଥମିକ ବିଦ୍ୟାଳୟ । ଏହି ସ୍କୁଲରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ରହିଥିବା ବେଳେ ଚଳିତ ଶିକ୍ଷା ବର୍ଷରେ ବିଦ୍ୟାଳୟରେ ସମୁଦାୟ ୨୨ ଜଣ ପିଲା ପଢ଼ୁ୍‌ଥିଲେ । କୋଭିଡ କଟକଣା ଯୋଗୁଁ ସ୍କୁଲ ବନ୍ଦ ରହିଥିଲା । ଏହାପରେ ସରକାରଙ୍କ ନିଷ୍ପତ୍ତି କ୍ରମେ ଗତ ଫେବୃୟାରୀ ୨୮ରେ ସ୍କୁଲ ଖୋଲିଥିଲା । ସବୁ ଦିନ ପରି ପିଲାମାନେ ବହି ବସ୍ତାନୀ ଧରି ବିଦ୍ୟାଳୟକୁ ଆସିଥିଲେ । ହେଲେ ସ୍କୁଲକୁ କେହି ଶିକ୍ଷକ ଆସିଲେ ନାହିଁ । ଏନେଇ ଅଭିଭାବକମାନେ ବ୍ଲକ ଶିକ୍ଷାଧିକାରୀଙ୍କୁ ପଚାରିବାରୁ, ସରକାରଙ୍କ ନିଷ୍ପତ୍ତି ଅନୁସାରେ ସ୍କୁଲକୁ ନିକଟସ୍ଥ କଡପଙ୍ଗା ବିଦ୍ୟାଳୟରେ ମିଶାଇ ଦିଆଯାଇଛି ବୋଲି ସେ କହିଥିଲେ । ହେଲେ 22 ପିଲା ଥିବା ସତ୍ତ୍ବେ ସରକାର ସ୍କୁଲ ମିଶ୍ରଣରେ କାଞ୍ଜାମାଇଁ ସ୍କୁଲକୁ ସାମିଲ କରିଥିଲେ । ସେହିଦିନ ଠାରୁ ଗ୍ରାମବାସୀ ବିଡିଓଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳ ଏବଂ ଗଣଶିକ୍ଷା ମନ୍ତ୍ରୀଙ୍କୁ ଏହି ବିଷୟରେ ଅବଗତ କରି ଆସୁଥିଲେ ହେଁ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନାହିଁ । ଚଳିତ ଶିକ୍ଷା ବର୍ଷରେ ଏହି ପିଲାମାନେ କେଉଁଠି ନାମ ନ ଲେଖାଇ ଘରେ ବସିଛନ୍ତି ।

ଏହି ବିଦ୍ୟାଳୟରେ ୪ଟି ଗ୍ରାମର ପିଲା ପଢ଼ୁଥିଲେ । କଞ୍ଜାମାଇଁ, ଡୁଣ୍ଡୁଣୁମୁଣ୍ଡା, ମାଣ୍ଡିବାଲା ଗ୍ରାମର ପିଲାମାନେ ପାଠ ପଢ଼ନ୍ତି । କଞ୍ଜାମାଇଁ ଗ୍ରାମକୁ ଛାଡିଲେ ବାକି ଗ୍ରାମ ସେଠାରୁ ୨ରୁ ୪ କିମି ଦୂର । ପିଲାମାନେ ନାଳ, ପାହାଡ ଆଦି ଜଙ୍ଗଲିଆ ରାସ୍ତା ଅତିକ୍ରମ କରି ବିଦ୍ୟାଳୟକୁ ପାଠ ପଢ଼ିବା ପାଇଁ ଆସନ୍ତି । ମିଶ୍ରଣ ହୋଇଥିବା ସ୍କୁଲଟି ୧୦ କିଲୋମିଟର ଦୂରରେ ହୋଇଥିବାରୁ ସ୍କୁଲ ଯିବାକୁ ଛାତ୍ରଛାତ୍ରୀ ଅମଙ୍ଗ ହେଉଛନ୍ତି । ମାଓପ୍ରବଣ ଅଞ୍ଚଳର ଏହି ୨୨ ପିଲାଙ୍କ ପାଇଁ କେବେ ସ୍କୁଲ ଖୋଲିବ ତାକୁ ହିଁ ଅପେକ୍ଷା ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.