ETV Bharat / state

କୋଭିଡ ସତ୍ତ୍ୱେ କନ୍ଧମାଳରେ ରେକର୍ଡ ରାଜସ୍ୱ ଆଦାୟ - କନ୍ଧମାଳରେ ରେକର୍ଡ ସଂଖ୍ୟକ ରାଜ୍ବସ୍ବ ଆଦାୟ

କନ୍ଧମାଳ ଜିଲ୍ଲା ରାଜସ୍ୱ ଆଦାୟ କ୍ଷତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଚଳିତ ବର୍ଷ କରୋନା ସମୟରେ ରେକର୍ଡ ସଂଖ୍ୟକ 1 କୋଟି 69 ଲକ୍ଷ ରାଜସ୍ୱ ଆଦାୟ ହୋଇଛି । ଅଧିକ ପଢ଼ନ୍ତୁ

କୋଭିଡ ସତ୍ତ୍ବେ କନ୍ଧମାଳରେ ରେକର୍ଡ ରାଜ୍ବସ୍ବ ଆଦାୟ

author img

By

Published : Apr 12, 2022, 9:27 PM IST

ଫୁଲବାଣୀ: କନ୍ଧମାଳ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାର ରାଜସ୍ୱ ଆଦାୟ ସହ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା । କନ୍ଧମାଳ ଜିଲ୍ଲା ରାଜସ୍ୱ ଆଦାୟ କ୍ଷତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି ।

କୋଭିଡ ସତ୍ତ୍ବେ କନ୍ଧମାଳରେ ରେକର୍ଡ ରାଜ୍ବସ୍ବ ଆଦାୟ

ବିଗତ ବର୍ଷ ତୁଳନାରେ ଚଳିତ ଆର୍ଥିକ ବର୍ଷରେ ଅଧିକ ରାଜସ୍ୱ ଆଦାୟ ହୋଇଛି । 2019-20ରେ 15.04 କୋଟି, 2020-21ରେ 16.06 କୋଟି ଓ 2021-22ରେ 18.42 କୋଟି କନ୍ଧମାଳରେ ରାଜସ୍ୱ ଆଦାୟ ହୋଇଛି । ଲଘୁ ଖଣିଜ ଦ୍ରବ୍ୟରେ 2019-20ରେ 35 ଲକ୍ଷ 34 ହଜାର, 2020-21ରେ 88 ଲକ୍ଷ 32 ହଜାର ହୋଇଥିବା ବେଳେ ଚଳିତ ବର୍ଷ 2021-22ରେ କୋରୋନା କାଳରେ ରେକର୍ଡ ସଂଖ୍ୟକ 1 କୋଟି 69 ଲକ୍ଷ ବିଭିନ୍ନ ତହସିଲଦାରଙ୍କ ଦ୍ଵାରା ବାଲି, ମୋରମ ଚୋରା ଚାଲାଣ ବେଳେ ରାଜସ୍ୱ ଆଦାୟ କରଯାଇଛି ।

ଜିଲ୍ଲା ପ୍ରଶାସନର ବାରମ୍ବାର ସମୀକ୍ଷା ବୈଠକ ଓ ବିଭିନ୍ନ ତହସିଲଦାର ଓ କ୍ଷେତ୍ର କର୍ମଚାରୀ ମାନଙ୍କ ନିଷ୍ଠାପର କାର୍ଯ୍ୟ ଯୋଗୁ ଏଭଳି ରାଜସ୍ୱ ଆଦାୟ ସମ୍ଭବ ହୋଇ ପାରିଛି । ଏହା କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ । ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ତହସିଲଦାର, ଅତିରିକ୍ତ ସହସିଲଦର ଓ ସୁପରଭାଇଜରମାନେ ଯୋଗ ଦେଇଥିଲେ ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.