ଫୁଲବାଣୀ: ଏକ ଦୁଷ୍କର୍ମ(Kandhamal Rape Case) ମାମଲାର ଶୁଣାଣି କରି ଦୋଷୀକୁ 10 ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କଲେ ଅଦାଲତ । ସାକ୍ଷୀ ପ୍ରମାଣକୁ ଭିତ୍ତିକରି କନ୍ଧମାଳ ଜିଲ୍ଲା ଦୌରା ଜଜ୍ ପରମପଟ୍ଟା ପଞ୍ଚାୟତ ଗାଡାବାଲିର ସୁଜିତ କୁମାର ନାୟକକୁ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡାଦେଶ ଦେଇଛନ୍ତି । ଆଜି(ଗୁରୁବାର) ଏହି ମାମଲାର ଶୁଣାଣି ହୋଇଛି । ସରକାରୀ ଓକିଲ ସଂଧାଶୁ ମୋହନ ପତି ମାମଲାର ପରିଚାଳନା କରୁଥିଲେ ।
କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ