ETV Bharat / state

'ମିଶନ ବାତ୍ସଲ୍ୟ' ଯୋଜନା ପାଇଁ ଗଲା ଚାକିରି, ପୁନଃ ନିଯୁକ୍ତି ଦାବି କଲେ କର୍ମଚାରୀ

author img

By ETV Bharat Odisha Team

Published : Sep 8, 2023, 4:16 PM IST

କନ୍ଧମାଳରେ ଚାଇଲ୍ଡ୍‌ ଲାଇନ୍‌ ବନ୍ଦ ହୋଇଯାଇଥିବାରୁ ଅସନ୍ତୋଷ । 'ମିଶନ ବାତ୍ସଲ୍ୟ' ଯୋଜନାରେ ଅଭିଜ୍ଞତା ଥିବା ପୁରୁଣା କର୍ମଚାରୀଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦେବାକୁ ନିବେଦନ କରିଛନ୍ତି ପୁରାତନ କର୍ମଚାରୀ । ଅଧିକ ପଢ଼ନ୍ତୁ

ପୁନଃ ନିଯୁକ୍ତି ଦାବି କଲେ କର୍ମଚାରୀ
pressmeet by previous staff of child line

ଫୁଲବାଣୀ: ଜିଲ୍ଲାରେ ଚାଇଲ୍ଡ ଲାଇନ ବନ୍ଦ ହୋଇଯାଇଥିବାରୁ ସାମ୍ବାଦିକ ସମ୍ମିଳନୀ କଲେ ପୂର୍ବରୁ କାର୍ଯ୍ୟ କରୁଥିବା କର୍ମଚାରୀ । ଅଗଷ୍ଟ ୩୧ ତାରିଖରେ କନ୍ଧମାଳ ଜିଲ୍ଲାର ଚାଇଲ୍ଡ ଲାଇନ ବନ୍ଦ ରହିଛି । ଯାହାକୁ ନେଇ ବନାନୀ କଳାସଙ୍ଗମଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । କନ୍ଧମାଳ ଚାଇଲ୍ଡ ଲାଇନ ବିପଦରେ ପଡ଼ିଥିବା ଶିଶୁଙ୍କୁ ତୁରନ୍ତ ଉଦ୍ଧାର କରି ସୁରକ୍ଷା ଯୋଗାଇ ଦେଇ ଥଇଥାନ କରାଉଥିଲେ । ୧୦୯୮ ଟୋଲ୍‌ ଫ୍ରି' ନମ୍ବର ମାଧ୍ୟମରେ ଚାଇଲ୍ଡଲାଇନ ତ୍ୱରିତ ସେବା ଯୋଗାଇ ଦେଶରେ ସୁନାମ ଅର୍ଜନ କରିଥବାରୁ କେନ୍ଦ୍ର ସରକାର ଏହାକୁ 'ମିଶନ ବାତ୍ସଲ୍ୟ'ରେ ଜରୁରୀକାଳୀନ ଫୋନ ନମ୍ବର ୧୧୨ରେ ମିଶାଇ ଦେଇଛନ୍ତି । ଦେଶରେ ଚାଇଲ୍ଡ ଲାଇନ ୨୩ ବର୍ଷ ଧରି କାର୍ଯ୍ୟ କରି ଆସୁଥିବାବେଳେ କନ୍ଧମାଳରେ ଗତ ୧୨ ବର୍ଷ ଧରି କାର୍ଯ୍ୟ କରି ଆସୁଛି ।

ବର୍ତ୍ତମାନର 'ମିଶନ ବାତ୍ସଲ୍ୟ' ନୂଆ ଯୋଜନାରେ ଅଭିଜ୍ଞତା ଥିବା ପୁରୁଣା କର୍ମଚାରୀଙ୍କୁ ଅଗ୍ରାଧିକାର ଦେଇ ନିଯୁକ୍ତି ଦେବାକୁ ପ୍ରେସମିଟରେ ଜରିଆରେ ସରକାରଙ୍କୁ ଦାବି କରାଯାଇଛି । ଏନେଇ ଟିମ୍ ଲିଡର ଶିବ ଶଙ୍କର ବେହେରା କହିଛନ୍ତି, "ଚାଇଲ୍ଡ ଲାଇନ ବନ୍ଦ ହେବା ଫଳରେ ଏଥିରେ କାର୍ଯ୍ୟରତ ୮ଜଣ କର୍ମଚାରୀଙ୍କ ଭବିଷ୍ୟତ ଅନ୍ଧାର ହୋଇଯାଇଛି । ସେମାନଙ୍କ ଚାକିରି କରିବା ବୟସ ଅତିକ୍ରାନ୍ତ ହୋଇଯାଇଥିବାରୁ ଅନ୍ୟ କୌଣସି କାମ ମିଳୁନାହିଁ । ଅକ୍ଳାନ୍ତ ପରିଶ୍ରମ ଫଳରେ ଚାଇଲ୍ଡ ଲାଇନ୍‌ ଦେଶରେ ସଫଳତା ପାଇ ସୁନାମ ଅର୍ଜନ କରିପାରିଛି । ତେଣୁ ଚାଇଲ୍ଡ ଲାଇନର କର୍ତ୍ତବ୍ୟନିଷ୍ଠ ଅଭିଜ୍ଞ କର୍ମଚାରୀମାନଙ୍କୁ ନୂତନ ଯୋଜନା 'ମିଶନ ବାତ୍ସଲ୍ୟ'ରେ ନିଯୁକ୍ତି ଦେବା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରନ୍ତୁ ।"

ଅଗଷ୍ଟ ୩୧ ତାରିଖରୁ ଚାଇଲ୍ଡ ଲାଇନ ଟୋଲଫ୍ରି ନମ୍ବର ୧୦୯୮କୁ ସରକାର ବନ୍ଦ କରିଦେଇଥିବାରୁ ନିର୍ଯାତିତ ଶିଶୁଙ୍କ ସୁରକ୍ଷା ପାଇଁ କୌଣସି ସୁବିଧା କରାଯାଇନାହିଁ । ଚାଇଲ୍ଡ ଲାଇନ୍‌ କର୍ମଚାରୀମାନେ ଅତି ସ୍ୱଳ୍ପ ବେତନରେ କାମ କରୁଥିବାବେଳେ ବର୍ତ୍ତମାନ ରୋଜଗାର ହରାଇଛନ୍ତି । ତେବେ ମିଶନ ବାତ୍ସଲ୍ୟରେ ଅଧିକ ଦରମା ମିଳୁଥିବାବେଳେ ସେମାନଙ୍କୁ ନିଯୁକ୍ତି ଦେଲେ ସେମାନେ ଉପକୃତ ହେବେ ବୋଲି ମତ ପ୍ରକାଶ ପାଇଛି । ଏହାସହ ନିର୍ଯାତନାର ଶିକାର ହେଉଥିବା ଶିଶୁ ତ୍ୱରିତ ଉପକୃତ ମଧ୍ୟ ହୋଇପାରିବେ ।

ଏହା ବି ପଢନ୍ତୁ...କ୍ୟାଡ଼ର ପୁନର୍ଗଠନ ନେଇ ଦାବି ଉଠାଇଲେ ମହିଳା ସ୍ବାସ୍ଥ୍ୟକର୍ମୀ, ନଚେତ୍‌ ଆନ୍ଦୋଳନ ଚେତାବନୀ

ଏହା ବ୍ୟତୀତ ଜରୁରୀକାଳୀନ ଟୋଲ ଫ୍ରି ନମ୍ବର ୧୧୨କୁ ସବୁଆଡ଼ୁ ଫୋନ୍‌ ଆସୁଥିବାରୁ ଶିଶୁ ନିର୍ଯାତନା ପାଇଁ ତ୍ୱରିତ ଯୋଗାଯୋଗ ସମ୍ଭବ ହେବ ନାହିଁ । ଏହି ସାମ୍ବାଦିକ ସମ୍ମିଳନୀରେ ଟିମ ଲିଡର ଶିବ ଶଙ୍କର ବେହେରା, ପ୍ରଭାସ ନାୟକ, ସୁପ୍ରଭା ନାୟକ, ରାଜଲକ୍ଷ୍ମୀ ମହାଖୁଡ, ସସ୍ମିତା କରଣ, ସୌମ୍ୟ ମିଶ୍ର, ଚନ୍ଦନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ । ସେମାନଙ୍କ 12 ବର୍ଷର ନିଷ୍ଠାପର ସେବାର ପ୍ରତିଦାନ ସ୍ୱରୂପ ନୂଆ ପ୍ରକଳ୍ପରେ ଜିଲ୍ଲାରେ ନିଯୁକ୍ତି ଦେବାକୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଅବଗତ କରିଛନ୍ତି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.