ETV Bharat / state

କେନାଲରେ ଭାସୁଛି ପିପିଇ କିଟ, ଭୟଭୀତ ଗ୍ରାମବାସୀ - PPE KIT

କନ୍ଧମାଳ ଜିଲ୍ଲା ଚକାପାଦରେ 5ଟି ପିପିଇ କିଟ ଫିଙ୍ଗି ଦିଆଯାଉଛି । ପିପିଇ କିଟ୍‌ ପଡିଥିବା ଦେଖିବାପରେ ଭୟ କରୁଛନ୍ତି ସ୍ଥାନୀୟ ଅଞ୍ଚଳବାସୀ l ବ୍ୟବହୃତ କିଟ୍‌ ଏଣେତେଣେ ପକାଇବା ଏକ ଅପରାଧ l ଅଧିକ ପଢନ୍ତୁ...

ପିପିଇ କିଟ ଗାଁ ନାଳରେ, ଭୟରେ ଲୋକେ
ପିପିଇ କିଟ ଗାଁ ନାଳରେ, ଭୟରେ ଲୋକେ
author img

By

Published : Aug 3, 2020, 10:20 PM IST

ଫୁଲବାଣୀ: କୋରୋନା ସଂକ୍ରମଣକୁ ନେଇ ସରକାର କଟକଣା ଜାରି କରିଛନ୍ତି । କିନ୍ତୁ ସଂକ୍ରମିତ ଅବା ବ୍ୟବହାର ହୋଇଥିବା ପିପିଇ କିଟ ବିଭିନ୍ନ ସ୍ଥାନରେ ଫିଙ୍ଗି ଦିଆଯାଉଛି ।କନ୍ଧମାଳ ଜିଲ୍ଲା ଗୁଡ୍ରିଗାଁ ପୋଲ ତଳେ ୫ଟି ପିପିଇ କିଟ୍‌ ଫୋପାଡା ଯାଇଛି ।

ପିପିଇ କିଟ ଗାଁ ନାଳରେ, ଭୟରେ ଲୋକେ

କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଶଙ୍କରାଖୋଲ ନିକଟ ୧୫୭ ନଂ.ଜାତୀୟ ରାଜପଥ ନିକଟ ଗୁଡ୍ରିଗାଁ ପୋଲ ତଳେ ୫ଟି ପିପିଇ କିଟ୍‌ । ଏପରି ଦେଖି ଲୋକଙ୍କ ମନରେ ଭୟ ସୃଷ୍ଟି ହେଉଛି । କୋରୋନା ରୋଗୀଙ୍କ ସ୍ବାବ୍‌ ନମୁନା ସଂଗ୍ରହ କରିବା ଓ ଚିକିତ୍ସା ପାଇଁ ଏହି ପିପିଇ କିଟ୍‌ କେବଳ ଡାକ୍ତର, ନର୍ସ, ସାସ୍ଥ୍ୟ କର୍ମଚାରୀ ଓ ସଂକ୍ରମିତଙ୍କୁ ନେବା ଆଣିବାରେ ଆମ୍ବୁଲାନ୍ସ ଚାଳକ ଆଦି ବ୍ୟବହାର କରୁଛନ୍ତି । ବ୍ୟବହାର ପରେ ଏହାକୁ ପୋଡି ନଷ୍ଟ କରିଦେବା ନିୟମ ରହିଛି । ପୋଲ ତଳେ ଦେଇ ଯାଇଥିବା ନାଳର ପାଣିରେ ଗ୍ରାମବାସୀ ପ୍ରତିଦିନ ଗାଧୋଇବା ସହ ଅନ୍ୟାନ୍ୟ କାମ ପାଇଁ ବ୍ୟବହାର କରିଥାନ୍ତି । ପିପିଇ କିଟ୍‌ ପଡିଥିବା ଦେଖିବାପରେ ଏହାକୁ ବ୍ୟବହାର କରିବାକୁ ଭୟ କରୁଛନ୍ତି ଗ୍ରାମବାସୀ l କିନ୍ତୁ ବ୍ୟବହୃତ କିଟ୍‌ ଏଣେତେଣେ ପକାଇବା ଏକ ଅପରାଧ l ଏ ସମ୍ପର୍କରେ ସ୍ଥାନୀୟ ଅଧିକାରୀଙ୍କୁ ସୂଚନା ଦେବା ପରେ ନଷ୍ଟ କରାଯାଇଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.