ETV Bharat / state

Russian Tourists Death: ଆସିଲା ପୋଷ୍ଟମର୍ଟମ ରିପୋର୍ଟ, କନ୍ଧମାଳ ଲିଙ୍କ୍ - ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି

ରାୟଗଡ଼ାରେ ଋଷ ପର୍ଯ୍ୟଟକ ମୃତ୍ୟୁ ପୂର୍ବରୁ କନ୍ଧମାଳ ଆସିଥିବାର ଏକ ଫଟୋ ଭାଇରାଲ ହେଉଛି । ଏହାପରେ କିନ୍ତୁ କନ୍ଧମାଳ ଜିଲ୍ଲାର କୌଣସି ପର୍ଯ୍ୟଟନସ୍ଥଳୀ ନବୁଲି ସେମାନେ ରାୟଗଡ଼ା ଚାଲିଯାଇଥିବା ଘଟଣାକୁ ଆହୁରି ସନ୍ଦେହ ଘେରକୁ ନେଇଛି । ତେବେ ଆଜି ଉଭୟଙ୍କର ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି । ଅଧିକ ପଢ଼ନ୍ତୁ

ଆସିଲା ପୋଷ୍ଟମର୍ଟମ ରିପୋର୍ଟ
ଆସିଲା ପୋଷ୍ଟମର୍ଟମ ରିପୋର୍ଟ
author img

By

Published : Dec 31, 2022, 4:45 PM IST

ଫୁଲବାଣୀ/କଟକ: ରାୟଗଡ଼ାରେ ଋଷ ପର୍ଯ୍ୟଟକ ମୃତ୍ୟୁ ମାମଲାର ତଦନ୍ତ ପ୍ରକ୍ରିୟା ଯେତେ ଆଗୋଉଛି ସେତିକି ଘଟଣାର ରହସ୍ୟ ବଢ଼ିବାରେ ଲାଗିଛି । ତେବେ ଋଷ ପର୍ଯ୍ୟଟକ ମୃତ୍ୟୁ ଘଟଣାର ଲିଙ୍କ କନ୍ଧମାଳରେ ମଧ୍ୟ ଥାଇପାରେ ବୋଲି ଏବେ ଚର୍ଚ୍ଚା ହେଉଛି । ଏମାନେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିର ଏକ ରିସୋର୍ଟରେ ରହିଥିବା ସୂଚନା ମିଳିଛି । ହେଲେ ସେମାନେ କନ୍ଧମାଳର କୌଣସି ପର୍ଯ୍ୟଟନସ୍ଥଳୀ ନବୁଲି ରାୟଗଡା ଚାଲିଯାଇଥିବା ଘଟଣାକୁ ଆହୁରି ସନ୍ଦେହ ଘେରକୁ ଟାଣି ନେଇଛି । ସେପଟେ ଉଭୟଙ୍କ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି । ଫୁସଫୁସ ଓ ଯକୃତ କ୍ଷତିଗ୍ରସ୍ତ ହେବା ଯୋଗୁଁ ପାୱେଲଙ୍କ ମୃତ୍ୟୁ ହୋଇଥିବାବେଳେ ଭ୍ଲାଦିମିରଙ୍କ ମୃତ୍ୟୁ ହୃଦଘାତ ଜନିତ ବୋଲି ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ହୋଇଛି ।

କନ୍ଧମାଳରେ ମାତାଲ ବେଳର ଫଟୋ ଭାଇରାଲ
କନ୍ଧମାଳରେ ମାତାଲ ବେଳର ଫଟୋ ଭାଇରାଲ

ମୃତ୍ୟୁ ଘଟିଥିବା ଜଣେ ଋଷ ପର୍ଯ୍ୟଟକଙ୍କର ଏକ ଫଟୋ ଏବେ ଭାଇରାଲ ହେଉଛି । ଏହ ଫଟୋ ରାତିରେ ଉଠାଯାଇଥିବା ବେଳେ ସେ ପ୍ରବଳ ମଦ୍ୟପାନ କରିଥିବା ଜଣାପଡ଼ୁଛି । ଏହି ଘଟଣାକୁ ନଜରକୁ ନେଲେ ସେହି ରିସୋର୍ଟରେ କଣ ଘଟିଥିଲା ବା ସେମାନଙ୍କ ସହ କିଏ ଭେଟିଥିଲା ତାହାର ଏକ ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକତା ରହିଛି । ରିସୋର୍ଟ ମାଲିକ ଏ ସମ୍ପର୍କରେ କୌଣସି ତଥ୍ୟ ଦେଇନାହାନ୍ତି । ଏହି ଫଟୋ ଭାଇରାଲ ହେବାପରେ ରିସୋର୍ଟକୁ ତାଲା ପକାଇ ଦିଆଯାଇଛି । ଏହି ଫଟୋକି କନ୍ଧମାଳର ବୋଲି ଜଣାପଡିଛି ।

ଭ୍ଲାଦିମିର୍ ବିଦାନୋଭଙ୍କ ପୋଷ୍ଟମର୍ଟମ ରିପୋର୍ଟ

ସୂଚନା ଅନୁଯାୟୀ ଡିସେମ୍ବର ୨୦ ତାରିଖ ସନ୍ଧ୍ୟା ୭ଟା ସମୟରେ ୪ ପର୍ଯ୍ୟଟକଙ୍କ ସହ ସେମାନଙ୍କର ଟୁର ଗାଇଡ ଦାରିଙ୍ଗବାଡି ଥାନା କିରିକୁଟିରେ ଥିବା ପାନାସିଆ ଇକୋ ରିଟ୍ରେଟରେ ପ୍ରବେଶ କରିଥିଲେ । ସେମାନେ ସେଠାରେ ରାତ୍ରି ଯାପନ କରିଥିଲେ । ମୃତ ଦୁଇ ପର୍ଯ୍ୟଟକ ଆଣ୍ଟୋଭ ପାଭେଲ ଓ ଭ୍ଲାଦିମିର୍ ବିଦାନୋଭଙ୍କ ସହଯାତ୍ରୀ ତଥା ଋଷ ଦମ୍ପତି ପାନ ସଂକୋ ଓ ଟୁରଭୋ ଏବଂ ସେମାନଙ୍କ ଟୁର ଗାଇଡ ଜିତେନ୍ଦ୍ର ସିଂହ ଉକ୍ତ ଇକୋ ରିଟ୍ରେଟରେ ରହିଥିଲେ । ତେବେ ରାତ୍ରୀ ସମୟରେ ଭ୍ଲାଦିମିର୍ ବିଦାନୋଭ ମଦ ପ୍ରବଳ ମାତ୍ରାରେ ପିଇଥିବାର ଏକ ଫୋଟ ଭାଇରାଲ ହେଉଛି ।

ଆଣ୍ଟୋଭ ପାଭେଲ ପୋଷ୍ଟମର୍ଟମ ରିପୋର୍ଟ
ଆଣ୍ଟୋଭ ପାଭେଲ ପୋଷ୍ଟମର୍ଟମ ରିପୋର୍ଟ

ସେପଟେ ଉଭୟ ପର୍ଯ୍ୟଟକଙ୍କ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି । ଉଭୟ ପାୱେଲ ଓ ଭ୍ଲାଦିମିରଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ରିପୋର୍ଟ ଅନୁସାରେ ଫୁସଫୁସ ଓ ଯକୃତ କ୍ଷତିଗ୍ରସ୍ତ ହେବା ଯୋଗୁଁ ପାୱେଲଙ୍କ ମୃତ୍ୟୁ ହୋଇଛି । ପାୱେଲଙ୍କ ମୃତ୍ୟୁ ଦୁର୍ଘଟଣା ଜନିତ ବୋଲି ମତ ଦେଇଛନ୍ତି ଡାକ୍ତର । ସେପଟେ ଭ୍ଲାଦିମିରଙ୍କ ମୃତ୍ୟୁ ହୃଦଘାତ ଜନିତ ବୋଲି ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.