ଫୁଲବାଣୀ: କୁଇ ସମାଜ ଆଦିବାସୀ ସଂଘର ଥାନା ଘେରାଉ କରିଛି । କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ଅନ୍ତର୍ଗତ କୁଡତୁଳୀ ସ୍କୁଲରେ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର ମାମଲାରେ ପୋଲିସ କାହାକୁ ଗିରଫ ନ କରିବା ଯୋଗୁଁ ଥାନା ଘେରାଉ କରିଛି ଆଦିବାସୀ ସଂଘ ।
ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର ମାମଲାରେ ପନ୍ଦର ଦିନ ପରେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ । ସ୍କୁଲର ତିନି ଜଣ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ ହୋଇଛି । ଡିଏସପି ମାମଲାର ତଦନ୍ତ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ଘେରାଉ ପ୍ରତ୍ୟାହାର ହୋଇଥିଲା ।
ଘେରାଉରେ ବହୁ ସଂଖ୍ୟାରେ ଆଦିବାସୀ ସମ୍ପ୍ରଦାୟର ମହିଳା ଓ ପୁରୁଷ ଯୋଗଦେଇଥିଲେ । ଆଗକୁ କାର୍ଯ୍ୟାନୁଷ୍ଠାନ ନ ହେଲେ ଜୋରଦାର ଆନ୍ଦୋଳନ କରାଯିବ ବୋଲି କହିଛନ୍ତି ଆଦିବାସୀ ସଂଘ ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ