ETV Bharat / state

କନ୍ଧମାଳ-ସିନ୍ଧିପଙ୍ଖାଳରେ ସୁରକ୍ଷାକର୍ମୀ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ, ବିପୁଳ ମାଓ ସାମଗ୍ରୀ ଜବତ - ବିପୁଳ ମାଓ ସାମଗ୍ରୀ ଜବତ

କନ୍ଧମାଳ-ସିନ୍ଧିପଙ୍ଖାଳ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ । ସୁରକ୍ଷାକର୍ମୀଙ୍କ ଗୁଳିରେ ମାଓବାଦୀଙ୍କ ଛତ୍ରଭଙ୍ଗ । ଅଧିକ ପଢ଼ନ୍ତୁ

police seized huge mao materials at border area
ପୋଲିସ ଗୁଳିରେ ମାଓ ଛତ୍ରଭଙ୍ଗ
author img

By

Published : May 24, 2023, 10:38 PM IST

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ପୁଣି ମାଓ ଗତିବିଧି ଆରମ୍ଭ ହୋଇଛି । ବୁଧବାର ଜିଲ୍ଲାର ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ସିନ୍ଧିପଙ୍ଖାଳ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଜଣାଯାଇଛି । ମାଓବାଦୀଙ୍କ ଉପସ୍ଥିତି ନେଇ ସମ୍ପୃକ୍ତ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।

ଗୁଇନ୍ଦା ବିଭାଗ ସୂଚନା ଆଧାରରେ ମାଓବାଦୀମାନେ ଉକ୍ତ ଜଙ୍ଗଲରେ ରହିଥିବା ଖବର ପାଇ ସମ୍ପୃକ୍ତ ଅଞ୍ଚଳରେ ଏସ୍ଓଜି ଯବାନମାନେ କୁମ୍ବିଂ ଅପରେସନ ଚଳାଇଥିଲେ । ଏହି ସମୟରେ ସିନ୍ଧିପଙ୍ଖାଲ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ ହେବା ଯୋଗୁଁ କିଛି ସମୟ ଧରି ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିଲା । ଏହାପରେ ଘଟଣାସ୍ଥଳରୁ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିବା କୁହାଯାଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ କିଛି ମାଓବାଦୀ ଆହତ ହୋଇଥିବା ଅନୁମାନ କରାଯାଉଛି । ଉକ୍ତ ସ୍ଥାନରୁ ବିଭିନ୍ନ ପ୍ରକାର ମାଓ ସାମଗ୍ରୀ ମଧ୍ୟ ଜବତ ହୋଇଛି । ସୁରକ୍ଷାକର୍ମୀ ଓ ମାଓବାଦୀ ଗୁଳିବିନିମୟ ସମୟରେ କାହାର ମୃତାହତ ହୋଇଥିବା ଖବର ସ୍ପଷ୍ଟ ହୋଇପାରିନାହିଁ । ଏନେଇ ପୋଲିସ ପକ୍ଷରୁ ମଧ୍ୟ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳିପାରିନାହିଁ ।

ଏହା ମଧ୍ୟ ପଢ଼ନ୍ତୁ: ପୋଲିସ ଗୁଳିରେ ମାଓବାଦୀଙ୍କ ଛତ୍ରଭଙ୍ଗ, ମାଓ କ୍ୟାମ୍ପ୍‌ରୁ ଗର୍ଭ ପରୀକ୍ଷା କୀଟ୍‌ ସହ ଆପତ୍ତିଜନକ ସାମଗ୍ରୀ ଜବତ

ଗତ କିଛି ମାସର ବ୍ୟବଧାନ ପରେ କନ୍ଧମାଳ ଜିଲ୍ଲାରେ ଲାଲବାହିନୀ ନିଜର ସ୍ଥିତି ଜାହିର କରିବା ଆରମ୍ଭ କରି ଦେଇଥିବା ବେଳେ ଏହାକୁ ନେଇ ଜିଲ୍ଲା ପୋଲିସ ସତର୍କ ରହିଛି । ଆଗାମୀ ଦିନରେ ରାଜ୍ୟ ପୋଲିସ ବିଭାଗ ପକ୍ଷରୁ କନ୍ଧମାଳ ଜିଲ୍ଲାରେ ମାଓ ନିୟନ୍ତ୍ରଣ ଉପରେ କଣ ପଦକ୍ଷେପ ନେଉଛନ୍ତି ତାହାରି ଉପରେ ସମସ୍ତଙ୍କ ନଜର ରହିଛି । ପୂର୍ବରୁ ଗଞ୍ଜାମ, ଗଜପତି ଏବଂ କନ୍ଧମାଳ ସୀମାନ୍ତରେ ମାଓବାଦୀର ଗତିବିଧି ଉପରେ ନଜର ରଖି ପୋଲିସ ବାହିନୀ ପକ୍ଷରୁ ଲାଗାତାର କୁମ୍ୱିଂ ଅପରେସନ, ମାଓ କ୍ୟାମ୍ପ ଉପରେ ଚଢାଉ ଜାରି ରହିଛି ।

ପ୍ରକାଶ ଥାଉକି, ନିକଟରେ ଛତିଶଗଡ ନିକ୍ସଲ ଆକ୍ରମଣ ପରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଥିଲା । ସର୍ଚ୍ଚ ଅପରେସେନ ସମୟରେ ଯବାନ ଓ ନକ୍ସଲ ମଧ୍ୟରେ ଗୁଳି ବିନିୟମ ହୋଇଥିଲା । ଏହି ଏନକାଉଣ୍ଟରରେ 3 ମାଓବାଦୀଙ୍କୁ ସୁରକ୍ଷାକର୍ମୀ ନିପାତ କରିଥିଲେ । କଳାହାଣ୍ଡି ଜିଲ୍ଲା ଏମ. ରାମପୁରରେ ମାଓବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଟାଇପଙ୍ଗ ଜଙ୍ଗଲରେ ମାଓବାଦୀ ଓ ପୋଲିସକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.