ETV Bharat / state

ଜୁଆ ଆଡ୍ଡାରେ ପୋଲିସର ଚଢାଉ, 8 ଗିରଫ

କନ୍ଧମାଳ ଫିରିଙ୍ଗିଆ ଥାନା ଅଞ୍ଚଳର ଏକ ଘରେ ଚାଲିଥିବା ଜୁଆ ଆଡ୍ଡାସ୍ଥଳୀରେ ପୋଲିସ ଚଢାଉ କରିଛି । ଘଟଣାସ୍ଥଳୁ ପୋଲିସ ୮ ଜଣଙ୍କୁ ଗିରଫ କରିବା ସହ ୫ଟି ମୋବାଇଲ, ୨ଟି ମୋଟର ସାଇକେଲ, ନଗଦ 26,038 ଟଙ୍କା ଜବତ କରିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଜୁଆ ଆଡ୍ଡାରେ ପୋଲିସର ଚଢାଉ, 8 ଗିରଫ
ଜୁଆ ଆଡ୍ଡାରେ ପୋଲିସର ଚଢାଉ, 8 ଗିରଫ
author img

By

Published : May 12, 2020, 12:21 AM IST

ଫୁଲବାଣୀ: କୋରୋନା ସଙ୍କଟରେ ଦେଶରେ ଜାରି ହୋଇଛି ଲକଡାଉନ୍ । ଆଉ ଏହାର ଫାଇଦା ଉଠାଉଛନ୍ତି କିଛି ଅସାମାଜିକ ଲୋକେ । ଏହାରି ସୁଯୋଗ ଉଠାଇ ଜୁଆ ଆଡ୍ଡା ଚଳାଇ ବେଆଇନ୍ କାର୍ଯ୍ୟକଳାପରେ ଲାଗିଯାଉଛନ୍ତି ଅସାମାଜିକ ଲୋକେ । କନ୍ଧମାଳ ଫିରିଙ୍ଗିଆ ଥାନା ଅଞ୍ଚଳର ଏକ ଘରେ ଚାଲିଥିବା ଜୁଆ ଆଡ୍ଡାସ୍ଥଳୀରେ ପୋଲିସ ଚଢାଉ କରିଛି । ଘଟଣାସ୍ଥଳୁ ପୋଲିସ ୮ ଜଣଙ୍କୁ ଗିରଫ କରିବା ସହ ୫ଟି ମୋବାଇଲ, ୨ଟି ମୋଟର ସାଇକେଲ, ନଗଦ 26,038 ଟଙ୍କା ଜବତ କରିଛି ।

ଜୁଆ ଆଡ୍ଡାରେ ପୋଲିସର ଚଢାଉ, 8 ଗିରଫ
ଜୁଆ ଆଡ୍ଡାରେ ପୋଲିସର ଚଢାଉ, 8 ଗିରଫ

ଫିରିଙ୍ଗିଆରେ ଚାଲିଥିବା ବେଆଇନ୍ ଜୁଆ ଆଡ୍ଡାସ୍ଥଳୀରେ ପୋଲିସ ଚଢାଉ କରି ଗିରଫ କରିଥିଲା ଜୁଆଡି ମାନଙ୍କୁ । ଗିରଫ ହୋଇଥିବା ୮ ଜଣ ହେଲେ ଶ୍ରାବଣ କୁମାର ନାୟକ (30), ନିରଞ୍ଜନ ଦିଗଲ (28), ବିନୋଦ କୁମାର ନାୟକ(39), ବୈରାଗୀ ଚରଣ ନାୟକ(46), ନନ୍ଦୀ ମୁଖି (38), ରୋହିତ ଦିଗଲ(35), ମଣ୍ଟୁ ଦିଗଲ(33), ଭୁଭୁନି ଦିଗଲ(41) । ସମସ୍ତ ଗିରଫଦାରୀଙ୍କ ଠାରୁ ମୋବାଇଲ୍, ଟଙ୍କା ଓ ମଟରସାଇକଲ ଜବତ କରିଛି ପୋଲିସ ।

ଥାନାରେ 36/2020ରେ ଏକ ମାମଲା ରୁଜୁ କରି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ ଶ୍ୟାମସୁନ୍ଦର ରାଓ । କୋରୋନା ଲକଡାଉନ୍ ଏନଫୋର୍ସମେଣ୍ଟ ସହିତ ଏପରି ବେଆଇନ୍ କାର୍ଯ୍ୟ ଉପରେ ପୋଲିସ ଟିମ ଆଗକୁ ଅଧିକ ଦୃଷ୍ଟି ଦେବ ବୋଲି ପୋଲିସ ସୂଚନା ଦେଇଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.