ETV Bharat / state

4 ମାଓବାଦୀଙ୍କ ମୃତଦେହ ନେଲେନି ପରିବାର, ପୋତିଦେଲା ପୋଲିସ

author img

By

Published : Jul 12, 2020, 7:10 PM IST

Updated : Jul 12, 2020, 7:57 PM IST

କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଅନ୍ତର୍ଗତ ସିର୍ଲା ଜଙ୍ଗଲରେ ପୋଲିସ ମାଓବାଦୀ ଗୁଳିବିନିମୟ ଘଟଣାରେ ନିହତ 5 ନକ୍ସଲଙ୍କ ମଧ୍ୟରୁ 4 ଜଣଙ୍କ ମୃତଦେହ ପୋତି ଦିଆଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

4 ମାଓବାଦୀଙ୍କ ମୃତଦେହ ପୋତିଛି ପୋଲିସ
4 ମାଓବାଦୀଙ୍କ ମୃତଦେହ ପୋତିଛି ପୋଲିସ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଅନ୍ତର୍ଗତ ସିର୍ଲା ଜଙ୍ଗଲରେ ପୋଲିସ ମାଓବାଦୀ ଗୁଳିବିନିମୟ ଘଟଣାରେ ନିହତ 5 ନକ୍ସଲଙ୍କ ମଧ୍ୟରୁ 4 ଜଣଙ୍କ ମୃତଦେହ ପୋତି ଦିଆଯାଇଛି । କଡା଼ ପୋଲିସ ବ୍ୟବସ୍ଥା ମଧ୍ୟରେ ଫୁଲବାଣୀ ବିଡାଙ୍ଗି ସାହିର ଏକ ସ୍ଥାନରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ 2 ମହିଳା ଓ ଦୁଇ ପୁରୁଷ ମାଓବାଦୀଙ୍କ ମୃତଦେହକୁ ପୋତିଛି ପୋଲିସ । ମାଓ କମାଣ୍ଡର ସୁକ୍ରୁର ମୃତଦେହକୁ ମାଲକାନଗିରିରୁ ଆସି ପରିବାର ଲୋକେ ନେଇଛନ୍ତି । ମୃତ୍ୟୁର 72 ଘଣ୍ଟା ପରେ କେହି ମୃତଦେହକୁ ନନେଲେ ଏପରି ବିଧି ବ୍ୟବସ୍ଥା ରହିଛି ।

ଜୁଲାଇ 5 ତାରିଖରେ ସଂଗଠିତ ଏନକାଉଣ୍ଟରରେ ଟପ୍ ମାଓ ଲିଡ଼ର ତଥା ରାଜ୍ୟ କମିଟି ମେମ୍ବର ସୁକ୍ରୁ ଓରଫ କୋସା ସୋଡି ସହିତ ଅନ୍ୟ 3 ଜଣ ନକ୍ସଲ ନିହତ ହୋଇଥିଲେ । 2 ଜଣ ମହିଳା ନକ୍ସଲ ସହିତ 2 ଜଣ ପୁରୁଷ ନକ୍ସଲ ନିହତ ହୋଇଥିଲେ ଏହି ଏନକାଉଣ୍ଟରରେ । ସୁକ୍ରୁ ନାଁରେ 20 ଲକ୍ଷ ଟଙ୍କା ପୁରସ୍କାର ରଖିଥିଲେ ସରକାର। ଏରିଆ କମିଟି ମେମ୍ବର ଇତେଶ ଓ ରୀନାର ମୃତଦେହ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଜଣେ ମହିଳା ନକ୍ସଲଙ୍କ ମୃତଦେହ ଚିହ୍ନଟ ହୋଇପାରି ନଥିଲା ।

4 ମାଓବାଦୀଙ୍କ ମୃତଦେହ ନେଲେନି ପରିବାର, ପୋତିଦେଲା ପୋଲିସ
ପୁଣି 6 ତାରିଖ ସନ୍ଧ୍ୟାରେ ଏହି ଜଙ୍ଗଲରେ ପୋଲିସ ମାଓବାଦୀ ଗୁଳିବିନିମୟ ହୋଇଥିଲା ଏବଂ ପର ଦିନ ସର୍ଚ୍ଚ ଅପରେସନରେ ଜଣେ ପୁରୁଷ ନକ୍ସଲର ମୃତଦେହ ଜବତ ହୋଇଥିଲା । ତେବେ ମୃତ ନକ୍ସଲର ପରିଚୟ ମଧ୍ୟ ମିଳି ନଥିଲା । ନିୟମ ଅନୁସାରେ ଜିଲ୍ଲା ମେଡିକାଲରେ ଏକ ଟିମ ସହାୟତାରେ ମୃତଦେହ ବ୍ୟବଚ୍ଛେଦ ପରେ 72 ଘଣ୍ଟା (୩ ଦିନ) ରଖାଯାଇଥିଲା, କେହି ଦାବିଦାର ବା ମୃତକଙ୍କ ପରିବାର ଥିଲେ ଆସିବା ପାଇଁ । କିନ୍ତୁ କେବଳ ସୁକ୍ରୁର ମୃତଦେହକୁ ପରିବାର ଲୋକେ ଆସି ନେଇଥିବା ବେଳେ ଅନ୍ୟ 4 ନକ୍ସଲଙ୍କ ମୃତଦେହ କେହି ନେଇ ନଥିଲେ । ଫଳରେ ରବିବାର ପୋତିବା ବ୍ୟବସ୍ଥା କରିଥିଲା ଜିଲା ପୋଲିସ ।

ଏହା ସହିତ ସମସ୍ତ ଘଟଣାର ଭିଡ଼ିଓଗ୍ରାଫି କରିଥିଲେ ପୋଲିସ ପ୍ରଶାସନ । ଏହି ଦୁଇ ଏନକାଉଣ୍ଟର ପରେ ପୋଲିସ ମନୋବଳ ଦୃଢ ହୋଇଥିବା ବେଳେ ଜିଲ୍ଲାରେ ନକ୍ସଲ ସଙ୍ଗଠନକୁ ଜୋରଦାର ଧକ୍କା ଲାଗିଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Last Updated : Jul 12, 2020, 7:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.