କନ୍ଧମାଳ: ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳିବିନିମୟ । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ସୁମେରବନ୍ଧ ନିକଟବର୍ତ୍ତୀ ଜଙ୍ଗଲରେ ମାଓବାଦୀ ଓ ପୋଲିସ୍ ମଧ୍ୟରେ ଏନକାଉଣ୍ଟର ନେଇ ସୂଚନା ମିଳିଛି ।
ଏସ୍ଓଜି ଟିମ୍ କୁମ୍ବିଂ କରିବା ବେଳେ ପୋଲିସ ଏବଂ ମାଓବାଦୀ ମୁହାଁମୁହିଁ ହୋଇଥିଲେ । ଯେଉଁଥିରେ 2 ରାଉଣ୍ଡ ଗୁଳିବିନିମୟ ହୋଇଥିଲା । ପରେ ନକ୍ସଲ ଛତ୍ରଭଙ୍ଗ ଦେଇ ପଳାଇଥିଲେ ।
ଏପଟେ ପୋଲିସ ସର୍ଚ୍ଚ ଅପରେସନ ସମୟରେ ମାଓ କ୍ୟାମ୍ପ ଠାବ କରିଥିବା ଏସପି ପ୍ରତୀକ ସିଂ ସୂଚନା ଦେଇଛନ୍ତି । ଅପରେସନ୍ ଜାରି ରହିଛି ଏବଂ ଫେରିବା ପରେ ହିଁ ସବୁ ସ୍ପଷ୍ଟ ହେବ ବୋଲି ଜିଲ୍ଲା ପୋଲିସ୍ ସୂଚନା ଦେଇଛି ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ