କନ୍ଧମାଳ: ଜିଲ୍ଲା ଦାରିଙ୍ଗବାଡି ଥାନା ଅଞ୍ଚଳର ଏକ ଦୁଷ୍କର୍ମ ମାମଲାର ବିଚାର କରି ଫୁଲବାଣୀ ସ୍ବତନ୍ତ୍ର କୋର୍ଟ ତଥା ଏଡିଜେ କୋର୍ଟ ଅଭିଯୁକ୍ତକୁ ଦଶ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି । ଏହା ସହିତ 5000 ଟଙ୍କା ଜୋରିମାନା କରିଛନ୍ତି କୋର୍ଟ ।
ଜୋରିମାନା ଅନାଦେୟ ଅତିରିକ୍ତ ଅଢେଇ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି । 2015 ମସିହାରେ ଅଭିଯୁକ୍ତ ଦାରିଙ୍ଗବାଡି କଙ୍ଗଡକିଆ ଗାଁର ରାମସିଂ ପ୍ରଧାନ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ କୋର୍ଟ ଶୁଣାଣି କରି ଅଭିଯୁକ୍ତକୁ ଦଣ୍ଡାଦେଶ ଶୁଣାଇଛନ୍ତି ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ