ETV Bharat / state

କୌଳିକ ବୃତ୍ତିର ଅତ୍ୟାଧୁନିକ ତାଲିମ ନେବାକୁ କୁମ୍ଭକାର ସମାଜର ଦାବି

author img

By ETV Bharat Odisha Team

Published : Sep 20, 2023, 2:47 PM IST

ନିଜର କୌଳିକ ବୃତ୍ତିର ଅତ୍ୟାଧୁନିକ ତାଲିମ ନେବାକୁ ରାଜ୍ୟସରକାରଙ୍କୁ ଦାବି କଲେ କୁମ୍ଭକାର ସମାଜ । ଦାବି ପୂରଣ ନେହେଲେ ଆଗାମୀ ଦିନରେ ରାଜ୍ୟସ୍ତରରେ ଆନ୍ଦୋଳନ କରାଯିବା ନେଇ ଚେତାବନୀ ।

କୌଳିକ ବୃତ୍ତିର ଅତ୍ୟାଧୁନିକ ତାଲିମ ନେବାକୁ କୁମ୍ଭକାର ସମାଜର ଦାବି
କୌଳିକ ବୃତ୍ତିର ଅତ୍ୟାଧୁନିକ ତାଲିମ ନେବାକୁ କୁମ୍ଭକାର ସମାଜର ଦାବି
କୌଳିକ ବୃତ୍ତିର ଅତ୍ୟାଧୁନିକ ତାଲିମ ନେବାକୁ କୁମ୍ଭକାର ସମାଜର ଦାବି

ଫୁଲବାଣୀ: ନିଜର କୌଳିକ ବୃତ୍ତିର ଅତ୍ୟାଧୁନିକ ତାଲିମ ନେବା ସହ ରାଜ୍ୟସରକାରଙ୍କୁ 6ଟି ଦାବି କଲା କୁମ୍ଭକାର ସମାଜ । ଦାବି ପୂରଣ ନେହେଲେ ଆଗାମୀ ଦିନରେ ରାଜ୍ୟସ୍ତରରେ ଆନ୍ଦୋଳନ କରାଯିବା ନେଇ ଚେତାବନୀ । ଏନେଇ କନ୍ଧମାଳ ଜିଲ୍ଲା କୁମ୍ଭକାର ସମାଜ ପକ୍ଷରୁ ସୂଚନା ଦିଆଯାଇଛି ।

କୁମ୍ଭକାର ସମାଜର କହିବାନୁଯାୟୀ, ବର୍ତ୍ତମାନ କୁମ୍ଭକାରମାନଙ୍କ କୌଳିକ ବୃତ୍ତି ବୁଡିବାକୁ ବସିଲାଣି । ଯେଉଁଥିପାଇଁ ସେମାନଙ୍କ ଜୀବନ ଏକପ୍ରକାର ଦୁର୍ବିଶ ହୋଇପଡିଛି । ଏହି କୌଳିକ ବୃତ୍ତିକୁ ଆଗକୁ ନେବାକୁ ହେଲେ ଅତ୍ୟାଧୁନିକ ତାଲିମ ନେବାର ଆବଶ୍ୟକତା ରହିଛି । ସରକାରଙ୍କ ପକ୍ଷରୁ ଏନେଇ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି କୁମ୍ଭକାର ସଂଘ ।

ଏଥିସହ କୁମ୍ଭାର ଜାତିକୁ ଅନୁସୂଚିତ ଜନଜାତିର ମାନ୍ୟତା ପ୍ରଦାନ, କୁମ୍ଭାର କାରିଗର ମାନଙ୍କୁ କାରିଗରୀ ଭତ୍ତା ପ୍ରଦାନ ସହ ସଙ୍ଗେ ଶାଳଗୃହ ଯୋଗାଇ ଦେବା, କୌଳିକ ବୃତ୍ତିର ପୁନରୁଦ୍ଧାର ପାଇଁ ଉନ୍ନତମାନର ଟେରାକୋଟା ତାଲିମ ପ୍ରଦାନ, ଆବଶ୍ୟକ ସରଞ୍ଜାମ ଯୋଗାଇ ଦେବା, ଆବାସିକ ବିଦ୍ୟାଳୟରେ ସେମାନଙ୍କ ପିଲାମାନଙ୍କୁ ରହି ପଢ଼ିବାର ସୁଯୋଗ ଦେବା ଆଦି ଦାବିପତ୍ରରେ ଉଲ୍ଲେଖ କରାଯାଇଛି ।

ଅନ୍ୟପଟେ ଏନେଇ ପୂର୍ବରୁ ମଧ୍ୟ ବହୁବାର କହିବା ପରେ ସରକାରଙ୍କ ସେମାନଙ୍କ ଦାବି ଶୁଣୁନଥିବା ଅଭିଯୋଗ ଆଣିଛନ୍ତି କୁମ୍ଭକାର ସଂଘ । ଯଦି ଆଗାମୀ ଦିନରେ ସେମାନଙ୍କ ଦାବି ପୂରଣ ନହୁଏ ତେବେ ରାଜ୍ୟସ୍ତରୀୟ ଆନ୍ଦୋଳନ ଚେତାବନୀ ଦେଇଛି ସମାଜ । ଏନେଇ ସମାଜ ପକ୍ଷରୁ ଦାବି ସମ୍ବଳିତ ପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି ।

ଏହାମଧ୍ୟ ପଢନ୍ତୁ.. 'ହୋ' କୁ ଦ୍ଵିତୀୟ ରାଜ୍ୟଭାଷା ମାନ୍ୟତା ଦାବିରେ ବିକ୍ଷୋଭ ପ୍ରଦର୍ଶନ

ତେବେ କନ୍ଧମାଳ ଜିଲା କୁମ୍ଭକାର ସମାଜ ୧୯୯୩ରେ ସରକାରୀ ସ୍ତରରେ ପଞ୍ଜିକରଣ ହୋଇଥିଲା । ଜିଲାରେ ପ୍ରାୟ ୧୮୦୦ ପରିବାର ବସବାସ କରନ୍ତି । ଏହି ଜାତି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବସବାସ କରି ସବୁ ବର୍ଗର ବ୍ୟକ୍ତି ବିଶେଷଙ୍କ ନିମନ୍ତେ ମାଟି ଉପକରଣ ଯୋଗାଇ ସେମାନଙ୍କ ପାରମ୍ପରିକ ପର୍ବପର୍ବାଣୀରେ ସାମିଲ ହୋଇ ଚଳି ଆସୁଛନ୍ତି । କୌଳିକ ବୃତ୍ତିକୁ ଆଧାର କରି ପରିବାର ଗୁଜୁରାଣ ମେଣ୍ଟାଇବା ବର୍ତ୍ତମାନ ସ୍ଥିତିରେ ସମ୍ଭବ ହୋଇପାରୁନି ବୋଲି କହିଛନ୍ତି କୁମ୍ଭକାରମାନେ ।

ପ୍ରାଚୀନ କାଳରୁ ଚଳି ଆସୁଥିବା ହସ୍ତ ନିର୍ମିତ ମାଟିପାତ୍ର ଦୀପ, କଳସ, ହାଣ୍ଡି, ମାଠିଆ ଓ କୁଡ଼ୁଆ ଇତ୍ୟାଦି ଦ୍ରବ୍ୟର ଚାହିଦା କ୍ରମଶଃ ଲୋପ ପାଇ ସାରିଛି । କୁମ୍ଭାର ପରିବାରର ଆର୍ଥିକ ସ୍ଥିତି ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ନିରୁତ୍ସାହିତ ହୋଇ ଯୁବପିଢ଼ି କୌଳିକ ବୃତ୍ତିରୁ ନିଜକୁ ଦୁରେଇ ବାହାରକୁ ଚାଲି ଯାଉଛନ୍ତି ବୋଲି କହିଛନ୍ତି କୁମ୍ଭକାର ସମାଜ ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.