ETV Bharat / state

ବାଲିଗୁଡ଼ାରେ ଚମତ୍କାର ହନୁମାନ ଟଙ୍କା ରାକେଟ ଠାବ,ତିନି ଗିରଫ

ହନୁମାନ ପଇସା ରାକେଟ ଠାବ । ଏହି ହନୁମାନ ପଇସା କାରବାରରେ ସଂପୃକ୍ତ ତିନି ଡକାୟତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ନଗଦ ୮୦ ହଜାର ଟଙ୍କା ସମେତ ମୋବାଇଲ୍ ଓ ଲାଠି ଜବତ କରିଛି ବାଲିଗୁଡ଼ା ପୋଲିସ । ଅଧିକ ପଢନ୍ତୁ

ବାଲିଗୁଡ଼ାରେ ଚମତ୍କାର ହନୁମାନ ଟଙ୍କା ଓ ରାକେଟ ଠାବ,ତିନି ଗିରଫ

author img

By

Published : Jul 28, 2020, 3:30 AM IST

ଫୁଲବାଣୀ: ହନୁମାନ ପଇସା । ଏହାର ବାସ୍ତବତାକୁ ନେଇ ଅନେକ ସନ୍ଦିହାନ । କିନ୍ତୁ ଏହାକୁ ନେଇ ଅନେକ କାରବାର ଚାଲେ । ଏ ଦିଗରେ ମାଫିଆ ମଧ୍ୟ ସକ୍ରିୟ । ଏପରି ଏକ ରାକେଟ ଠାବ କରିଛି ବାଲିଗୁଡ଼ା ପୋଲିସ । ହନୁମାନ ପଇସା କାରବାରରେ ତିନି ଡକାୟତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ନଗଦ ୮୦ ହଜାର ଟଙ୍କା ସମେତ ମୋବାଇଲ୍ ଓ ଲାଠି ଜବତ କରିଛି ବାଲିଗୁଡ଼ା ପୋଲିସ ।

ବାଲିଗୁଡ଼ାରେ ଚମତ୍କାର ହନୁମାନ ଟଙ୍କା ଓ ରାକେଟ ଠାବ,ତିନି ଗିରଫ

ସୂଚନା ଅନୁଯାୟୀ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳର ମାଷ୍ଟର ମାଇଣ୍ଡ ପଦ୍ମଚରଣ ନାୟକ ଫୁଲବାଣୀ ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ହନୁମାନ ପଇସା କାରବାର ନେଇ କଥାବାର୍ତ୍ତା କରିଥିଲା ଏବଂ ଏ ବାବଦକୁ ପାଞ୍ଚ ଲକ୍ଷ ଟଙ୍କା ଧରି ବାଲିଗୁଡ଼ା ଥାନା ମହାସିଙ୍ଗି ପଥପ୍ରାନ୍ତ ସେବାକେନ୍ଦ୍ର ନିକଟକୁ ଡାକିଥିଲା । ଟଙ୍କା ନେଇ ସଂପୃକ୍ତ ବ୍ୟକ୍ତି ଜଣକ ମହାସିଙ୍ଗି ପଥପ୍ରାନ୍ତ ସେବାକେନ୍ଦ୍ର ନିକଟରେ ପହଞ୍ଚିବା ପରେ ପଦ୍ମଚରଣ ତାର ଦୁଇଜଣ ସହଯୋଗୀଙ୍କ ସହ ମିଶି ସଂପୃକ୍ତ ବ୍ୟକ୍ତିଙ୍କୁ ମାରପିଟ୍ କରିବା ସହ ତାଙ୍କ ନିକଟରୁ ପାଞ୍ଚ ଲକ୍ଷ ଟଙ୍କା ଲୁଟି ନେଇଥିଲା । ଏନେଇ ବାଲିଗୁଡ଼ା ଥାନାରେ ଅଭିଯୋଗ ପରେ ବାଲିଗୁଡ଼ା ପୋଲିସ୍ ଆରମ୍ଭ କରିଥିଲା ଛାନ୍ ଭିନ୍ । ଘଟଣାରେ ମାଷ୍ଟର ମାଇଣ୍ଡ୍ ସମେତ ଅନ୍ୟ ଦୁଇଜଣ ସହଯୋଗୀଙ୍କୁ ଗିରଫ କରିବାସହ ସେମାନଙ୍କ ନିକଟରୁ ୮୦ ହଜାର ଟଙ୍କା ଜବତ କରିଛି ପୋଲିସ୍ । ଘଟଣାରେ ଆଉ କିଛି ଅଭିଯୁକ୍ତ ସଂପୃକ୍ତ ଅଛନ୍ତି ଏବଂ ତଦନ୍ତ ଜାରି ରହିଥିବା ପୋଲିସ୍ କହିଛି । ପଇସା କାରବାରରେ ତିନି ଡକାୟତଙ୍କୁ ଗିରଫ କରିବାସହ ସେମାନଙ୍କ ନିକଟରୁ ନଗଦ ୮୦ହଜାର ଟଙ୍କା ସମେତ ମୋବାଇଲ୍ ଓ ଲାଠି ଜବତ କରିଛି ବାଲିଗୁଡ଼ା ପୋଲିସ୍ ।

ଏହି ରାକେଟରେ ଲିପ୍ତ ଅନ୍ୟମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି । ଡିଏସପି ମନୋଜ କୁମାର ପୂଜାରୀଙ୍କ ନେତୃତ୍ଵ ରେ ଚଢାଉ ହୋଇଥିଲା ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.