ETV Bharat / state

କନ୍ଧମାଳରେ ଅଗଷ୍ଟ 7 ପର୍ଯ୍ୟନ୍ତ ଲକଡାଉନ ଅବଧି ବୃଦ୍ଧି କଲା ପ୍ରଶାସନ

କନ୍ଧମାଳ ଜିଲ୍ଲାରେ ଅଗଷ୍ଟ 7 ତାରିଖ ଯାଏଁ ଲକଡାଉନ ଅବଧି ବୃଦ୍ଧି । ଜିଲ୍ଲାରେ କୋରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଆଗୁଆ ପଦକ୍ଷେପ ନେଇଛି ପ୍ରଶାସନ । ଅଧିକ ପଢନ୍ତୁ...

କନ୍ଧମାଳରେ ଅଗଷ୍ଟ 7 ପର୍ଯ୍ୟନ୍ତ ଲକଡାଉନ ଅବଧି ବୃଦ୍ଧି କଲା ପ୍ରଶାସନ
କନ୍ଧମାଳରେ ଅଗଷ୍ଟ 7 ପର୍ଯ୍ୟନ୍ତ ଲକଡାଉନ ଅବଧି ବୃଦ୍ଧି କଲା ପ୍ରଶାସନ
author img

By

Published : Jul 29, 2020, 4:22 AM IST

ଫୁଲବାଣୀ:କନ୍ଧମାଳ ଜିଲ୍ଲାରେ ଅଗଷ୍ଟ 7 ତାରିଖ ଯାଏଁ ଲକଡାଉନ ଅବଧି ବୃଦ୍ଧି । କୋରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଆଗୁଆ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ । ଜିଲ୍ଲାରେ ମଙ୍ଗଳବାର ଚାରି ଦିନିଆ ସଟଡାଉନ ଶେଷ ହେବ। ପ୍ରଥମ ଜିଲ୍ଲା ଭାବେ କନ୍ଧମାଳରେ 31 ଜୁଲାଇ ଆଗକୁ ଲକଡାଉନ ବୃଦ୍ଧି କରିଛି ।

କନ୍ଧମାଳରେ ଅଗଷ୍ଟ 7 ପର୍ଯ୍ୟନ୍ତ ଲକଡାଉନ ଅବଧି ବୃଦ୍ଧି କଲା ପ୍ରଶାସନ

କନ୍ଧମାଳ ଜିଲ୍ଲାରେ ଆସନ୍ତା ଅଗଷ୍ଟ 7 ତାରିଖ ଯାଏଁ ଲକଡାଉନ ବୃଦ୍ଧି କରାଯାଇଛି । ଜିଲ୍ଲାରେ କୋରୋନା ପଜିଟିଭ ସଂଖ୍ୟା ବଢିବାରେ ଲାଗିଛି । ସେ ଦୃଷ୍ଟିରୁ ଆଗୁଆ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ। ରାଜ୍ୟରେ 31 ଜୁଲାଇ ଯାଏଁ ଲକଡାଉନ ଥିବା ବେଳେ କନ୍ଧମାଳ ଜିଲ୍ଳାକୁ ଅଗଷ୍ଟ 7 ଯାଏଁ ବୃଦ୍ଧି କରିଛନ୍ତି ଜିଲ୍ଲାପାଳ।ତେବେ ଫୁଲବାଣୀ ଓ ବାଲିଗୁଡ଼ାରେ କଣ୍ଟେନମେଣ୍ଟ ଜାରି ରହିଛି । ଏହି ସମୟରେ ସକାଳ 7ଠାରୁ ଅପରାହ୍ନ 1ଟା ଯାଏଁ ଦୋକାନ ବଜ଼ାର ଖୋଲାରହିବ। ମାସ୍କ ପିନ୍ଧିବା,ସାମାଜିକ ଦୂରତା ରଖିବା ନିୟମ କଡାକଡି ପାଳନ କରାଯିବ। ଦୋକାନୀ ମାନେ ଦୋକାନ ଆଗରେ ବେରିକେଡ କରିବେ । 2 ମିଟର ବ୍ୟବଧାନରେ ସର୍କଲ କାଟି ବିକ୍ରି କରିବେ । ଅନ୍ୟ ସବୁ ନିର୍ଦେଶବଳୀ ସମାନ ରହିଛି । ଜରୁରୀ ସେବା ସବୁ ଜାରି ରହିବ ।

କନ୍ଧମାଳରୁ ସଦାଶିବ ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.