ETV Bharat / state

ଡିଲ୍‌ ବେଳେ କନ୍ଧମାଳରୁ ପୁଣି ବଜ୍ରକାପ୍ତା ଉଦ୍ଧାର, ଦୁଇ ଗିରଫ - କନ୍ଧମାଳରେ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର

କନ୍ଧମାଳରୁ ପୁଣି ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର । ଏହି ଘଟଣାରେ ୨ ବେପାରୀଙ୍କୁ ଗିରଫ କଲା ବନ ବିଭାଗ । ଅଧିକ ପଢ଼ନ୍ତୁ

pangolin rescued during illegal deal in kandhamal
ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ଦୁଇ ଗିରଫ
author img

By

Published : Dec 31, 2021, 4:11 PM IST

କନ୍ଧମାଳ: ପୁଣି ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର । କୋଟଗଡ଼ ବନାଞ୍ଚଳ ଅନ୍ତର୍ଗତ ଶ୍ରୀରାମପୁର ଯୁବାଗୁଡ଼ା ଛକ ନିକଟ ଜଙ୍ଗଲରେ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଛି । ଏହି ଘଟଣାରେ ୨ ବେପାରୀଙ୍କୁ ଗିରଫ କଲା ବନ ବିଭାଗ ।

ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ଦୁଇ ଗିରଫ

ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲା କୋଟଗଡ଼ ବନାଞ୍ଚଳରେ ବଜ୍ରକାପ୍ତା ବିକ୍ରି ନେଇ ଦୁଇ ବେପାରୀଙ୍କ ମଧ୍ୟରେ ଡିଲ ଚାଲୁଥିଲା । ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ କୋଟଗଡ ରେଞ୍ଜର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ଟିମ ଗଠନ କରିଥିଲେ । ଡିଲ ବେଳେ ବନ ବିଭାଗ ଛଦ୍ମ ବେଶରେ ପହଞ୍ଚି ଜୀବନ୍ତ ଭାବେ ବଜ୍ରକାପ୍ତାକୁ ଜବତ କରିଥିଲା। ଘଟଣାରେ ଦୁଇଜଣ ବେପାରୀଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ମାଟିଘରା ଅଞ୍ଚଳର ମିଥୁନ ପଦ୍ମସେଟ ଓ ତ୍ରିପତି କପଟ ପାତ୍ର ।

ଅଭିଯୁକ୍ତଙ୍କୁ ଗିରଫ କରି ଅଧିକ ପଚରାଉଚରା କରୁଛି ବନ ବିଭାଗ । ଉଭୟଙ୍କ ମେଡ଼ିକାଲ ଟେଷ୍ଟ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି କୋଟଗଡ଼ ରେଞ୍ଜର ସୂର୍ଯ୍ୟକାନ୍ତ ବେହେରା ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.