ETV Bharat / state

Panchayat Poll: କନ୍ଧମାଳରେ ପୂର୍ବ ସ୍ଥିତିକୁ ଫେରିବା ପାଇଁ ଦମ୍‌ ଲଗାଉଛି କଂଗ୍ରେସ - ପଞ୍ଚାୟତ ନିର୍ବାଚନ ଖବର

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ନିର୍ବାଚନ ଉଷ୍ଣତା ସେତିକି ବଢ଼ି ବଢି ଲାଗିଛି । କନ୍ଧମାଳରେ ପୂର୍ବ ସ୍ଥିତିକୁ ଫେରିବା ପାଇଁ ଦମ୍‌ ଲଗାଉଛି କଂଗ୍ରେସ । ଅଧିକ ପଢନ୍ତୁ

Panchayat Poll: କନ୍ଧମାଳରେ ପୂର୍ବ ସ୍ଥିତିକୁ ଫେରିବା ପାଇଁ ଦମ୍‌ ଲଗାଉଛି କଂଗ୍ରେସ

author img

By

Published : Jan 29, 2022, 8:43 AM IST

ଫୁଲବାଣୀ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ନିର୍ବାଚନ ଉଷ୍ଣତା ସେତିକି ବଢ଼ିବଢି ଲାଗିଛି । ଭୋଟ ହାତେଇବା ପାଇଁ ଏବେ ସମସ୍ତ ରାଜନୈତିକ ଦଳ ପକ୍ଷରୁ ହେଉଛି ଘନଘନ ବୈଠକ । କେଉଁଠି ମିଶ୍ରଣ ପର୍ବ ଚାଲିଛି ତ କେଉଁଠି ଦଳ ଛାଡିଥିବା ନେତା ଦଳକୁ ଫେରୁଛନ୍ତି। କନ୍ଧମାଳ ଜିଲ୍ଲା କଂଗ୍ରେସ ପକ୍ଷରୁ ମଧ୍ୟ ଜୋରଦାର ପ୍ରସ୍ତୁତି ଆରମ୍ଭ ହେଇଛି l ଗୁପ୍ତ ବୈଠକ କରି କିଭଳି ଆସନ ହାତେଇବ ସେନେଇ ରଣନୀତି ପ୍ରସ୍ତୁତ କରିଛି କଂଗ୍ରେସ।

Panchayat Poll: କନ୍ଧମାଳରେ ପୂର୍ବ ସ୍ଥିତିକୁ ଫେରିବା ପାଇଁ ଦମ୍‌ ଲଗାଉଛି କଂଗ୍ରେସ

ଗତକାଲି ଫୁଲବାଣୀର ଏକ ହୋଟେଲ ଠାରେ ଜିଲ୍ଲା କଂଗ୍ରେସ ଦଳ ପକ୍ଷରୁ ଏକ ମିଶ୍ରଣ ପର୍ବ ସହିତ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି । କଂଗ୍ରେସ ଜିଲ୍ଲା ସଭାପତି ଅନାମ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ କନ୍ଧମାଳ ଜିଲ୍ଲା କଂଗ୍ରେସ ସଭାପତି ଅନାମ ନାୟକ, ଜିଲ୍ଲା ପ୍ରଭାରୀ ବିସ୍ମୟ ମହାପାତ୍ର ସମେତ ପୂର୍ବତନ ସାଂସଦ ଓ ପୂର୍ବତନ ବିଧାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । କନ୍ଧମାଳରେ ୧୮ଟି ଜିଲ୍ଲା ପରିଷଦ ଆସନ କିପରି ହାତେଇବେ ସେ ନେଇ କଂଗ୍ରେସ ନେତାମାନେ ମନ୍ତ୍ର ଦେଇଥିଲେ ।

୨୦୧୭ ପୂର୍ବରୁ ସର୍ବଦା କଂଗ୍ରେସ ଦଖଲରେ ରହି ଆସୁଥିଲା ଜିଲ୍ଲା ପରିଷଦ ଆସନ । ତେବେ ୨୦୧୭ରେ ବିଜେଡି ବାଜିମାତ ହେବା ପରେ ଏବେ ପୁଣି କଂଗ୍ରେସ ପୂର୍ବ ସ୍ଥିତି ବଜାୟ ରଖିବାକୁ ଜୋରଦାର ଉଦ୍ୟମ ଆରମ୍ଭ କରିଛି । ବିଜେଡି ସରକାର ଦୁର୍ନୀତି ଓ ମିଥ୍ୟା ପ୍ରତିଶୃତିକୁ ଲୋକମାଙ୍କୁ ଜଣାଇବା ସହିତ କଂଗ୍ରେସ ଦଳ ହିଁ ଏକ ମାତ୍ର ଦଳ ଏହି ନାରା ନେଇ ମୈଦାନରେ କାମ କରୁଛି କଂଗ୍ରେସ । ଆସନ୍ତା ନିର୍ବାଚନରେ ୧୦ଟି ଜିଲ୍ଲା ପରିଷଦ ଆସନ ହାତେଇବା ପାଇଁ ଲକ୍ଷ୍ୟ ରଖିଛି କଂଗ୍ରେସ ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.