ETV Bharat / state

Operation Green Clean: ୨୮୩ ଏକର ଜମିରେ ଗଞ୍ଜେଇ ଗଛ ସଫା

author img

By

Published : Nov 20, 2021, 6:53 PM IST

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ ଓ ଅବକାରୀ ବିଭାଗର ଅପରେସନ୍ ନୀଳ ଜହର । ପୁଣି ନଷ୍ଟ ହେଲା ୧୨ କୋଟି ୫୦ ଲକ୍ଷ ଟଙ୍କାର ବେଆଇନ୍ ଗଞ୍ଜେଇ ଗଛ । ଅଧିକ ପଢନ୍ତୁ

୨୮୩ ଏକର ଜମିରୁ ୨୭ କୋଟିରୁ ଉର୍ଦ୍ଧ୍ବ ଗଞ୍ଜେଇ ଚାଷ ନଷ୍ଟ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ ଓ ଅବକାରୀ ବିଭାଗର ଅପରେସନ୍ ନୀଳ ଜହର । ପୁଣି ନଷ୍ଟ ହେଲା ୧୨ କୋଟି ୫୦ ଲକ୍ଷ ଟଙ୍କାର ବେଆଇନ୍ ଗଞ୍ଜେଇ ଗଛ । ରେବିଙ୍ଗିଆ ପଞ୍ଚାୟତର ସଲାକିଆ ଓ ଗଡ଼ପିଞ୍ଜା ଅଞ୍ଚଳରେ ୧୨୫ ଏକର ଜଙ୍ଗଲ ଜମିରେ ହୋଇଥିଲା ବେଆଇନ୍ ଗଞ୍ଜେଇ ଚାଷ । ଥାନା ଅଧିକାରୀ ବାବା ଶଙ୍କର ସରାଫଙ୍କ ନେତୃତ୍ବରେ ସଶସ୍ତ୍ର ପୋଲିସ ବାହିନୀ ଓ ଅବକାରୀ ପୋଲିସ୍ ଗଞ୍ଜେଇ ଗଛ କାଟି ସେଥିରେ ନିଆଁ ଲଗାଇ ପୋଡ଼ି ନଷ୍ଟ କରିଛନ୍ତି ।

ସେହିପରି ଶୁକ୍ରବାର କନ୍ଧମାଳ ଜିଲ୍ଲା ସୁଡ଼ରେଜୁ ପଞ୍ଚାୟତର ପଣସ ପଦର, ବରପଡା, କାଟ୍ରି ଆମ୍ବା ଗ୍ରାମର ନାଳ ନିକଟରେ ବେଆଇନ ଭାବେ ଲଗାଯାଇଥିବା ୧୫୮ ଏକର ଗଞ୍ଜେଇ ଗଛ ନଷ୍ଟ କରିଛି ସଦର ପୋଲିସ ଓ ଅବକାରୀ ବିଭାଗ । ନଷ୍ଟ ହୋଇଥିବା ଗଞ୍ଜେଇ ଗଛମୂଲ୍ୟ ୧୫ କୋଟି ଟଙ୍କା ହେବ ବୋଲି ଏସଡିପିଓ ମୁର୍ମୁ କହିଛନ୍ତି । ବାଲିଗୁଡା ଥାନା ଏବଂ ସଦର ଥାନାରୁ ସମୁଦାୟ ୨୮୩ ଏକର ଜମିରୁ ଗଞ୍ଜେଇ ଚାଷ ନଷ୍ଟ ହୋଇଥିବା ବେଳେ ଏହାର ସମୁଦାୟ ୨୭ କୋଟିରୁ ଊର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି । କନ୍ଧମାଳ ଏସପି ଭିନିତ୍ ଅଗ୍ରଓ୍ବାଲଙ୍କ ନିର୍ଦ୍ଦେଶକ୍ରମେ ଏହି ଅପରେସନ୍ ଜାରି ରହିଛି । ଅଞ୍ଚଳରୁ ଗଞ୍ଜେଇ ଚାଷ ମୂଳପୋଛ କରିବା ପାଇଁ ପୋଲିସ୍ ଓ ଅବକାରୀ ବିଭାଗ ପକ୍ଷରୁ ଏହି ଅପରେସନ୍ ଜାରି ରହିଛି ଏବଂ ଆଗକୁ ମଧ୍ୟ ଜାରି ରହିବ ବୋଲି କହିଛନ୍ତି ଏସଡିପିଓ ମୁର୍ମୁ ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.