କନ୍ଧମାଳ: ଜିଲ୍ଲାରେ ଦାରିଦ୍ର୍ୟ ରହିଛି। ଦାରିଦ୍ର୍ୟ ଦୂରୀକରଣ ହେବ ମୋର ପ୍ରାଥମିକତା। ଜିଲ୍ଲାକୁ ଏକ ସରକାରୀ ମେଡିକାଲ କଲେଜ ଓ ଟ୍ରେନ ଲାଇନ ହେବା ନିତାନ୍ତ ଜରୁରୀ ଏବଂ ସେ ଦିଗରେ ନିଶ୍ଚିତ ଭାବେ ପ୍ରାଥମିକତା ଦେବି। ନବୀନ ସରକାର ଲୋକଙ୍କୁ ଛତା-ଜୋତା, ଟଙ୍କିକିଆ ଚାଉଳର ଭେଳିକି ଦେଖାଇ ଯେମିତି ଗରିବ କରି ରଖିଛନ୍ତି ସେଥିରୁ ମୁକ୍ତି ଦେଇ ରୋଜଗାରକ୍ଷମ କରିବା ମୋର ଲକ୍ଷ୍ୟ ହେବ ବୋଲି କନ୍ଧମାଳ ଲୋକସଭା ଆସନର ବିଜେପି ପ୍ରାର୍ଥୀ ତଥା ପୂର୍ବତନ ସାଂସଦ ମହାମେଘବାହାନ ଐର ଖାରବେଳ ସ୍ବାଇଁ କହିଛନ୍ତି।
ଛୋଟ ଛୋଟ ଶିଳ୍ପ ପ୍ରତିଷ୍ଠା, ରୋଜଗାର ପ୍ରଦାନ, କୃଷିକୁ ଗୁରୁତ୍ବ, ଶିକ୍ଷାର ମାନ ବୃଦ୍ଧି ପ୍ରଭୃତି ନିଶ୍ଚିତ ଭାବେ ପ୍ରାଥମିକତା ହେବା ସହ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ବିରୋଧ କରିଚାଲିବି ବୋଲି ଇଟିଭି ଭାରତକୁ ସାକ୍ଷାତକାର ଦେଇ ଖାରବେଳ କହିଛନ୍ତି।
ଏହା ସହ ପୂର୍ବରୁ ସାଂସଦ ଥିବା ସମୟରେ ଏମପି ଲ୍ୟାଡ୍ ପରି ଯୋଜନାରେ ମୁଁ ପ୍ରତିବର୍ଷ କାହାକୁ କେତେ ଦେଇଛି ସେ ସମ୍ପର୍କରେ ପୁସ୍ତକ ଛାପି ଲୋକଙ୍କୁ ବାଣ୍ଟୁଥିଲି ଓ ସେ ପ୍ରକ୍ରିୟା ଜାରି ରଖିବି ବୋଲି ସେ ଉଲ୍ଲେଖ କରିଛନ୍ତି ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ